Advertisment

ଆଜିଠୁ ଟ୍ୱିନ୍‌ସିଟିରେ ରାତି ୮ରୁ ନାଇଟ୍‌କର୍ଫ୍ୟୁ

ବିଶେଷ କରି ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର।

author-image
Chandan Shishu
Night Curfew In cuttack and bhubaneswar

Night Curfew In cuttack and bhubaneswar

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରରେ ଆଜିଠୁ କଡ଼ାକଡ଼ି ହେବ ନାଇଟ୍ କର୍ଫ୍ୟୁ। ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ପୁଣି ନାଇଟକର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ସଂକ୍ରମଣ ବଢ଼ୁଥିବା ବେଳେ ପାର୍ବଣ ଯୋଗୁ ବଜାରରେ ଭିଡ଼ ଜମିଲେ ସ୍ଥିତି ସଂଗୀନ ହେବା ଆଶଙ୍କା କରି ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ସମୟରେ ଲୋକମାନେ ନିୟମ ପାଳନରେ ସହଯୋଗ କରିବାକୁ ପୋଲିସ କମିଶନର ଅପିଲ୍ କରିଥିଲେ।  ତେବେ ଏହି କଟକଣା ନମାନିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ। 

Advertisment

ବିଶେଷ କରି ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର।

ରାଜ୍ୟରେ ପୁଣି କୋଭିଡ୍ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଏଥିଲାଗି ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ। ଗତକାଲି ଚିହ୍ନଟ ହୋଇଛନ୍ତି ୬୫୨ ନୂଆ ସଂକ୍ରମିତ ଯାହାକି ୯ତାରିଖର ସଂଖ୍ୟାଠାରୁ ୧୨୬ ଅଧିକା। ସେମିତି ୧୮ବର୍ଷରୁ କମ୍ ବର୍ଗରେ ବି ଆକ୍ରାନ୍ତ ହୋଇଛନ୍ତି ୯୨ଜଣ ଅଧିକ। ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଜିଲ୍ଲା। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୩୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଅଛନ୍ତି ୭୦। ଗତ ସପ୍ତାହକ ଭିତରର ଦୈନିକ ସଂକ୍ରମଣ ଟ୍ରେଣ୍ଡ ଉପରେ ନଜର ପକାଇଲେ ୫ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଉପରେ ରହୁଥିଲା। ହେଲେ ଗତକାଲି ହଠାତ୍ ୬ ଶହ ଡେଇଁଛି। 

Advertisment
Twin City Night Curfew Police Commissioner
Advertisment
Advertisment