ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ । ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ, ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଅଭିଯୋଗ ଦାଏର କରିଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
Published By: Pallipuspa Samal
Last updated: 19 August 2021, 03:58 PM IST
ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ଭୁବନେଶ୍ୱର ଏୟାରପୋର୍ଟ ରେ ଆସି ଦୁଇ ମନ୍ତ୍ରୀ ପହଂଚିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବିପୁଳ ପରିମାଣରେ ଲୋକ ଉପସ୍ଥିତ ହେବା ସହ ବିଭିନ୍ନ ମନ୍ତ୍ରୀ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଆଗେଇ ଆସିଛନ୍ତି । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଏହା ଶିକ୍ଷାମନ୍ତ୍ରୀଙ୍କ ପ୍ରଥମ ଓଡ଼ିଶାଗ୍ରସ୍ତ । ୪୧୯ କିଲୋମିଟର ଯାତ୍ରା କରି ୭ ଜିଲ୍ଲାର ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ବୁଲି ୧୧୫ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ଦୁଇ କେନ୍ଦ୍ରମନ୍ତ୍ରୀ ।