/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634465075.jpg)
Basil water for health
ହିନ୍ଦୁ ଧର୍ମରେ ତୁଳସୀର ଯେତିକି ଅସ୍ଥା ରହିଛି ସାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ଅଟେ । ସାଧାରଣତଃ ସକାଳର ଆରମ୍ଭ ଉଷୁମ ପାଣି ଓ ଲେମ୍ବୁରୁ କରିବା ଆବଶ୍ୟକ ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ ଏହା ବଦଳରେ ଯଦି ତୁଳସୀ ପତ୍ର ପାଣିର ବ୍ୟବହାର କରାଯାଏ ତେବେ ଅଧିକ ଫଳପ୍ରଦ ହୋଇଥାଏ । ତେଣୁ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ ।ତେବେ ଚାଲନ୍ତୁ ଜାଣିବା ତୁଳସୀ ପାଣିର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ ।
Advertisment
Also Read
- ବାହାରର ଖରାପ ଖାଦ୍ୟ ଓ ପ୍ରଦୂଷଣ କାରଣରୁ ଆମର ରେଷ୍ପିରେଟରୀ ସିଷ୍ଟମ୍ ପ୍ରଭାବିତ ହୋଇଥାଏ । ଏଥପାଇଁ ଶରୀରରେ ଲୋକମାନଙ୍କର ଶ୍ୱାସ ସମ୍ବନ୍ଧୀୟ ଅସୁବିଧା ରହିଥାଏ । ସେମାନେ ସକାଳୁ ଉଠି ଗରମ୍ ପାଣିରେ ତୁଳସୀ ପତ୍ର ପକାଇ ପିଇବା ଦ୍ଵାରା ଶରରୀକୁ ଆରାମ ମିଳିଥାଏ ।
- ତୁଳସୀ ପତ୍ରରେ ଇମ୍ୟୁନୋ ମଦୁ ଲେଟରି ଓ ଏକ୍ସୋ ଟ୍ରେଣ୍ଟ ପ୍ରପର୍ଟିଜ୍ ରହିଛି । ଯାହା ଆପଣଙ୍କ ରେଷ୍ପି ରେଟରୀ ସିଷ୍ଟମକୁ ଠିକ୍ କରିଥାଏ ।
- ମାନସିକ ଚାପରୁ ମୁକ୍ତି ଦିଏ ତୁଳସୀ ପାଣି । ଆଜିକାଲିର ବ୍ୟସ୍ତବହୁଳ ଓ ଚାପଗ୍ରସ୍ତ ଜୀବନରେ କେବଳ ବୟସ୍କ ନୁହନ୍ତି ଛୋଟ ପିଲା ମାନଙ୍କର ଜୀବନଶୈଳୀ ମଧ୍ୟ ପ୍ରଭାବିତ ହେଉଛି । ଆଗକୁ ଯାଇ ଏହି ଚିନ୍ତା ଓ ଅବସାଦ ଅନେକ ଗମ୍ଭୀର ରୋଗକୁ ଜନ୍ମ ଦେଇଥାଏ । ତେଣୁକରି ଆପଣ ଦିନକୁ ୨ଥର ତୁଳସୀ ପତ୍ରକୁ ଗରମ୍ ପାଣିରେ ପକାଇ ପିଇବା ଦ୍ଵାରା ଅବସାଦ ମୁକ୍ତ ହୋଇପାରିବେ ।
- ଏହା ତୁଳସୀରେ ଥିବା କର୍ଟିଶୋଲ୍ ହର୍ମନକୁ ସନ୍ତୁଳିତ ରଖିଥାଏ । ଏହା ବ୍ୟତୀତ ତୁଳସୀ ଆପଣଙ୍କୁ ଡିପ୍ରେଶନ ଓ ଅଙ୍ଗଜାଇଟିରୁ ଦୂରେଇ ରଖେ ।
- ଓଜନ ବୃଦ୍ଧିକୁ କମ୍ କରାଏ ତୁଳସୀର ପାଣି । ଉଷୁମ ପାଣି ଓ ତୁଳସୀ ପତ୍ରର ପଣି ପିଇବା ଦ୍ୱାରା ଓଜନ୍ କମିଥାଏ । ପ୍ରତିଦିନ ଏହା କରିବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ହେବାର ସମ୍ଭାବନା ରହିଥାଏ ।
- ତୁଳସୀ ପତ୍ର ପାଣିରେ ଫୁଟାଇ ପିଇବା ଦ୍ଵାରା ଖାଦ୍ୟର ହଜମ ଠିକ୍ ଭାବରେ ହୋଇଥାଏ । ପାଚନ ଶକ୍ତି ଦୁର୍ବଳ ଥିଲେ ଖାଦ୍ୟ ହଜମ ନହୋଇ ଓଜନ ବୃଦ୍ଧି ହୋଇଥାଏ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)