• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ କେଶର

ଦୁନିଆର ଦାମିକିଆ ମସଲା ମାନଙ୍କ ମଧ୍ୟରୁ କେଶର ଗୋଟିଏ ଦୁର୍ଲଭ ମସଲା ଅଟେ । କାରଣ ଏହା ଖୁବ୍ କମ୍ ସ୍ଥାନରେ ଉତ୍ପାଦନ ହୋଇଥାଏ । କେଶର ଔଷଧୀୟ ଗୁଣ ରେ ଭରପୁର ଅଟେ । ଆୟୁର୍ବେଦରେ କେଶରକୁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାର ମହୋଷଧି ଭାବରେ ଗ୍ରହଣ କରାଯାଏ । କେଶର ଅଧିକାଂଶ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା କେଶରର ବିଭିନ୍ନ ଉପକାରୀ ଗୁଣ ବିଷୟରେ...

  • କେଶର ସବୁଠୁ ବଡ଼ ଆଣ୍ଟି ଡିପ୍ରେଶନ ଔଷଧି ଅଟେ । ଗୋଟିଏ ଗବେଷଣା ଅନୁସାରେ ଔଷଧ ଆପେକ୍ଷା କେଶର ଡିପ୍ରେସନକୁ ଠିକ୍ କରିବାରେ ସଠିକ୍ ଭାବରେ କାର୍ଯ୍ୟ କରିଥାଏ । କିନ୍ତୁ କେଶର ଅଧିକ ସେବନ କରିବା ହାନି କାରକ ଅଟେ । ମାନସିକ ଚାପକୁ କମ୍ କରିବା ପାଇଁ ନିୟମିତ ଭାବରେ ଶୋଇବା ପୂର୍ବରୁ କେଶର ଯୁକ୍ତ ଦୁଗ୍ଧ ସେବନ କରିବା ଉଚିତ୍ ।
  • କେଶରରେ ଆଣ୍ଟି ଅକ୍ସିଡ଼ାଣ୍ଟ ଏତେ ପରିମାଣରେ ରହିଛି ଯେ ଶରୀରର କୋଷିକା ଗୁଡ଼ିକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିଥାଏ ।
  • କେଶର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ କେଶର ଖୁବ୍ ଉପଯୋଗୀ । ଏଥିରେ ଥିବା କ୍ରୋସେତିନ୍ ହାଡ଼ର ଫୁଲାକୁ କମ୍ କରି ଯନ୍ତ୍ରଣାରୁ ଆରାମ ଦେଇଥାଏ । କେଶର ସେବନ କରିବା ବ୍ୟତୀତ ଏହାର ପତ୍ରକୁ ବାଟି ଗୋଟିଏ ପେଷ୍ଟ ପ୍ରସ୍ତୁତ କରି ଲେପ ଦେଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ ।
  • କେଶରରେ ଉଚ୍ଚ ମାତ୍ରାରେ ଆଣ୍ଟି ଅକ୍ସିଡ଼ାଣ୍ଟ ମିଳିଥାଏ । ତେଣୁ କ୍ୟାନ୍ସର ସେଲକୁ ବୃଦ୍ଧି ହେବାରେ ଅଟକାଇ ଥାଏ । କେଶର ସବୁଠୁ ଦୃତ ଗତିରେ ସ୍କୀନ କ୍ୟାନ୍ସରୁ ରକ୍ଷା କରିଥାଏ । ଗୋଟିଏ ଗବେଷଣାରୁ ଜଣାପଡିଛି ଯେ କେଶର କୋଲାନ୍ କ୍ୟାନ୍ସରକୁ ବୃଦ୍ଧି ହେବାରୁ ଅଟକାଇ ଥାଏ ।
  • କେଶରକୁ ବିଶେଷ ଭାବରେ ଯୌନ ଶକ୍ତି ବୃଦ୍ଧି କରିବା ପାଇଁ ବ୍ୟବହାର କରାଯାଏ । ଏହାକୁ ପ୍ରାକୃତିକ କାମ ଉତେଜକ ବୋଲି କୁହାଯାଏ । ଅଧ୍ୟୟନରୁ ଜଣା ପଡ଼ିଛି ଯେ କେଶର ସେବନ କାମ ଉଧିପନାକୁ ବୃଦ୍ଧି କରିଥାଏ ।
  • କେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ କେଶର, ଦୁଗ୍ଧ, ଓ ଚନ୍ଦନରେ ଲେପ ପ୍ରସ୍ତୁତ କରି ମୁହଁରେ ଲଗେଇଲା ତ୍ୱଚାର ଚମକ୍ ଆସିଥାଏ ।
  • ଶୀତଋତୁରେ ଉଷୁମ୍ ଦୁଗ୍ଧ ସହିତ କେଶର ହଳଦୀ, ମହୁ ମିଶାଇ ପ୍ରତିଦିନ ସେବନ କଲେ ଥଣ୍ଡା, କାଶ ଓ କଫରୁ ଆରାମ ମିଳିଥାଏ । ନ୍ନ