• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରକ୍ତକଚାପ ନିୟନ୍ତ୍ରଣ କରେ କଦଳୀ

  • ସ୍ମରଣ ଶକ୍ତି ବଢାଏ କଦଳୀ

  • ରକ୍ତହୀନତା ଦୂର କରେ କଦଳୀ

ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ନିହାତି ଆବଶ୍ୟକ । ପୃଷ୍ଟିକର ଓ ଭିଟାମିନରେ ଭରପୁର ଖାଦ୍ୟ ଖାଇଲେ ଆମ ଶରୀର ସୁସ୍ଥ ରହିଥାଏ । ଫଳ ମଧ୍ୟରେ କଦଳୀ ଏକ ପୃଷ୍ଟିକର ଓ ସୁଷମ ଖାଦ୍ୟ ଅଟେ । କଦଳୀ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର ହୋଇଥାଏ ।  କଦଳୀ ଖାଇବା ଦ୍ୱାରା ରକ୍ତକଚାପ ନିୟନ୍ତ୍ରଣରେ ରହିଥାଏ । ଶରୀରରେ ଇମ୍ୟୁନିଟି ବଢିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା କଦଳୀର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ..

  • କଦଳୀ ଏକ ପୃଷ୍ଟିକର ଫଳ ଅଟେ । ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଯେପରିକି ପୋଟାସିୟମ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫୋଲେଟ୍, ନିୟାସିନ୍, ରାଇବୋଫ୍ଲାଭିନ ଭରପୁର ରହିଛି । ଏହି ସମସ୍ତ ଶରୀରର ସଠିକ୍ କାର୍ଯ୍ୟକାରିତା ଏବଂ ଆପଣଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
  • ରକ୍ତକଚାପ ନିୟନ୍ତ୍ରଣ କରେ କଦଳୀ । ଏହା ହୃଦ ରୋଗ ଭଲ କରିଥାଏ। ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଶରୀରର ପୋଟାସିୟମର ୯ ପ୍ରତିଶତ ଆବଶ୍ୟକତା ଯୋଗାଇଥାଏ । ତେଣୁ ଉଚ୍ଚ ରକ୍ତଚାପର ରୋଗୀମାନେ ଏହାକୁ ଖାଇବା ଆବଶ୍ୟକ।
  • ହୃତପିଣ୍ଡକୁ ସୁସ୍ଥ ରଖେ କଦଳୀ । କଦଳୀରେ ଭିଟାମିନ୍, ଆଇରନ୍, ଫାଇବର, ପୋଟାସିୟମ୍, ଫୋଲେଟ୍, ଆଣ୍ଟି-ଅକ୍ସିଡାଣ୍ଟ ଇତ୍ୟାଦି ଭରପୂର ରହିଥାଏ । ଏହା ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲ LDL ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି କ୍ଷେତ୍ରରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ହୋଇଥାଏ ।
  • କ୍ୟାନ୍ସର ଏକ ମାରାତ୍ମକ ରୋଗ । ଏହାକୁ ଏଡାଇବା ପାଇଁ, ଦୈନନ୍ଦିନ ଖାଦ୍ୟରେ ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ କଦଳୀ ଖାଇବା ସର୍ବୋତ୍ତମ ବିକଳ୍ପ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଲେକ୍ଟିନ ଥାଏ ଯାହା କୋଷଗୁଡ଼ିକୁ ଫ୍ରୀ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ କଦଳୀ ଖାଇବା ଦ୍ୱାରା, କ୍ୟାନ୍ସର ରୋଗ ହେବାର ଆଶଙ୍କା ବହୁଗୁଣିତ କମ୍ ହୋଇଥାଏ।
  • ସ୍ମରଣ ଶକ୍ତି ବଢାଏ କଦଳୀ । ପ୍ରତ୍ୟେକ ଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ ।
  • ହଜମ ପ୍ରକ୍ରିୟାକୁ ସହଜ କରେ କଦଳୀ । ଆୟୁର୍ବେଦ ଅନୁଯାୟୀ, କଦଳୀରେ ଏକ ମିଠା ଏବଂ ଖଟା ସ୍ୱାଦ ରହିଛି ଯାହାକି ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ । ଏହା ଶରୀରରେ ମେଟାବୋଲିଜିମ୍ ଗଠନ କରିବାରେରେ ସାହାଯ୍ୟ କରିଥାଏ ।
  • ରକ୍ତହୀନତା ଦୂର କରେ କଦଳୀ । କଦଳୀରେ ଅଧିକ ଲୌହ ପଦାର୍ଥ ରହିଥାଏ ଯାହାକି ରକ୍ତହୀନତା ଭୋଗୁଥିବା ଲୋକଙ୍କ ପାଇଁ ଏହା ବହୁତ ଲାଭଦାୟକ ଅଟେ ।