• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଁଳା ସେବନ ଦ୍ୱାରା ତ୍ୱଚା ମଧ୍ୟ ମସୃଣ ଓ ଉଜ୍ଜ୍ୱଳ ହୋଇଥାଏ

  • ଗରମ ପାଣି ସହ ମହୁ ସେବନ ଦ୍ୱାରା ଓଜନ କମ୍ ହୋଇଥାଏ

ସ୍ୱାସ୍ଥ୍ୟ ହିଁ ଜୀବନ । ଶରୀରରେ ରୋଗ ପ୍ରତରୋଧକ ଶକ୍ତି ରହିଲେ ରୋଗ ସହଜରେ ଆକ୍ରାନ୍ତ କରିନଥାଏ । ତେଣୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବା ନିହାତି ଆବଶ୍ୟକ । ବର୍ତ୍ତମାନ ସାରା ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ । ସଂକ୍ରମଣରୁ ଦୁରେଇ ରହିବାକୁ ସମସ୍ତେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଆମ ଦୈନିଦିନ ଜୀବନରେ ଘରୋଇ ଉପଚାର ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯାଇପାରିବ । ସକାଳୁ ଖାଲି ପେଟରେ ଏହିସବୁ ଜିନିଷ ସେବନ କରିବା ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ଓ ଶରୀରକୁ ଅନେକ ଲାଭ ମିଳିଥାଏ । ପ୍ରତିରୋଧକ କ୍ଷମତା ବଢାଇବାକୁ ଖାଲି ପେଟରେ ଏହି ୩ଟି ସାମଗ୍ରୀ ସେବନ କରିପାରିବେ । ସେଦୁଡିକ ହେଲା ମହୁ,ରସୁଣ, ଓ ଅଁଳା । ତେବେ ଚାଲନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ...

ମହୁ:

ମହୁରେ ବହୁ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟରେ ରହିଛି ଯାହା ଶରୀରରେ ଫ୍ରି ରେଡିକାଲ ସହ ଲଢ଼ିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ । ସକାଳୁ ଖାଲି ପେଟରେ ଗରମ ପାଣି ସହ ଏକ ଚାମଚ ମହୁ ସେବନ ଦ୍ୱାରା ଓଜନ କମ୍ ହୋଇଥାଏ । ସ୍ୱାଦ ବଢାଇବା ପାଇଁ ଏଥିରେ ଲେମ୍ବୁ ମଧ୍ୟ ପକାଇପାରିବେ । ଏହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ମଜବୁତ କରିଥାଏ । ମହୁ ତ୍ୱଚା ପାଇଁ ମଧ୍ୟ ବହୁତ ଉପଯୋଗୀ ।

ରସୁଣ:

ରସୁଣରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି । ଏହା ସଂକ୍ରମଣରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ଲଡ଼ ସୁଗାର ଲେଭଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ହୃଦ ସ୍ୱାସ୍ଥ୍ୟ ସୁଧାରିବାକୁ ଓ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ରସୁଣ ସାହାଯ୍ୟ କରିଥାଏ । ସକାଳୁ ଖାଲି ପେଟରେ ରସୁଣ ସେବନ କଲେ ଅନେକ ରୋଗ ଦୂର ହୋଇପାରିବ । ଖାଲି ପେଟରେ ଗରମ ପାଣି ସହ ୨ରୁ ୩ଟି କୋଲା ରସୁଣ ସେବନ କରିପାରିବେ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଥଣ୍ଡା କାଶରୁ ମୁକ୍ତି ଦେଇଥାଏ ।

ଅଁଳା:

ଅଁଳାରେ ଭରପୁର ମାତ୍ରାରେ ଭିଟାମିନ-ସି ରହିଛି । ଏହା ଶରୀରର ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । ଏହାକୁ ଛେଚି ଗରମ ପାଣି ସହ ସକାଳୁ ଖାଲି ପେଟରେ ସେବନ କରିପାରିବେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି, ଯେଉଁଥିପାଇଁ ଖାଲି ପେଟରେ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଅଁଳା ସେବନ ଦ୍ୱାରା ତ୍ୱଚା ମଧ୍ୟ ମସୃଣ ଓ ଉଜ୍ଜ୍ୱଳ ହୋଇଥାଏ । ଅଁଳା କେଶ ପାଇଁ ମଧ୍ୟ ବହୁତ ଉପଯୋଗୀ । ଏହା କେଶକୁ ମଜବୁତ କରିଥାଏ ।