Advertisment

ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟିଲେ..ପୋଲିସକୁ ଚକ୍‌ମା ଦେବାକୁ ରାସ୍ତାରେ ଉଡ଼ାଇଲେ ଟଙ୍କା

ପୋଲିସ କବଜାରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ନାଟକୀୟ ଢଙ୍ଗରେ ଫେରାର୍ ହେବାକୁ ଯୋଜନାକୁ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟାଗରୁ ୨୫ହଜାର ଟଙ୍କା ବାହାର କରି ଫିଙ୍ଗିବା ଆରମ୍ଭ କରିଦେଲା। ଅନ୍ୟ ୪ଅଭିଯୁକ୍ତ ବାକି ଟଙ୍କା ନେଇ ଇ-ରିକ୍ସାରୁ ଡେଇଁ ପଳାଇବା ପାଇଁ ନିକଟସ୍ଥ ପଡିଆକୁ ଦୌଡିବା ଆରମ୍ଭ କରିଦେଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Loot

Loot

ଚୋରି, ଡକାୟତି ନେଇ ଅନେକ ଫିଲ୍ମ ଓ ୱେବସିରିଜ୍ ପ୍ରସ୍ତୁତ ହୋଇଛି। ଡକାୟତ ନିଜ ବୁଦ୍ଧି ଖଟାଇ ଭିନ୍ନ ଭିନ୍ନ ଉପାୟରେ ଲୁଟ୍ କରେ। ପୋଲିସକୁ ଚକମା ଦେଖାଏ। ତେବେ ରିୟଲ ଲାଇଫ୍‌ରେ ସେମିତି କିଛି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଲୁଟେରାଙ୍କର ଏକ ଗ୍ୟାଙ୍ଗ୍‌ ପୋଲିସକୁ ଚକମା ଦେବା ପାଇଁ ଓ ଲୋକଙ୍କ ଭିଡ ବଢାଇ ଖସିଯିବାକୁ ନୋଟ୍ ବର୍ଷା କରିଛନ୍ତି। ଯାହା ୱେବ୍ ସିରିଜ୍ ଫର୍ଜିକୁ ପୁଣି ଥରେ ମନେପକାଇ ଦେଇଛି।

Advertisment

ଘଟଣାଟି ପୂର୍ବ ଦିଲ୍ଲୀର ଗାନ୍ଧୀ ନଗର ଅଂଚଳର। ୫ଜଣିଆ ଲୁଟେରା ଗ୍ୟାଙ୍ଗ୍ ଜଣେ ବ୍ୟକ୍ତିଙ୍କର ବ୍ୟାଗ୍ ଛଡାଇ ନେବାବେଳେ ପୋଲିସ ସେମାନଙ୍କର ପିଛା କରିଥିଲା। ମାତ୍ର ସେମାନେ ଅତି ଚତୁରତାର ଖସି ଯିବାକୁ ଉଦ୍ୟମ କରିଥିଲେ। ରାସ୍ତା ଜାମ୍‌ କରିବା ପାଇଁ ସେମାନେ ରାସ୍ତା ମଝିରେ ଟଙ୍କା ବର୍ଷା କରିଥିଲେ। ଯାହା ଫଳରେ ଅଧିକ ଲୋକ ଏକତ୍ରିତ ହୋଇ ଭିଡ ଜମାଇବେ ଓ ଏହାର ସୁଯୋଗ ନେଇ ସେମାନେ ଫେରାର ହୋଇଯିବେ। ମାତ୍ର ସେମାନଙ୍କର ଏହି ଫିଲ୍ମ ଷ୍ଟାଇଲ୍ ଫେଲ୍ ମାରିଲା। ଶେଷରେ ୫ଜଣଙ୍କୁ କାବୁ କରିନେଲା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଦମନ, ରୋହିତ, ସାକ୍ଷୀ, ପ୍ରବୀଣ ଓ ସ୍ତ୍ରୀ ସଂଗୀତା ।

ସୂଚନା ଅନୁଯାୟୀ, ରାଜୀବ ସିଂ କରୋଲ୍‌ ବାଗ୍‌ର ଜଣେ ବ୍ୟବସାୟୀଙ୍କ ଟଙ୍କା ପଇସା କାରବାର କରନ୍ତି । ସେ ଏପ୍ରିଲ ୨୮ରେ ୪.୫ଲକ୍ଷ ଟଙ୍କା ଦେବାକୁ ବାହାରିଥିଲେ। ଗୋଟିଏ ସ୍ଥାନରେ ୨.୫ଲକ୍ଷ ଟଙ୍କା ଦେବା ପରେ ସେ ଗାନ୍ଧୀନଗର ଅଭିମୁଖେ ଯାଉଥିଲେ। ଅପରାହ୍ନ ୩ଟାରେ ଯେତେବେଳେ ସେ ସେଠାରେ ପହଞ୍ଚିଲେ, ସେଠାରେ ଜଣେ ଅଟୋ ଡ୍ରାଇଭର ସହ ତାଙ୍କର ଭେଟ ହେଲା। ଅଟୋ ଡ୍ରାଇଭର ତାଙ୍କୁ ଜେଲ୍ ଛକ ଯାଏ ନେଇଯିବ ବୋଲି କହିଲା। ଅଟୋରେ ୪ଜଣ ଯାତ୍ରୀ ପୂର୍ବରୁ ବସିଥିଲେ। ଯେଉଁଥିରେ ୨ଜଣ ପୁରୁଷ ଓ ୨ଜଣ ମହିଳା ଥିଲେ।

Advertisment

ଅଟୋରେ ସେମାନଙ୍କର କାର୍ଯ୍ୟକଳାପ ଦେଖି ତାଙ୍କର ସନ୍ଦେହ ହୋଇଥିଲା। ଏହାରି ଭିତରେ ସେମାନେ ରାଜୀବଙ୍କ ବ୍ୟାଗ୍ ଛଡାଇ ନେବା ପରେ ତାଙ୍କୁ ଚଳନ୍ତା ଗାଡିରୁ ବାହାରକୁ ଫିଙ୍ଗିଦେଲେ। ଏହାପରେ ସେ ସାହାଯ୍ୟ ପାଇଁ ଚିତ୍କାର କରିବା ସହ ଜଣେ ସ୍କୁଟର ଚାଳକଙ୍କୁ ସାହାଯ୍ୟ ମାଗିଥିଲେ ଏବଂ ପାଟ୍ରୋଲିଂ କରୁଥିବା ପୋଲିସ ନିକଟରେ ପହଞ୍ଚି ସମସ୍ତ ଘଟଣା କହିଥିଲେ। ପୋଲିସ ତୁରନ୍ତ ସେମାନଙ୍କ ପିଛା କରିଥିଲା।

ପୋଲିସ କବଜାରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ନାଟକୀୟ ଢଙ୍ଗରେ ଫେରାର୍ ହେବାକୁ ଯୋଜନାକୁ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟାଗରୁ ୨୫ହଜାର ଟଙ୍କା ବାହାର କରି ଫିଙ୍ଗିବା ଆରମ୍ଭ କରିଦେଲା। ଅନ୍ୟ ୪ଅଭିଯୁକ୍ତ ବାକି ଟଙ୍କା ନେଇ ଇ-ରିକ୍ସାରୁ ଡେଇଁ ପଳାଇବା ପାଇଁ ନିକଟସ୍ଥ ପଡିଆକୁ ଦୌଡିବା ଆରମ୍ଭ କରିଦେଲେ। ପୋଲିସ ସେମାନଙ୍କ ପିଛା କରି କାବୁ କରିବା ସହ ନଗଦ ୧.୭୫ ଲକ୍ଷ ଟଙ୍କା ଜବତ କରିଛି। ଶାହଦରା ଡେପୁଟି କମିଶନର ସୁରେନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୯୫ (ଡକାୟତି) ଆଧାରରେ ଏକ ମାମଲା ରୁଜୁ ହୋଇଛି।

Loot
Advertisment
Advertisment