ପୁରୀ: ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡିଛି ପୁରୀ ସହର। ଆଜି ନୀଳକନ୍ଦରକୁ ଫେରିବେ ଶ୍ରୀଜିଉ। ସମସ୍ତେ ତତ୍ପର। ସଅଳ ସଅଳ ଆରମ୍ଭ ହୋଇଯାଇଛି ନୀତିକାନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ହୋଇଗଲାଣି ପହଣ୍ଡି। ସେବାୟତମାନେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡିରେ ଆଣି ସାରିଲେଣି। ପଛକୁ ପଛ ବାହାରି ପଡିଲେଣି ବଡ ଭାଇ ବଳଭଦ୍ର। ସମସ୍ତେ ଯେମତି ବ୍ୟଗ୍ର ଯିବାପାଇଁ ଭକ୍ତଙ୍କ ଭିଡ଼କୁ। ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ […]
ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶରଧାବାଲିରେ ଦଣ୍ଡାୟମାନ ତିନି ରଥ । ଆକୁଳ ହୃଦୟରେ ଚାହିଁ ରହିଛନ୍ତି ଭକ୍ତ। କେତେବେଳେ ରଥକୁ ଫେରିବେ ପ୍ରଭୁ। ଶରଧାବାଲିରେ ରଥଟାଣି ଭକ୍ତ ତାଙ୍କର ପ୍ରିୟ ଠାକୁରଙ୍କୁ ନେଇଯିବେ ତାଙ୍କର ନୀଳକନ୍ଦରକୁ। ସେପଟେ କାନ୍ଦୁଛି ପତିତପାବନ ବାନା, ଶ୍ରୀହୀନ ଦିଶୁଛି ଶ୍ରୀମନ୍ଦିର। ଲକ୍ଷ୍ମୀ ସାଆନ୍ତାଣୀ ବି ମାନ କରି ବସିଛନ୍ତି । ଆଉ କେତେ ସମୟ ପ୍ରଭୁ ଏଠାରେ ଏମିତି ଲୀଳା ଲଗାଇବ ? ଶୀଘ୍ର ଚାଲି ଆସ […]
ପୁରୀ : ଆଜି ବାହୁଡ଼ା। ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ଓ ସହରର ସବୁ ଗଳିକନ୍ଦିରେ ଛାଇ ଯାଇଛନ୍ତି ଓଡ଼ିଶା ପୁଲିସ୍ ସହ କେନ୍ଦ୍ରୀୟ ଫୋର୍ସ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍ ରୁଟ୍ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ ଛକ, ଇନଡୋର ଷ୍ଟାଡିୟମ୍ […]
୧୮୯୩ର ରଥ ଯାତ୍ରା ବେଶ୍ ଗୁରୁତ୍ୱପୂର୍ଣ୍ଣ ରଥଯାତ୍ରା ଥିଲା। କାରଣ ଏବର୍ଷ ନବକଳେବର ପର୍ବ ହେତୁ ବିଶେଷ ଯାତ୍ରୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷମାନଙ୍କରେ ୧୦ରୁ ୧୫ ହଜାର ବା ଅତିବେଶୀରେ ୨୦ ହଜାର ଯାତ୍ରୀଙ୍କ ସମାଗମ ହେଲେ ଯଥେଷ୍ଟ ହେଉଥିଲା। କିନ୍ତୁ ସେ ବର୍ଷ ତାହା ୨ଲକ୍ଷକୁ ଟପି ଯାଇଥିଲା। ଯାତ୍ରୀଙ୍କ ସାଙ୍ଗକୁ ରଥକାର୍ଯ୍ୟର ପରିଚାଳନା କରିବା ପୁଲିସ୍ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏହି କ୍ରମରେ ସବୁ ନିୟମ କାନୁନ୍କୁ ମାନିବା […]
୧୮୭୯ ଜୁନ୍ ୨୧ ତାରିଖ ଶନିବାର ଦିନ ଶ୍ରୀଗୁଣ୍ଡିଚା ପଡ଼ିଥିଲା। ଏବର୍ଷର ଯାତ୍ରା ସ୍ମରଣୀୟ କାହିଁକି ନା ପ୍ରଥମଥର ପାଇଁ ସକାଳ ୧୧ଟ ସୁଦ୍ଧା ପହଣ୍ଡି ସରି ରଥଟଣା ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ରଥ ସେହିଦିନ ଗୁଣ୍ଡିଚା ଘରେ ପହଞ୍ଚିଗଲା। ବାଟରେ ମାଉସୀମା’ ମନ୍ଦିରରେ ଯେଉଁ ବିରତି ହୁଏ, ସେଥିପାଇଁ ସମୟ ଦିଆଯାଇ ନଥିଲା। ତା’ ପରଦିନ ସକାଳ ଛଅଟାରୁ ସୁଭଦ୍ରାଙ୍କ ରଥ ଟଣା ହେଲା। ସେ ମଧ୍ୟ ବିନା କୌଣସି ବିରତିରେ ୧୦ ଟା ବେଳକୁ […]
ପୁରୀ: ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରେ କରୁଛନ୍ତି ଲୀଳାଖେଳା। ସାଙ୍ଗରେ ଭାଇଭଉଣୀଙ୍କୁ ଧରି ଆସିଲେ। ହେଲେ ମହାଲକ୍ଷ୍ମୀଙ୍କୁ ଆଣିଲେନି। ଅଭିମାନିନୀ ଲକ୍ଷ୍ମୀ କ’ଣ ଆଉ କରନ୍ତେ ? ଦୁଃଖ ଆଉ କ୍ଷୋଭରେ ଲକ୍ଷ୍ମୀ ବିମାନରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଲୁଚି ଲୁଚି ଆସିବେ । ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯିବେ। ଏମିତି ପରମ୍ପରା ରଥଯାତ୍ରାରେ ରହିଛି। ଆଜି ହେରା ପଞ୍ଚମୀ ତିଥିରେ ଲକ୍ଷ୍ମୀ ଆସି ରଥ ଭାଙ୍ଗିବେ। ତା ପୂର୍ବରୁ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର ବା […]
ପୁରୀ: ଭାଇ ଭଉଣୀଙ୍କୁ ଆଗରେ ପଠାଇ ଦେଇ ପଛରେ ହଟକରି, ନାଟ କରି ଆସୁଛନ୍ତି କାଳିଆ ଠାକୁର। ଭକ୍ତଙ୍କ ଗହଣରେ…ରାଜକୀୟ ଠାଣିରେ। କେତେବେଳେ ହସୁଛନ୍ତି…କେତେବେଳେ ଚାହୁଁଛନ୍ତି..ପୁଣି କ୍ଷଣେ ଅଟକି ଆଗକୁ ଯିବା ପାଇଁ ଭକ୍ତଙ୍କୁ କହୁଛନ୍ତି। ତଳଧ୍ୱଜ, ଦେବଦଳନ ରଥ ପରେ ଆରମ୍ଭ ହୋଇଛି ଜଗନ୍ନାଥଙ୍କ ରଥଟଣା। ନନ୍ଦିଘୋଷରେ ବସି ଆସୁଛନ୍ତି କାଳିଆ ରାଜା। ପଛରେ ରହିଗଲାଣି ସିଂହଦ୍ୱାର। ଦୂରରୁ ଚାହିଁ ରହିଛି ପତିତପାବନ ବାନା। ସତରେ ଶ୍ରୀମନ୍ଦିର ଛାଡି ଚାଲି ଯାଉଛନ୍ତି କାଳିଆ ସାଆନ୍ତ ! […]
ପୁରୀ: ଭକ୍ତଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ଆରମ୍ଭ ହୋଇଛି ରଥଟଣା। ଆଗେ ଆଗେ ଚାଲିଛି ତାଳଧ୍ୱଜ। ପଛରେ ଦେବଦଳନ। ସିଂହଦ୍ୱାରରେ ନନ୍ଦିଘୋଷରେ ବସି ହସୁଛନ୍ତି କାଳିଆ ଠାକୁର। କହୁଛନ୍ତି.. ୟା ପରେ ଆସିବ ମୋ ପାଳି। ସେବାୟତ, ଭକ୍ତ ବି ପ୍ରସ୍ତୁତ। କେତେବେଳେ ଠାକୁର ଚାହିଁବେ, ରଥକୁ ଆଗେଇ ନେବେ। ସତେ ତ, ସିଏ ନ ଚାହିଁଲେ କିଏ ବା ତାଙ୍କୁ ନେଇ ପାରିବ ! ଉତ୍ସାହ, ଉଦ୍ଦୀପନା ଭିତରେ ବଳଭଦ୍ରଙ୍କୁ ଟାଣି ନେଉଛନ୍ତି ଭକ୍ତ ଗୁଣ୍ଡିଚା […]
ପୁରୀ : ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା। ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଅପୂର୍ବ ଉତ୍ସାହ, ଉଦ୍ଦିପନା ଭିତରେ ରଥ ଟାଣି ନେଉଛନ୍ତି ଭକ୍ତ। ବିଶାଳ ଜନସମୁଦ୍ର ଭିତରେ ଗଡ଼ି ଗଡ଼ି ଯାଉଛି ରଥ । ଘଣ୍ଟଘଣ୍ଟା, ହୁଳହଳି, ହରିବୋଲ ଶବ୍ଦରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ […]
ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି ଭକ୍ତଙ୍କ ଆବେଗ। ସେଥିପାଇଁ ତ ବଡ଼ ଦେଉଳ ରତ୍ନ ସିଂହସନ, ଷାଠିଏ ପଉଟିକୁ ଛାଡ଼ି ଧାଇଁ ଆସିଛି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳକୁ। ସବୁ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ […]
ପୁରୀ:ଜଗଦ୍ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ସେବକମାନଙ୍କ ଗହଣରେ ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ଠାକୁରଙ୍କ ଦର୍ଶନ କରି ଭକ୍ତିଭାବରେ ଗଦଗଦ୍ ହୋଇ ଉଠିଥିଲେ ଜଗଦ୍ଗୁରୁ। ଠାକୁରଙ୍କ ସହ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ପାଇ ଭକ୍ତ ବି ବିଭୋର ହୋଇ ପଡ଼ିଥିଲେ । ହୁଳହୁଳି, ଶଙ୍କଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ପରମ୍ପରା ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି କରି ରଥାରୁଢ଼ ହେବାପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଥାନ୍ତି। ଏହାପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ତିନିରଥରେ […]
କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ୯ ବର୍ଷ ତଳେ ସେଦିନ ପ୍ରଥମ ଥର ପାଇଁ କୋଟିଆରେ ପତିତପାବନ ବାନା ଉଡ଼ାଇ ରାସ୍ତାରେ ଗଡ଼ି ଗଡ଼ି ଗଲା ଶ୍ରୀଜଗନ୍ନାଥଙ୍କ ରଥ। ଆଉ ଏହା ଯେଉଁ ପରିବେଶ ସୃଷ୍ଟି କରିଥିଲା, ତାହା ଅନେକଙ୍କ ପାଇଁ ଆଣି ଦେଇ ଥିଲା ଏକ ନୂଆ ଅନୁଭୂତି। ଓଃ କି ଭକ୍ତି ଭାବରେ ରଥ ଟାଣୁ ଥିଲେ ଶହ ଶହ ଆଦିବାସୀ ଜନତା! ନଦେଖିଲା ଲୋକ ବିଶ୍ୱାସ କରିବେ ନାହିଁ। ଶ୍ରୀଜଗନ୍ନାଥଙ୍କ କନ୍ଧପୂଜକ ବେକରେ […]
ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି ଭକ୍ତଙ୍କ ଆବେଗ। ସେଥିପାଇଁ ତ ବଡ଼ ଦେଉଳ ରତ୍ନ ସିଂହସନ, ଷାଠିଏ ପଉଟିକୁ ଛାଡ଼ି ଧାଇଁ ଆସିଛି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳକୁ। ଅପେକ୍ଷା …କେତେବେଳେ ଆସିବେ ଠାକୁରଙ୍କ […]
ପୁରୀ: ଝୁଲି ଝୁଲି ଆସୁଛି କାଳିଆ ଠାକୁର। କେତେବେଳେ ଆସୁଛି, କେତେବେଳେ ଅଟକି ଯାଉଛି…। ଭକ୍ତଙ୍କୁ ଯେମିତି କହୁଛି…ମୋତେ ଅପେକ୍ଷା କର…ଅପେକ୍ଷାରେ ତ ଥାଏ ଆନନ୍ଦ ! ଏଣେ ଉଚ୍ଛନ୍ନ ହେଲେଣି ଭକ୍ତ। ହଟିଆ ଠାକୁରଙ୍କ ଦର୍ଶନ ପାଇଁ। ଆଉ ଧୈର୍ଯ୍ୟ ବାଡ଼ବନ୍ଧ ମାନୁନି । ସମସ୍ତଙ୍କ ମନରେ ସେଇ ଗୋଟିଏ ଭାବ। ଗୋଟିଏ ବର୍ଷ ତ ଅପେକ୍ଷା କରାଇଲ । ଆଉ କେତେ ଅପେକ୍ଷା କରାଇବ ପ୍ରଭୁ ! ତୁମ ଦର୍ଶନରେ ଏ ଚର୍ମଚକ୍ଷୁ ପବିତ୍ର […]
ରଥଯାତ୍ରା ଦିନ ପହଣ୍ଡିକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୁଏ। କେତେବେଳେ ଦଇତାଙ୍କ ଦାବିକୁ ଶୁଣିବାରେ ସରକାର ଅମଙ୍ଗ ହେବାରୁ ନୀତି ବିଳମ୍ୱ ହୁଏ ତ ଆଉ କେତେବେଳେ ରଥ ତିଆରି କାର୍ଯ୍ୟରେ ବିଳମ୍ୱ ହୁଏ। ସେହିପରି କେତେବେଳେ ପ୍ରଶାସନିକ କାରଣରୁ ଅହେତୁକ ବିଳମ୍ୱ ହୁଏ। ହେଲେ ୧୮୭୭ ରଥଯାତ୍ରାରେ ଯେଉଁଭଳି ଭାବେ ବିଳମ୍ୱ ହୋଇଥିଲା, ତାହା ପୂର୍ବରୁ ପ୍ରାୟ କେବେ ହୋଇ ନଥିଲା। ପହଣ୍ଡି ସରୁ ସରୁ ରାତି ଅଧ ହୋଇଥିଲା। ତା’ ପରଦିନ […]
ପୁରୀ: ଆରମ୍ଭ ହୋଇଯାଇଛି ପହଣ୍ଡି ବିଜେ। ସବା ଆଗରେ ବଡଭାଇ ବଳଭଦ୍ର। ଭକ୍ତଙ୍କ ଗହଣରେ ଝୁଲି ଝୁଲି, ଟାହିଆ ହଲେଇ ଆସୁଛନ୍ତି। ତାଙ୍କ ପଛରେ ଅଛନ୍ତି ମହାମାୟା ମା’ ସୁଭଦ୍ରା। ବାଇଶି ପାହାଚରେ ଦଇତାଙ୍କ ସ୍କନ୍ଧରେ ଊର୍ଦ୍ଧ୍ୱମୁଖା ହୋଇ ବିଜେ କରୁଛନ୍ତି। ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ବିଜେ ସରିଲାଣି। ସୁଭଦ୍ରାଙ୍କ ଦେବଦଳନ ରଥରେ ଆସୀନ ହୋଇ ସାରିଲେଣି ପ୍ରଭୁ ସୁଦର୍ଶନ। ହରିବୋଲ, ହୁଳହୁଳି, ଘଣ୍ଟକାହାଳି ଶବ୍ଦରେ ଉଛୁଳି ପଡ଼ୁଛି ସିଂହଦ୍ୱାର। ସଂହଦ୍ୱାର ଗୁମୁଟ ମଧ୍ୟରୁ ଦେଖାଦେଲେଣି ବଳଭଦ୍ର। […]
ପୁରୀ: ହସୁଛି ରଥ, ହସୁଛି ପଥ। ଆଉ ଭକ୍ତର ହସହସ ମୁହଁ ଦେଖି ମନେ ମନେ ହସୁଛି କାଳିଆ ଠାକୁର। କହୁଛି, ମୁଁ ଯାଉଛି…ତୁମ ପାଖକୁ। ଭକ୍ତଙ୍କ ଗହଣରେ ମୁଁ ବି ଚାହେଁ ହଜି ଯିବାକୁ, ମଜ୍ଜି ଯିବାକୁ…। ଅପେକ୍ଷା କର…ଆଉ କିଛି ମୁହୂର୍ତ୍ତ ମାତ୍ର.. ଆଜି ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଭକ୍ତି ଓ ଭଗବାନଙ୍କର ଅପୂର୍ବ ମିଳନର ତିଥି। କେତେ ପବିତ୍ର ଏ ତିଥି ସତେ ! ଏଇ ମିଳନ ପାଇଁ ସମସ୍ତେ […]
ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗା ଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ୍ ହେଲେ ତାଙ୍କୁ ଦଣ୍ଡ […]
ଲୀଳାମୟଙ୍କ ପ୍ରତିଟି ଭକ୍ତିର ମୂଳମନ୍ତ୍ର ହେଉଛି ନିରୋଳା, ଅନାବିଳ, ହୃଦୟଭର୍ତ୍ତି ବିଶ୍ୱାସ। ସେଇ ବିଶ୍ୱାସରେ ଥିବ ଶବରୀର ଶ୍ରଦ୍ଧା, ଦ୍ରୌପଦୀଙ୍କ ନାଚାର ନିର୍ଭରଶୀଳତା, ଧ୍ରୁବଙ୍କ ନିଷ୍ଠା, ପ୍ରହ୍ଲାଦଙ୍କ ଅତୁଟ ବିଶ୍ୱାସ। ତା ସହ ଥିବ ନିଜକୁ ସମ୍ପୂର୍ଣ୍ଣ ଅର୍ପି ଦେବାର ଓ ନୁଆଁଇ ଦେବାର ବିନମ୍ର ବିହ୍ୱଳତା। ଏକ ବ୍ରାହ୍ମଣ ପରିବାରରେ ଜନ୍ମି ମୁଁ ଆବାଲ୍ୟରୁ ଏହା ହିଁ ଶିଖି ଆସିଛି। ମୋ ସୁଖ, ଶାନ୍ତିର ଶ୍ରେୟ ସବୁବେଳେ ସେଇ ଜଗନ୍ନାଥଙ୍କୁ ଦେଇ ଆସିଛି। ମନରେ କୌଣସି […]
ଭୁବନେଶ୍ୱର (ହରିହର ପଣ୍ଡା): ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟପିଟ ଲାଗିବା କିଛି ନୂଆ କଥା ନୁହେଁ। ଦଇତାମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍ କରନ୍ତି। ଆଉ ଯେତେବେଳେ କାହାର ସ୍ୱାର୍ଥରେ ଆଞ୍ଚ ଆସେ, ସେତେବେଳେ ନିୟମିତ ସେବକମାନଙ୍କ ଭିତରେ ମଧ୍ୟ ଗଣ୍ଡଗୋଳ ଲାଗେ; ହାନୀ ହୋଇଥାଏ। ୧୮୭୩ ରଥଯାତ୍ରାରେ ସେମିତି କିଛି ଘଟଣା ଘଟିଥିଲା; ଯାହାକୁ ଆଜି ପଢ଼ିଲେ ମନରେ କୌତୁହଳ ସୃଷ୍ଟି ହୁଏ। ସେଦିନ ଭୋଗ ବୁହାରେ […]
ପୁରୀ: ଆଉ ୭ ଦିନ ପରେ ରଥଯାତ୍ରା। ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ଚାରି ନାହାକା ୬ କାଠ ଉଠାଯିବା ପରେ ୧୪ ନାହାକା, ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁ ଉଠାଯାଇଥିଲା। ଦ୍ୱିତୀୟ ଭୂଇଁକୁ ବିଶ୍ୱକର୍ମା ମହାରଣା ରଥରେ ଖଞ୍ଜିଛନ୍ତି। ରୂପକାର ସେବାୟତ ମାନେ ଦୁଅର ବେଢା, ନାଟଗୋଡ଼ ଆଦି ଖୋଦେଇ କରୁଛନ୍ତି । ଚିତ୍ରକର ସେବାୟତମାନେ ପାର୍ଶ୍ୱଦେବାଦେବୀ, ହଂସପଟା ଆଦିକୁ ରଙ୍ଗତୂଳୀରେ ଶେଷ ସ୍ପର୍ଶ […]
ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥକାମ। ଚଳଚଞ୍ଚଳ ହୋଇଉଠିଛି ରଥଖଳା। ତିନି ରଥରେ ପ୍ରଥମ ଭୂଇଁ ଲାଗିବା ପରେ ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି। ଦ୍ୱିତୀୟ ଭୂଇଁ ସଂଯୋଗ ପୂର୍ବରୁ ଚଉଦ ନାହାକା, ଖଦିଓରା କାମ ସମ୍ପନ୍ନ ହେବ । ଏହି କାମ ସରିବା ପରେ ଦ୍ୱିତୀୟ ଭୂଇଁ ତିନି ରଥରେ ସଂଯୋଗ ହେବ। ମହାରଣାଙ୍କ ସହ ରୂପକାର ସେବକମାନେ ମଧ୍ୟ ସେମାନଙ୍କ କାମରେ ବ୍ୟସ୍ତ ରହିଛନ୍ତି । ଇତିମଧ୍ୟରେ ତିନି […]
ବାରିପଦା: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାରିପଦାର ହରିବଳଦେବଜୀଉ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଚତୁର୍ଦ୍ଧାମୂରତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି। ଭୋର ୪ଟାରୁ ମଙ୍ଗଳ ଆଳତି ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପ ଅଣାଯାଇଥିଲା ଏହାପରେ ପଞ୍ଚାମୃତ, ଗଙ୍ଗାଜଳ, ପଇଡ ଜଳରେ ସ୍ନାନ ପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ସ୍ନାନ କରିଥିଲେ। ତିନି ଠାକୁରଙ୍କ ଫୁଲ ଚୁଳିଆ ବେଶ କରାଯିବା ପରେ ନୂଆ ଲୁଗା ଲାଗି କରାଯାଇଥିଲା। ଏହାପରେ […]
ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି ନେଇ ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ସମସ୍ତ ପର୍ବ ପରମ୍ପରାକୁ ସୁରୁଖୁରୁରେ ସମ୍ପାଦନ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୨୫ ସୁଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହ ନିଜ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ୱାସ୍ଥ୍ୟସେବାକୁ ସୁଧାରିବାକୁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରଥଯାତ୍ରା ପୂର୍ବରୁ ଏଥିରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳଙ୍କ […]
ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛି ପୁରୀ ଜିଲ୍ଲା ପ୍ରଶାସନ।