ଇଏ କେମିତି ସମ୍ଭବ ? ଥରେ କି ଦୁଇ ଥର ନୁହେଁ ବରଂ ବର୍ଷସାରା ବଉଳ ଆସୁଛି, ଆମ୍ବ ଫଳୁଛି । ଅବଶ୍ୟ କଞ୍ଚା ବେଳେ ଟିକିଏ ଖଟା..କିନ୍ତୁ ପାଚିଗଲେ ପୂରା ମିଠା
ବିଟେକ୍ ପଢିଛନ୍ତି...ଚାକିରି ପଛରେ କିନ୍ତୁ ଧାଇଁଲେନି । କେମିତି ନିଜେ କ୍ଷେତରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବେ ସେହି ଚିନ୍ତା କଲେ । ବାସ୍...ଏବେ କୁକୁଡାଠୁ ଆରମ୍ଭ କରି ପୋଟଳ...ଯେମିତି ଫଳୁଛି ସେମିତି ରୋଜଗାର ବି ହେଉଛି
ନାବାଳିକାଙ୍କ ଅଜା ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚିବା ବେଳକୁ ବର ଫେରାର୍ ହୋଇଯାଇଥିଲା । ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣିଥିଲା ପୋଲିସ ।
ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଓଲଟି ପଡ଼ିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାୟୀ ତୀର୍ଥଯାତ୍ରୀ ବସ୍ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା ।
ଶହଶହ ବର୍ଷ ହେଲାଣି...ଭଙ୍ଗାଦଦରା ଡଙ୍ଗାରେ ନଈ ପାର ହେଉଛନ୍ତି ଲୋକେ । ୩ ଥର ଡଙ୍ଗା ବୁଡିଲାଣି...ମାସକୁ ଥରେ ଦୁର୍ଘଟଣା ହେଉଛି । ପ୍ରଶାସନ ଖାଲି ପ୍ରତିଶ୍ରୁତି ଦେଉଛି, ନେତା କହୁଛନ୍ତି ଟେଣ୍ଡର ଚାଲିଛି । ସମୟ ଗଡୁଛି...ପୋଲ କିନ୍ତୁ ହେଉନି
ଦିନେ ଭଲରେ ଚଲୁଥିଲେ, ଭଲ ଖାଉଥିଲେ...୨ ବର୍ଷ ତଳେ ବାପା ଚାଲିଯାଇଥିଲେ, ଏବେ ମାଆ ଚାଲିଗଲେ । ବଡ କଷ୍ଟରେ ଚଳୁଛନ୍ତି ୪ ଭାଇ-ଭଉଣୀ । ପଡୋଶୀ ଖାଇବାକୁ ଦେଲେ ଖାଉଛନ୍ତି ନହେଲେ ଉପାସ
ଅଷ୍ଟମ ଶ୍ରେଣୀର ପିଲା...ଭୋକର ଭୂଗୋଳ ଭିତରେ ଘାଣ୍ଟି ହେଉଛି । ବାପା ଥିବା ବେଳେ ଯାହା ଯେମିତି ଦେଉଥିଲେ ହେଲେ ୭ ବର୍ଷ ହେଲାଣି ସେ ବି ନିଖୋଜ । ପରିସ୍ଥିତିର ଦାସ ହୋଇ ଏବେ ମାଆ-ପୁଅ ବୁଲିବୁଲି ମାଗୁଛନ୍ତି ଭିକ...ପୁଣି ପୁଅର ଗୋଟିଏ ଗୋଡ ନାହିଁ କି...
ଇଏ କଣ ? ରାସ୍ତାରେ ଯାଉଥିଲା କାର୍...ହଠାତ୍ ତା’ କାଚ ଭାଙ୍ଗି ପଶିଗଲା ଘୋଡ଼ା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର ।ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ୩ୟା ଅହୋରାତ୍ର । ଜାଣନ୍ତୁ ଆପଣଙ୍କ ଶୁଭ-ଅଶୁଭ ସମୟ ।
୨ ମାସ ହେଲାଣି ଡଙ୍ଗା ନଥିଲା...ବଡ ହିନସ୍ତା ହେଉଥିଲେ ଲୋକେ...ପ୍ରଶାସନକୁ ଗୁହାରି କରିବା ପରେ ବି କେହି ଶୁଣିଲେନି । ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଲେ ସରପଂଚ, ନିଜସ୍ୱ ଟଙ୍କାରେ କିଣିଦେଲେ ଡଙ୍ଗା । ଏବେ ହୁଳହୁଳି ପକାଇ ସ୍ୱାଗତ କଲେ ଲୋକେ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସଫେଇ କର୍ମଚାରୀ ଭାବ କାମ କରୁଥିଲେ ଏହି ମହିଳା । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ସେ ଅତି କଷ୍ଟରେ ତାଙ୍କ ପୁଅକୁ ପାଠ ପଢ଼ାଉଥିଲେ ।
ପ୍ରତିବର୍ଷ ଉପାନ୍ତ ଅଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯୋଜନାର ଲାଭ କିନ୍ତୁ ମିଳୁନି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳବାସୀଙ୍କୁ। ଏବେ ସରକାର କହିବେ କି, ଏତେ ଦୁଃଖ ଆଉ କେତେ ଦିନ?
କେନ୍ଦୁଝରର ଇଏ ବୋଧେ ବିଶ୍ୱସ୍ତରୀୟ ସ୍କୁଲ । ବ୍ୟବସ୍ଥାକୁ ଉପହାସ କରୁଛି କଲେଜରୋଡ୍ ହାଇସ୍କୁଲ । ରୂପାନ୍ତରିତ ହୋଇଛି ସତ ହେଲେ ସାର୍ ନାହାନ୍ତି । ଜଣେ ମାତ୍ର ହିନ୍ଦୀ ଶିକ୍ଷକ ହାଣ୍ଡିଶାଳରୁ ହଂକଂ ଯାଏ ପିଲାଙ୍କୁ ପଢାଉଛନ୍ତି ପାଠ...
ବଲାଙ୍ଗିର ଛାତ୍ରୀ ହତ୍ୟା ମାମଲାର ପର୍ଦ୍ଦାଫାଶ୍ । ବ୍ରେକ୍ଅପ୍ ପାଇଁ ରାଗିଯାଇଥିଲା ପ୍ରେମିକ...ପ୍ରଥମେ ପ୍ରେମିକାଙ୍କ ମୁଣ୍ଡକୁ କାନ୍ଥରେ ବାଡେଇଲା, ପରେ ଧାରୁଆ ଅସ୍ତ୍ରରେ କାଟିଲା । ହେଲେ କଣ୍ଢେଇ ଧରାଇଦେଲା କିଲର କିଏ ? ଦେଖନ୍ତୁ କଣ ଥିଲା ପୂରା ଘଟଣା
ଶିକ୍ଷକଙ୍କ ଅଜବ ନିଶା । ପରିବେଶ ସନ୍ତୁଳନ ପାଇଁ ବାଡ଼ିରେ ଲଗାଇଛନ୍ତି ଶହ ଶହ ଗଛ । ଏବେ ଜାପାନୀ ମିଆକାଜି ଆମ୍ଭ ଫଳାଇ ଚର୍ଚ୍ଚାରେ ଶିକ୍ଷକ ରକ୍ଷାକର...
କେ କି ଦେଲା ଅବା ମୁଁ ଅବା ନ ଦେବା ଘେନି ଏତେ ସରି ହେଲି ହେ ମହାପ୍ରଭୁ
ଥରେ ଆସିଲେ ୮ ଦିନ ଗାଏବ । ଥରେ କାମ କଲେ ମାସେ ଯାଏ କାମ୍ ଶୂନ । ଏମିତି ହେଲେ କେମିତି ହେବ ?
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ରାତ୍ରି ୧୦.୩୨ ଗତେ କର୍କଟ । ତିଥି- ପ୍ରତିପଦ ରାତ୍ରି ୦୨.୧୦ ଗତେ ୨ୟା । ଘାତ ଚନ୍ଦ୍ର- ନାସ୍ତି ।
ଶୁଭ୍ରଜିତ ସେଭଳି କୌଣସି ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିନାହାଁନ୍ତି । ପାଠ ପଢ଼ିଛନ୍ତି ମାତ୍ର ପ୍ଲସ ଟୁ ଯାଏଁ । ସାନଖେମୁଣ୍ଡିରେ କ୍ଲିନିକ୍ କରି ନିଜ ନାଁ ସହ ଯୋଡ଼ିଛନ୍ତି ଲମ୍ବା ଚଉଡ଼ା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା । କେବଳ ସାନଖେମୁଣ୍ଡି ନୁହେଁ, କଟକ ରାଣୀହାଟରେ ବି ଗତ...
ବୈଠକରେ କଂଗ୍ରେସରୁ ସୋନିଆ, ରାହୁଲ ଓ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଛନ୍ତି । ଏଥିସହ ସାମିଲ ହୋଇଛନ୍ତି ମମତା, ଅଖିଳେଶ, ନୀତୀଶ,ଲାଲୁ, ତେଜସ୍ୱୀ, ଫାରୁକ୍, ମେହବୁବା ଓ ଷ୍ଟାଲିନଙ୍କ ଭଳି ଅନେକ ହେଭିୱେଟ୍ ।