କରୋନା କାଳରେ ଶିଶୁଙ୍କ ପାଇଁ ଭଲ ଖବର । ପିଲାଙ୍କ ପାଇଁ ଆସୁଛି ଶକ୍ତିଶାଳୀ କରୋନା କବଚ । ଦେଶରେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭିଡ୍ ଭ୍ୟାକସିନ୍ କୋଭାକ୍ସିନ୍ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶେଷଜ୍ଞ କମିଟି ।
ଛୋଟ ପିଲାଙ୍କୁ କରୋନା ଟିକା ଦେବାକୁ ମିଳିନି ଅନୁମତି । ସ୍ପଷ୍ଟ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ସୁପାରିସ ଘଟଣାରେ ଭାରତୀ ପ୍ରବୀଣ ପାୱାର ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଭାରତକୁ ମିଳିଲା ପିଲାଙ୍କ କୋଭିଡ୍ ଟିକା । ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏନେଇ କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେଇଥିବା ସୂଚନା ମିଳିଛି । ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା ।
ଭୁବନେଶ୍ୱରରେ କମୁନି କୋଭିଡ୍ ସଂକ୍ରମଣ । ପ୍ରତି ଦିନ ୨ଶହରୁ ୩ଶହ ଭିତରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି କରୋନା ସଂକ୍ରମଣକୁ ବଢିବାରେ ଖୋରକା ଯୋଗାଉଛି ।
ରାଜ୍ୟରେ ୩ ମାସ ହେଲାଣି ସଂକ୍ରମଣ ପାଖା ପାଖି ସମାନ ସ୍ଥିତିରେ ରହୁଛି। ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିଶନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦବେଗଜନକ।
ଭାରତକୁ ମିଳିଲା ପିଲାଙ୍କ କୋଭିଡ୍ ଟିକା । ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏନେଇ କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେଇଥିବା ସୂଚନା ମିଳିଛି । ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା ।
କାଲି ହାଟ, ବଜାରରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ ଆବଶ୍ୟକ। ଏମିତି ଭିଡ଼ ହେଲେ କେତେ ଦୂର ସଂକ୍ରମଣ ରୋକିପାରିବା ତାହା ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରତିଦିନ ଡାଟାକୁ ନେଇ ଆତଙ୍କିତ ହେବା ନାହିଁ। ଆମେ ପରିସ୍ଥିତିକୁ ଦେଖି ମୁକାବିଲା କରିବା।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩କୁ ବୃଦ୍ଧି ହୋଇଛି। ଆକ୍ଟିଭ୍ ୫,୧୪୧ ଥିବା ବେଳେ ସୁସ୍ଥ ହେଲେଣି ୧୦ ଲକ୍ଷ ୧୯ ହଜାର ୨୧୮। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।
କରୋନା ମହାମାରୀକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ମା’ ଶାରଳାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଲଗାଯାଇଛି । ପବିତ୍ର ଦଶହରା ଯୋଗୁଁ ଭିଡ ଜମିବା ଆଶଙ୍କାରେ ଏହି ନିୟମ ଲାଗୁ କରାଯାଇଛି ।
ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି I ଦଶହରାରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ I ୧୮ ତାରିଖ କୁମାର ପୂର୍ଣ୍ଣିମା ଦିନ ସର୍ବସାଧାରଣ ଦର୍ଶନ ଅନୁମତି ଦିଆଯାଇଛି । ପାର୍ବଣକୁ ଆଖିରେ ରଖି ପୁରୀ ଶୀମନ୍ଦିର କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଜୀବନ ଆଗ, ପାର୍ବଣ ପଛ। ରାଜ୍ୟର ମୋଟ୍ ଦୈନିକ ସଂକ୍ରମଣରୁ ପ୍ରାୟ ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେବା ପରେ ରାଜଧାନୀବାସୀଙ୍କୁ ଏଭଳି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତାସହ ବଜାର-ଘାଟରେ ଯଥାସମ୍ଭବ ଭିଡ଼ ଏଡ଼ାଇବା ସହ କୋଭିଡ୍ ନିୟମ ମାନିବାକୁ କହିଛି।
ଆଜି ରାତି ୮ଟାରୁ ନାଇଟ୍ କର୍ଫ୍ୟୁ। ପାର୍ବଣରେ ପ୍ରଶାସନର କଡ଼ାକଟକଣା। ତା ପୂର୍ବରୁ ଗତ ରାତିରୁ ଲୋକ ହାଉଯାଉ
ପାର୍ବଣ ବେଳାରେ ପୁଣି କରୋନା ସଂକ୍ରମଣ ଟେନସନ୍ ଦେଉଛି। ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଆସୁଛି। ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ଼ ହେଉଛି।
ବିଶେଷ କରି ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର।
ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି।
ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି।
କିଛି ଦିନ ଫ୍ଲାଟୋ ସ୍ଥିତିରେ ରହିବା ପରେ ଆଜି ପୁଣି ୬୦୦ ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୫୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଜଣ ଆକ୍ରାନ୍ତ ଜୀବନ ହାରିଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୨ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୮୦ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୭୨ ଜଣ ।
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୨୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୮ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୦୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୨୩ ଜଣ ।
ଡିସେମ୍ବର ମାସରେ ପ୍ରାୟତଃ ଲୋକେ ବୁଲାବୁଲି କରିଥାନ୍ତି। ତେବେ ଏହି ସମୟରେ ଭିଡ଼ ଏଡ଼ାଇବା ସହ ସମସ୍ତଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସରକାର ଆଗାମୀ ଦିନରେ କଣ ରହିବ କଟକଣାର ରୂପରେଖ ସେ ନେଇ ଆସନ୍ତାକାଲି ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ବସିବ।
ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁକେ।୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା। ଏନେଇ ସୂଚନା ଦେଲେ ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ୍ I
୨୪ ଘଣ୍ଟାରେ ରାଜ୍ୟରେ ୫୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୫ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୧୮ ରହିଛି।
ଭୁବନେଶ୍ୱରର ଯେଉଁ ଜାଗାରେ କରୋନା ସଂକ୍ରମଣ ବଢ଼ିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯିବ। ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ଆଶଙ୍କା କରି ଲୋକଙ୍କ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିଲା।
ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଦୁଇ ଦିନ ହେବ ରାଜ୍ୟରେ ୫୦୦ ଉପର ରହୁଛି ସଂକ୍ରମଣ । ଗତକାଲି ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
କୋଭିଡରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗୃହ ମନ୍ତ୍ରଣାଳୟର ଚିଠି ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ଦେବା ଲାଗି କମିଟି ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଆସନ୍ତା ୩ ଦିନ ଭିତରେ କମିଟି ଗଠନ କରିବାକୁ କୁହାଯାଇଛି
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍ ଫେରିଛି।