• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

FIR Against BJD MP
ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ।  ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ, ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଅଭିଯୋଗ ଦାଏର କରିଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Dharmendra Pradhan, Ashwini Vaishnaw
ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଭୁବନେଶ୍ୱର ଏୟାରପୋର୍ଟ ରେ ଆସି ଦୁଇ ମନ୍ତ୍ରୀ ପହଂଚିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବିପୁଳ ପରିମାଣରେ ଲୋକ ଉପସ୍ଥିତ ହେବା ସହ ବିଭିନ୍ନ ମନ୍ତ୍ରୀ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଆଗେଇ ଆସିଛନ୍ତି । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଏହା ଶିକ୍ଷାମନ୍ତ୍ରୀଙ୍କ ପ୍ରଥମ ଓଡ଼ିଶାଗ୍ରସ୍ତ । ୪୧୯ କିଲୋମିଟର ଯାତ୍ରା କରି ୭ ଜିଲ୍ଲାର ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ବୁଲି ୧୧୫ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ଦୁଇ କେନ୍ଦ୍ରମନ୍ତ୍ରୀ ।

 Lingaraj Temple Reopen
ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

କୋଭିଡ ଗାଇଡଲାଇନ ଅନୁଯାୟୀ ସେପ୍ଟେମ୍ୱର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମହାପ୍ରଭୁଙ୍କର ରୂପାର ପ୍ରଭା,ନୂଆ ବିମାନ ଓ ପାଲିଙ୍କି ତିଆରି ଲାଗି ନିଷ୍ପତ୍ତି ନିଆଯାଇଛି । ଚନ୍ଦ୍ରଶେଖର,ଭୁବନେଶ୍ୱରୀ ଓ ମାଆ ପାର୍ବତୀଙ୍କ ପ୍ରଭା ନିର୍ମାଣ ହେବ ପାଇଁ ନିଷ୍ପତ୍ତି ନିଆଯାଇଛି ।

Fakir Mohan Senapati
ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ୍ ଲଗାଇଲେ କୋର୍ଟ

ବ୍ୟାସକବି ଫକିର ମୋହନ ସେନାପତିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଅନ୍ତରୀଣ ରୋକ୍ ଲଗାଇଲେ କୋର୍ଟ। ଏହି ପ୍ରକାଶନକୁ ବିରୋଧ କରି ଦାୟର ମାମଲାର ଶୁଣାଣୀ କରି ରୋକ ଲଗାଇଛନ୍ତି କଟକ କର୍ମସିଆଲ କୋର୍ଟ। ପ୍ରକାଶନକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଫକୀର ମୋହନ ସେନାପତିଙ୍କ ଅଣନାତୁଣୀ ପ୍ରଫେସର ମିନାକ୍ଷୀ ଦତ୍ତ। କେବଳ ପ୍ରକାଶନ ନୁହେଁ, ଆବେଦନକାରୀଙ୍କୁ ସତ୍ୱାଧିକାରୀ ପ୍ରଦାନ କରିବା ପାଇଁ ଆବେଦନ ହୋଇଥିଲା। ଏଥିସହ ପାଣ୍ଡୁଲିପିରୁ ଡିଜିଟାଇଜେସନ କରାଯାଇଥିବା ସମସ୍ତ ତଥ୍ୟ ଆବେଦନକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ମାମଲାରେ ନିବେଦନ କରାଯାଇଥିଲା

PM Modi Interacts palak kohli
୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ,ପଲକ କୋହିଲଙ୍କ ସହ କଥା ହେଲେ ମୋଦି

ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି । ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବ୍ୟାଡମିଣ୍ଟନ ଖେଳାଳି ପଲକ କୋହିଲଙ୍କ ସହ ଅନେକ କଥା ସେୟାର କରିଥିଲେ ମୋଦି । ମୋଦିଙ୍କ ସହ ପଲକ କଥା ହେବା ବେଳେ ତାଙ୍କର ଖସି ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।

Indian Hockey Squad
ଭାରତୀୟ ହକି ଦଳକୁ ଓଡ଼ିଶାରେ ଭବ୍ୟ ସ୍ୱାଗତ

ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ପୁରା ସହରରେ ବଡ଼ ବଡ଼ ପୋଷ୍ଟର ଛାଇଯାଇଛି । ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ । ସଂଧ୍ୟା ସାଢ଼େ ୬ଟାରେ ଲୋକସେବା ଭବନରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର । ଖେଳାଳିଙ୍କ ରହିବା ଓ ଖାଇବା ପାଇଁ ଭୁବନେଶ୍ୱରସ୍ଥିତ ଏକ ହୋଟେଲ୍‌ରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଦେବା ପାଇଁ ବିଭିନ୍ନ ପ୍ରକାର ଆଇଡମ୍‌ ପ୍ରସ୍ତୁତ ହୋଇଛି ।

+3 Admissions
ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ ।

Taliban Rebels Enjoy Rides
କାବୁଲ କବଜା ପରେ ଆମ୍ୟୁଜମେଣ୍ଟ୍ ପାର୍କରେ ମସ୍ତି କରୁଛନ୍ତି ତାଲିବାନୀ

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ । ୨୦ ବର୍ଷ ପରେ ତାଲିବାନକୁ ପୁଣି କବଜାକୁ ନେଲା ତାଲିବାନୀ ସଂଗଠନ । ରବିବାର ଦିନ ରାଜଧାନୀ କାବୁଲକୁ ଅକ୍ତିଆର କରିଥିଲା କରିବା ପରେ ତା’ ପରଦିନ ତାଲିବାନୀ ମାନେ ଏକ ମନୋରଞ୍ଜନ ପାର୍କରେ ମଜା କରୁଥିବା ଦେଖିବାକୁ ମିଳିଥିଛି । ଆମ୍ୟୁଜମେଣ୍ଟ୍ ପାର୍କରେ ଛୁଆଙ୍କ ପରି ମଜାମସ୍ତି କରିବାର ଦୁଇଟି ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ଭିଡିଓରେ ତାଲିବାନବାସୀ ହାତରେ ବନ୍ଧୁକ ଧରି ଏକ ବୈଦ୍ୟୁତିକ କାର ଚଳାଉଥିବା ଦେଖାଯାଇଛି । ଅନ୍ୟ ଏକ ଭିଡିଓରେ କିଛି ତାଲିବାନୀ ଘୋଡା ଚଢ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଆଫଗାନିସ୍ତାନ ଅକ୍ତିଆର କରିବା ପରେ ଭାରି ଖୁସି ଅଛନ୍ତି ତାଲିବାନୀ । ଗୋଟିଏ ପଟେ ସାଧାରଣ ଲୋକେ ଭୟଭୀତ ହୋଇ ଦେଶ ଛାଡ଼ୁଥିବା ବେଳେ ତାଲିବାନୀ ଆତଙ୍କବାଦୀ ମଜା କରୁଛନ୍ତି ।

130 Indians Reaches India
କାବୁଲ୍‌ରୁ ଫେରିଲେ ୧୩୦ ଭାରତୀୟ ନାଗରିକ

କାବୁଲରୁ ଆସି ଭାରତରେ ପହଞ୍ଚିଲେ ୧୩୦ ଭାରତୀୟ ନାଗରିକ। ଭାରତରେ ପହଞ୍ଚିବା ପରେ ଭାରତୀୟଙ୍କ ଖୁସି କହିଲେ ନସରେ। ଘରକୁ ଫେରୁଥିବା ସମୟରେ ଭାରତ ମାତାକି ଜୟ ଧ୍ୱନୀରେ କମ୍ପି ଉଠିଥିଲା ପୂରା ପରିବେଶ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍‌ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଆଉ ଆଜି ସକାଳୁ ସମସ୍ତଙ୍କୁ ଭାରତ ଫେରାଇ ଅଣାଯାଇଛି। କାବୁଲ୍‌ରେ ପାଖାପାଖି ୬୦୦ ଜଣ ଭାରତୀୟ ଫସିରହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତର ITBP ଯୱାନ୍‌ ଆଫଗାନିସ୍ତାନରେ ପହଞ୍ଚିଛି।

ACF Death Case
ସୌମ୍ୟରଂଜନ ମୃତ୍ୟୁ ମାମଲା,ଗେଟ୍ ଜଗୁଆଳି ଏବଂ ରୋଷେୟାଙ୍କୁ ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି। ଆଜି ଡିଏଫ୍ଓ କାର୍ଯ୍ୟାଳୟ ଅଫିସ୍ ଗେଟ୍ ଜଗୁଆଳି ଏବଂ ଡିଏଫ୍ଓଙ୍କ ଘରେ ଥିବା ରୋଷେୟାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଏହାସହ ବନବିଭାଗର ଦୁଇ କର୍ମଚାରୀ ସନ୍ତୋଷ କୁମାର ବିଶ୍ୱାଳ ଏବଂ ଅଜୟ କୁମାର ବେହେରାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।

corona death
୨୪ ଘଣ୍ଟାରେ ୭୨୦ ସଂକ୍ରମିତ ଚିହ୍ନଟ,ପୁଣି ୬୮ କରୋନା ଆକ୍ରାନ୍ତ ମୃତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଚିନ୍ତା ବଢୁଛି। କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି, ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଆକ୍ରାନ୍ତଙ୍କ ତାଲିକାରେ ରହିଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୧ ଥିବାବେଳେ ଲୋକାଲ କେସ୍ ୨୯୯ ରହିଛି।ଅନ୍ୟପକ୍ଷେ ରାଜ୍ୟରେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଲା

Odisha To Host Olympian Hockey Playe
ହକି ଟିମକୁ ସ୍ୱାଗତ କରିବ ଓଡ଼ିଶା

ଟୋକିଓ ଅଲମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହିତ ବ୍ରୋଞ୍ଚ୍ ଜିତିଥିବା ପୁରୁଷ ହକି ଟିମ୍ଏବଂ ସେମି ଫାଇନାଲକୁ ଯାଇଥିବା ମହିଳା ହକି ଟିମ୍ କୁ ସ୍ୱାଗତ କରିବ ଓଡ଼ିଶା।ଆଜି ଉଭୟ ଟିମର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବା ପରେ ସଂଧ୍ୟାରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖେଳାଳିମାନେ ପହଞ୍ଚିବା ପରେ ଦୁଇ ହକି ଟମକୁ ସ୍ୱତନ୍ତ୍ର ବସରେ ନିଆଯିବ । ପରେ ସଂଧ୍ୟା 5ଟାରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ । ଏହାପରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବ ।

brown sugar sized
ରାଜ୍ୟରେ ବଢୁଛି ଧଳା ଜହର କାରବାର,ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ୍

ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି। ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର। ତେବେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାର୍କେଟରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ । ଜବତ ହୋଇଥିବା ବ୍ରାଉନସୁଗରର ଓଜନ ୨ କିଲୋ ୪୦୨ ଗ୍ରାମ ହେବ ।

Killing Infants
ପ୍ରେମିକାଙ୍କ ସହ ମିଶି ୨ ନବଜାତକଙ୍କୁ ହତ୍ୟା

ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍‌। ଗତ ବର୍ଷ ଲକ୍‌ଡାଉନ୍‌ ସମୟରେ ଗୋଟିଏ ଘରେ ଏକ ସଙ୍ଗେ ୨ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଲେ ଜଣେ ବ୍ୟକ୍ତି । ପରେ ଶାରୀରିକ ସମ୍ପର୍କ ରଖିବା ସହ ଉଭୟ ମହିଳା ମା’ ବି ହୋଇଥିଲେ। ଘରକୁ ଫେରିଲେ କିପରି ମୁହଁ ଦେଖାଇବେ ଭାବି ଉକ୍ତ ବ୍ୟକ୍ତି ୨ ମହିଳାଙ୍କ ସହ ମିଶି ୨ ନବଜାତଙ୍କୁ ହତ୍ୟା କରି ପୋତି ଦେଇଥିଲେ। ଗୋଆରେ ଏହି ଅମାନବୀୟ ଘଟଣା ଘଟିଥିବା ବେଳେ ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ପୁରା ଘଟଣା ଏବେ ସାମ୍ନାକୁ ଆସିଛି।

Former Sportspersons In Odisha
ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଅବହେଳା

ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ପ୍ରଦର୍ଶନ ପରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ତେବେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ଆଜି ବି ଅବହେଳିତ ଅବସ୍ଥାରେ କିଏ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦାଦାନ ଖଟିବାକୁ ଯାଉଛି ତ କିଏ ଚାକିରି ଖଣ୍ଡେ ପାଇଁ କରୁଛି ସଂଘର୍ଷ। ପୁଳାପୁଳା ସାର୍ଟିଫିକେଟ୍ ଏବଂ ମେଡାଲ୍ ଦିନେ ଖେଳ ପଡ଼ିଆରେ ଝାଳ ବୁହାଇ ଏସବୁ ହାସଲ କରିଥିଲେ ମାତ୍ର ଆଜି ଏହା ତାଙ୍କ ପାଇଁ ମୂଲ୍ୟହୀନ। ଆମେ କହୁଛୁ ଜାତୀୟ ହକି ଖେଳାଳି ସୁନ୍ଦରଗଡ଼ ଲୁଲୁକିଡିହିର ସନ୍ତୋଷ ମାଝୀଙ୍କ କଥା

ACF Death Case
ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା,ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍‌ଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍‌ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍‌ ସେମାନଙ୍କୁ ପଚରାଉଚରା କରିଛି। ଏବେ ମାମଲାରେ ଅନ୍ୟ ୪ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ର ।

 Kabul Airport
ଏୟାରପୋର୍ଟ ପାଲଟିଲା ଟାଉନ୍‌ ବସଷ୍ଟାଣ୍ଡ

ଆଫଗାନିସ୍ତାନ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଉଦ୍‌ବେଗ କଲା ଭଳି ଚିତ୍ର। ଗୋଟିଏ ବିମାନରେ ଯେତିକି ଯାତ୍ରୀ ଯିବାର କଥା ତାହାଠାରୁ ଢେର୍‌ ଅଧିକ ଲୋକ ବସୁଥିବା ଦେଖାଯାଇଛି। ସ୍ଥିତି ଏପରି ହୋଇଛି ଯେ, ବିମାନରେ ଲୋକମାନେ ଟାଉନ୍‌ବସ୍‌ରେ ଚଢିବା ପରି ଯାତ୍ରା କରୁଛନ୍ତି। ମୋଟ୍‌ ଉପରେ ବିମାନ ବନ୍ଦରରେ ବିକଳ ଚିତ୍ର ଦେଖିବାକୁ ମିଳିଛି। ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି।

Ashraf Ghani
ଘନିଙ୍କ ବିମାନକୁ ମିଳିଲା ନାହିଁ ଅବତରଣର ସୁଯୋଗ

ଆଫଗାନିସ୍ତାନରେ ବ୍ୟାପକ ହେଉଛି ହିଂସା। ତାଲିବାନ ପକ୍ଷରୁ ଗୋଟିଏ ପରେ ଗୋଟିଏ ଅଂଚଳକୁ କବ୍‌ଜା କରିବା ପରେ ରାଷ୍ଟ୍ରପତି ପଦରୁ ଗତକାଲି ଇସ୍ତଫା ଦେଇଥିଲେ ଅସରଫ୍‌ ଘନି। ତେବେ ନିଜ ପଦରୁ ଇସ୍ତଫା ଦେବା ପରେ କାବୁଲ୍‌ ଛାଡ଼ି ଛାଲିଯିବା ନେଇ ସୂଚନା ମିଳିଛି। କିନ୍ତୁ ଦୁଃଖର କଥା ହେଉଛି ଘନିଙ୍କୁ ତାଜିକସ୍ତାନରେ ରହିବାକୁ ଜାଗା ମିଳିନାହିଁ। ଏନେଇ ଘନି ସୋସିଆଲ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛି ।

Puri Swargadwar Reopens
ଆଜିଠୁ ବାହାର ଜିଲ୍ଲା ଲୋକଙ୍କ ପାଇଁ ଖୋଲିଲା ସ୍ୱର୍ଗଦ୍ୱାର

ଆଜିଠୁ ପୁରୀ ଜିଲ୍ଲା ବାହାରର ଲୋକେ ସ୍ୱର୍ଗଦ୍ୱାରରେ ଶବସତ୍କାର କରିପାରିବେ। କୋଭିଡ୍ ହୋଇନଥିବା ଶବର ସତ୍କାର ଏଣିକି ସ୍ୱର୍ଗଦ୍ୱାରରେ କରାଯାଇପାରିବ । ଏପ୍ରିଲ ମାସ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି। ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ କୋଭିଡ କଟକଣା ଭିତରେ ଦାହ କରାଯାଉଥିଲା। କିନ୍ତୁ ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ଧା ଆରରେ ଶବ ସତ୍କାର ହେବ। ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରିପାରିବେ। ଶନିବାର ଓ ରବିବାର ସଟଡାଉନ ସମୟରେ ମଧ୍ୟ ଶବଦାହ କରାଯାଇପାରିବ।

  school reopen
ଆଜିଠୁ ଆରମ୍ଭ ହେଲା ନବମ ଶ୍ରେଣୀ କ୍ଲାସ୍‌

ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନଙ୍କୁ କ୍ଲାସ୍‌ ରୁମ୍‌ ଭିତରକୁ ଛଡ଼ା ଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରି କ୍ଲାସ ରୁମରେ ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍‌ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ପାଠପଢ଼ା ହେବ।

868 New Covid Cases
ଘାରିଲାଣି ତୃତୀୟ ଲହରର ଭୟ,୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଘାରିଲାଣି ତୃତୟ ଲହରର ଭୟ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହୁଛି। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ତୃତୀୟ ଲହର ଭୟକୁ ବଢାଇ ଦେଇଛି। ଏଥିସହିତ ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Srimandir Reopening
ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର,ଭକ୍ତଙ୍କୁ ମିଳିଲା ମହାବାହୁଙ୍କ ଦର୍ଶନ

ଅପେକ୍ଷାର ହେଲା ଅନ୍ତ । ଖୋଲିଲା ଶ୍ରୀମନ୍ଦିର। ମହାବାହୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ମିଳିଲା ଭକ୍ତଙ୍କୁ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା। ସକାଳୁ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି

Bhadrak Road
ଏମାନେ ସବୁ ଖାଇଦେବେ: ଜଳାଶୟ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥିବା ଦେଖାଇ ପଇସା ନେଇଗଲେ...

ରାଜ୍ୟ ସରକାରଙ୍କଠାରୁ ପୌରନିର୍ବାଚନର ଆଭାସ ପାଇବା ପରେ ଏବେ ସକ୍ରିୟ ହୋଇଛନ୍ତି ପୌରପାଳିକର ଆଶାୟୀ ପ୍ରାର୍ଥୀ । ବିଧାୟକ ଓ ପୌରପାଳିକାର ପ୍ରଶାସନକୁ ହାତ ବାରିସି କରି ନିଜ ୱାର୍ଡ଼ରେ ଦିନ ରାତି କରୁଛନ୍ତି ବିଭିନ୍ନ କାମ । ନା ଏମାନଙ୍କ କାମକୁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ ନା ଯନ୍ତ୍ରୀ । ଯେନତେନ ପ୍ରକାରରେ କାମ ସାରିଦେଇ ବିଲ କରି ନେଇଯାଉଛନ୍ତି ଆଉ କୁଜିନେତା ଓ ବିଭାଗୀୟ ଠିକାଦର ହେଉଛନ୍ତି ମାଲେମାଲ୍‌

ACF Death case
ସତ ସାମ୍ନାକୁ ଆସିବ: କ୍ରାଇମବ୍ରାଞ୍ଚ ଏଡିଜି

ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ରହିଛି ଆହୁରି ଅନେକ ଅସମାହିତ ପ୍ରଶ୍ନ। ଯାହା ଆଜି ଯାଏଁ ଉନ୍ମୋଚନ ହୋଇପାରିନି। ଯାହାର ରହସ୍ୟଭେଦ କରିବା ପାଇଁ ପୂର୍ଣ୍ଣାଙ୍ଗ ତଦନ୍ତଭାର ନିଜ ହାତକୁ ନେଇଛି କ୍ରାଇମବ୍ରାଞ୍ଚ। ତାହେଲେ କଣ ଏହି ମାମଲାର ତଦନ୍ତରେ ରହିଥିଲା କି ପୋଲିସର ଢିଲାପଣ ? ଏବେ ଏଭଳି ପ୍ରଶ୍ନ ଉଠିଥିବାବେଳେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ମଧ୍ୟ ଟ୍ୱିଟ୍ କରି ସେଭଳି ଆଶଙ୍କା କରିବା ସହ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି

covid-19
୧୦୫୮ କରୋନା ପଜିଟିଭ୍‌ ଚିହ୍ନଟ, ୬୪ ଆକ୍ରାନ୍ତ ମୃତ

ଗତ କିଛିଦିନ ଧରି ରାଜ୍ୟରେ ୧୧ ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହେଉ ଥିବାବେଳେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୧୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୪୨ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ବୟସର ୧୩୮ ଜଣ ଅଛନ୍ତି। ଅଗଷ୍ଟ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍‌ରୁ ୬୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୭୫ ଥିଲା। ସେହିପରି ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।