ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି ନେଇ ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ସମସ୍ତ ପର୍ବ ପରମ୍ପରାକୁ ସୁରୁଖୁରୁରେ ସମ୍ପାଦନ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୨୫ ସୁଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହ ନିଜ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ୱାସ୍ଥ୍ୟସେବାକୁ ସୁଧାରିବାକୁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରଥଯାତ୍ରା ପୂର୍ବରୁ ଏଥିରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳଙ୍କ […]
ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛି ପୁରୀ ଜିଲ୍ଲା ପ୍ରଶାସନ।
ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି ଦାଣ୍ଡ।
ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ। ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି।
ପୁରୀ ରଥଯାତ୍ରା ଉପରେ ସମସ୍ତଙ୍କର ନଜର। ବର୍ଷକେ ଥରେ ହୁଏ ରଥଯାତ୍ରା। ବଡଦାଣ୍ଡରେ ହୁଏ ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ। ସମସ୍ତେ ଚାହାନ୍ତି, ରଥଯାତ୍ରାରେ ଯେମିତି କିଛି ଓଲଟପାଲଟ ନ ହେଉ। ହେଲେ, ଇତିହାସକୁ ଓଲଟାଇଲେ ଦେଖିବାକୁ ମିଳେ ଅନେକ ବ୍ୟତିକ୍ରମ..
ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପୁରୀ ବ୍ୟତୀତ ଦେଶ, ବିଦେଶର ଅନେକ ସ୍ଥାନରେ ରଥଯାତ୍ରା ହୁଏ। ହେଲେ ଏଇ ସହରର ରଥଯାତ୍ରା ବହୁ ପୁରୁଣା। ପ୍ରାୟ ୫୯୦ ବର୍ଷର । ମୋଗଲ ଶାସନ ସମୟରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି। କୁହାଯାଏ, ମୋଗଲ ଶାସକ ଶଙ୍ଖ ଓ ଘଣ୍ଟ ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ଏହି ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ।
ମଝିରେ ଆଉ ମାତ୍ର ଗୋଟିଏ ଦିନ। ଏହାପରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ। ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଛଳଛଳ ଭକ୍ତର ଆଖି, ଯୋଡ଼ ହସ୍ତ ନବଯୌବନ ରୂପରେ କାଳିଆକୁ ଟିକେ ଦର୍ଶନର ଅସୁମାରି ଆବେଗ। ହେଲେ ଦୁଆର ବନ୍ଦ, ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନଙ୍କ ସାନିଧ୍ୟରେ ସୀମିତ ଭକ୍ତ ସାମାନ୍ୟ ସାନ୍ତ୍ୱନା ସିନା ମିଳୁଛି ହେଲେ ତୃପ୍ତ ହେଉନି ମନ। ଆଜି ନେତ୍ରୋତ୍ସବ, ଅନବସର ସରିବା ପରେ ଦେଉଳ ଭିତରେ ନବଯୌବନ ରୂପରେ ଝଟକୁଛନ୍ତି ଜଗା, ବଳିଆଙ୍କ ସହ ଚତୁର୍ଦ୍ଧା ମୂରତି
ସୋଲରେ ତିଆରି ସୁନ୍ଦର ସୁନ୍ଦର ଫୁଲ ମାଳ। ଏସବୁରେ ସଜେଇ ହେବେ ଶ୍ରୀଜିଉଙ୍କ ତିନି ରଥ। ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିରୁ ମହାପ୍ରଭୁଙ୍କ ସେବା ପାଇଁ ଯିବ ଏହି ସୋଲ ଫୁଲ। ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଏହି ସେବା କରିବାର ସୁଯୋଗ ପାଇ କେତେ ଖୁସି ଭୋଇ ପରିବାର ? କେମିତି ପ୍ରସ୍ତୁତ ହୋଇଥାଏ ସୋଲ ଫୁଲ ? କେବେଠାରୁ ଓ କେତେ ଦିନ ଲାଗିଥାଏ ଏହାକୁ ତିଆରି କରିବାକୁ, ଜାଣନ୍ତୁ ଏହି ଭିଡ଼ିଓରୁ
ଆଜି ଜଗନ୍ନାଥ ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ବନକଲାଗି ନୀତି ପରେ ନୂଆ ରୂପରେ ଅତି ସୁନ୍ଦର ଦିଶୁଛନ୍ତି ମହାପ୍ରଭୁ, କାଲି ଉଭା ଯାତ୍ରା ପରେ ପରେ ସୋମବାର ଦିନ ଘୋଷଯାତ୍ରାରେ ବାହାରିବେ ଶ୍ରୀଜିଉ
ରଥଉପରେ ତିନି ଠାକୁରଙ୍କ ସୁନବେଶ ଭାରି ସୁନ୍ଦର, ଆକର୍ଷଣୀୟ । ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା..
ଏଥିସହ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଏବଂ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ଆଇନ, ଗଣଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ସାମିଲ ହୋଇଥିଲେ। ଗତବର୍ଷ ଭଳି ଏବର୍ଷ ମଧ୍ୟ ପୁରୀରେ ବିନାଭକ୍ତରେ ରଥଯାତ୍ରା ହେବାକୁ ଯାଉଛି।
ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା।
ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା। ଅଣସର ପିଣ୍ଡିରୁ ବଡ଼ଦାଣ୍ଡଙ୍କୁ ଓହ୍ଲାଇ
ଆଜି ସୁସ୍ଥ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ। ଏହି ସମ୍ବାଦ ପହଞ୍ଚିଛି ପୁରୀ ଗଜପତିଙ୍କ ପାଖରେ। ଏହା ପରେ କେମିତି ରଥଯାତ୍ରା ହେବ ଶୁଣନ୍ତୁ .....
ସୁସ୍ମିତା ମହାରଣା ବଡ଼ଦାଣ୍ଡରେ ତିଆରି କରିଛନ୍ତି କୁନି ନନ୍ଦିଘୋଷ। ନନ୍ଦିଘୋଷ ରଥ ସମ୍ମୁଖରେ ରଖିଛନ୍ତି ତାଙ୍କ ଆଇସ୍କ୍ରିମ୍ କାଠିର ନନ୍ଦିଘୋଷ ରଥକୁ। ଚାଲନ୍ତୁ ଦେଖିବା କେତୋଟି କାଠିରେ ସେ ତିଆରି କରିଛନ୍ତି।
ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ ।
ପୁରୀ : ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡ଼ିବେ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ତେଣୁ ଆଜି ଆଡ଼ପ ମଣ୍ଡପରେ ତିନିଠାକୁର ଭକ୍ତଙ୍କୁ ସାନ୍ଧ୍ୟ ଦର୍ଶନ ଦେଉଛନ୍ତି। ଯଜ୍ଞବେଦୀରେ ତିନି ଠାକୁରଙ୍କ ଶେଷ ଦର୍ଶନ ପାଇଁ…
ପୁରୀ: ଆଜି ବାହୁଡ଼ିବେ ମହାବାହୁ। ସାଙ୍ଗରେ ଭାଇ, ଭଉଣୀଙ୍କୁ ଧରି ଲେଉଟିବେ ଶ୍ରୀମନ୍ଦିର। ମହାପ୍ରଭୁଙ୍କୁ ରଥ ଉପରେ ଦେଖିବା ପାଇଁ ବଡଦାଣ୍ଡରେ ଜମିଗଲାଣି ଭକ୍ତଙ୍କ ଭିଡ଼। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସକାଳୁ ସକାଳୁ ଗୁଣ୍ଡିଚା…
ପୁରୀ : ଚାଲିଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ତିନି ରଥ। ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି । ଭକ୍ତଙ୍କ ହରିବୋଲ ହୁଳହୁଳି , ଜୟ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ଭକ୍ତି ଓ ଆନନ୍ଦର ସହ ଆଜି ଅନୁଷ୍ଠିତ…
ପୁରୀ : ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ଶ୍ରୀଜିଉ। ସିଂହଦ୍ୱାରରେ ଲାଗିଲା ତିନି ରଥ। ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ଶନିବାର ତିନି ରଥରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶରଧାବାଲିରୁ ସିଂହଦ୍ୱାର। ଲକ୍ଷ…
ପୁରୀ: ଆଜି ଶ୍ରୀଜିଉଙ୍କ ସୁନା ବେଶ। ବାହୁଡାଯାତ୍ରାରେ ଆସି ବଡ଼ଦାଣ୍ଡରେ ଅଟକିଛନ୍ତି ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା…
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ। ହଁ, ଆସୁଛି ରଜ। ଓଡ଼ିଆମାନଙ୍କର ସବୁଠୁ ବଡ଼ ଗଣ ପର୍ବ। ଓଡ଼ିଆ ପରମ୍ପରାର ଝଲକ୍ ରଜରେ ଦେଖିବାକୁ ମିଳେ। ୩ ଦିନ ଧରି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ନୀତିକାନ୍ତି ପରେ ଦିନ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରା ଯାଇଥିଲା। ପାଲଲହଡା ଗଡଜାତ ରାଜ୍ୟର ରାଜା ସାହେବ ରାମଚନ୍ଦ୍ର ମୁନିପାଳ ରଥରେ ଛେରା…
ଲକ୍ଷ୍ନୌ: ନିଟ୍ରେ ରେ ୭୨୦ରୁ ୭୨୦ ନମ୍ୱର ରଖି ସାରା ଦେଶରେ ଟପର୍ ହୋଇଛନ୍ତି ରାଉରକେଲାର ସୋଏବ୍ ଅଫତାବ। ପୂର୍ବରୁ ନିଟ୍ରେ ପୂରା ୭୨୦ରୁ ୭୨୦ କେହି ରଖିନଥିଲେ। ତେବେ କୌତୁହଳର କଥା ହେଉଛି, ଅଫତାବଙ୍କ ସହ ଆଉଜଣେ ଛାତ୍ରୀ ଉତ୍ତର ପ୍ରଦେଶର ଆକାଂକ୍ଷା ସିଂହ ମଧ୍ୟ ୭୨୦ରୁ ୭୨୦ ମାର୍କ ରଖିଛନ୍ତି। ଦୁଇ ଜଣ ସମାନ ନମ୍ବର ରଖି ଜଣେ ଅଲ୍ ଇଣ୍ଡିଆ ରାଙ୍କ ୧ ଓ ଆଉ ଜଣେ ରାଙ୍କ ୨ ପାଇଛନ୍ତି। ଏହା ନିଷ୍ପତ୍ତି […]