ଆଜିଠୁ ପୁରୀ ଜିଲ୍ଲା ବାହାରର ଲୋକେ ସ୍ୱର୍ଗଦ୍ୱାରରେ ଶବସତ୍କାର କରିପାରିବେ। କୋଭିଡ୍ ହୋଇନଥିବା ଶବର ସତ୍କାର ଏଣିକି ସ୍ୱର୍ଗଦ୍ୱାରରେ କରାଯାଇପାରିବ । ଏପ୍ରିଲ ମାସ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି। ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ କୋଭିଡ କଟକଣା ଭିତରେ ଦାହ କରାଯାଉଥିଲା। କିନ୍ତୁ ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ଧା ଆରରେ ଶବ ସତ୍କାର ହେବ। ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରିପାରିବେ। ଶନିବାର ଓ ରବିବାର ସଟଡାଉନ ସମୟରେ ମଧ୍ୟ ଶବଦାହ କରାଯାଇପାରିବ
Published By: Pallipuspa Samal
Last updated: 16 August 2021, 11:20 AM IST
ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍ରୁମ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନଙ୍କୁ କ୍ଲାସ୍ ରୁମ୍ ଭିତରକୁ ଛଡ଼ା ଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରି କ୍ଲାସ ରୁମରେ ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ପାଠପଢ଼ା ହେବ।