Advertisment

ଦୈନିକ ସଂକ୍ରମଣର ୪୦% ଭୁବନେଶ୍ୱରରୁ ଚିହ୍ନଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପାର୍ବଣ ବେଳାରେ ପୁଣି କରୋନା ସଂକ୍ରମଣ ଟେନସନ୍ ଦେଉଛି। ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଆସୁଛି। ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ଼ ହେଉଛି।

author-image
Chandan Shishu
Corona infection in bhubaneswar

Corona infection in bhubaneswar

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୪୪୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୯ ଆକ୍ରାନ୍ତ ହୋଇଛନ୍ତି। କ୍ୱାରେଣ୍ଟିନରୁ ୨୫୯; ଲୋକାଲ କେସ୍- ୧୮୯ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକ- ୪୮ ଚିହ୍ନଟ ହୋଇଛନ୍ତି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୪୪କୁ ବୃଦ୍ଧି ହୋଇଛି।  ୫,୦୮୭ ଆକ୍ଟିଭ କେଶ୍ ଥିବାବେଳେ ୧୦ ଲକ୍ଷ ୧୮ ହଜାର ୭୪୯  ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

Advertisment

ସେହିପରି ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୮,୨୫୫କୁ ବୃଦ୍ଧି ହୋଇଛି।

ପାର୍ବଣ ବେଳାରେ ପୁଣି କରୋନା ସଂକ୍ରମଣ ଟେନସନ୍ ଦେଉଛି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୩୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ତଳକୁ ଖସି ୨୦୮ରେ ରହିଛି। ତେବେ ପାର୍ବଣ ବେଳେ ଅଯଥା ଭିଡ଼ ନକରିବାକୁ ଓ କରୋନା ଗାଇଡଲାଇନ୍ସ ଠିକ୍ ଭାବେ ଅନୁପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। 

Advertisment

ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଆସୁଛି। ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ଼ ହେଉଛି। ଭୁବନେଶ୍ୱରରେ ସଂକ୍ରମଣ ଉପରମୁହାଁ ହୋଇଥିବା ନଜିର ସାମ୍ନାକୁ ଆସିଛି। ଲୋକମାନେ ସଚେତନ ହେଉ ନଥିବାରୁ କଟକଣା ବଢ଼ାଇବାକୁ କୁହାଯାଇଛି। ଭିଡ଼ ରୋକିବାକୁ ପ୍ଲାନ କରିବାକୁ କମିଶନରେଟ୍ ପୋଲିସକୁ କୁହାଯାଇଛି।

Odisha COVID19 Guidelines Health Director
Advertisment
Advertisment