ପ୍ରାୟତଃ ଲୋକମାନେ କଦଳୀ ଖାଇବା ପରେ ଏହାର ଚୋପାକୁ ଡଷ୍ଟବିନ୍ରେ ପକାଇ ଦିଅନ୍ତି। ଏହି ଚୋପା କିନ୍ତୁ ବହୁତ ଉପଯୋଗୀ। ଏହା କେବଳ ଚର୍ମକୁ ଦାଗହୀନ ଏବଂ ଚମକାଏ ନାହିଁ ବରଂ ଅନେକ ଘରୋଇ କାର୍ଯ୍ୟକୁ ମଧ୍ୟ ସହଜ କରିଥାଏ। ଆସନ୍ତୁ ଏହାର ଗୁଣ ଜାଣିବା।
ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ନିହାତି ଆବଶ୍ୟକ । ପୃଷ୍ଟିକର ଓ ଭିଟାମିନରେ ଭରପୁର ଖାଦ୍ୟ ଖାଇଲେ ଆମ ଶରୀର ସୁସ୍ଥ ରହିଥାଏ । ଫଳ ମଧ୍ୟରେ କଦଳୀ ଏକ ପୃଷ୍ଟିକର ଓ ସୁଷମ ଖାଦ୍ୟ ଅଟେ । କଦଳୀ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର ହୋଇଥାଏ । କଦଳୀ ଖାଇବା ଦ୍ୱାରା ରକ୍ତକଚାପ ନିୟନ୍ତ୍ରଣରେ ରହିଥାଏ । ଶରୀରରେ ଇମ୍ୟୁନିଟି ବଢିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।