/odishatv-khabar/media/post_attachments/uploadimage/library/16_9/16_9_0/Snake_Bite_1719231644.jpg)
Snake Bite
ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ସାମାନ୍ୟ ଅସାବଧାନତାରୁ ଅକାଳରେ ଚାଲିଗଲା ଜୀବନ । ପ୍ଲାଷ୍ଟିକ ଜାରରେ ବିଷଧର ସାପକୁ ଭର୍ତ୍ତି କରିବା ବେଳେ ହାତକୁ ଦଂଶିଲା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ମେଣ୍ଡାମାଳ ଗାଁର ସାପ ଧରାଳି ଗୌର ଜଗଦଲା ।
ଚମ୍ପାମାଳ ଗାଁରୁ ଜଣକ ଘରୁ ସାପକୁ ଉଦ୍ଧାର କରିଥିଲେ । ଫେରିବା ବାଟରେ କୌଣସି କାମ ପାଇଁ ଯାଇଥିଲେ ବୀରମହାରାଜପୁର ଥାନା । ସେଠାରେ ଥାନା କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ପ୍ଲାଷ୍ଟିର ଜାରରୁ ସାପକୁ କାଢ଼ି ଦେଖାଇଥିଲେ । ଏହାପରେ ପୁଣି ଭର୍ତ୍ତି କରିବା ବେଳେ ଅସାବଧାନତାରୁ ଗୌର ଜଗଦଲାଙ୍କ ହାତକୁ କାମୁଡି ଦେଇଥିଲା ବିଷଧର ସାପ ।
ତାଙ୍କୁ ତୁରନ୍ତ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ସୂଚନା ମିଳିଛି ଯେ, ଗୌର ସାପ ଧରିବାକୁ କୌଣସି ତାଲିମ ପାଇନଥିଲେ । ଗୌର ୧୫ ବର୍ଷରୁ ଅଧିକ ସମୟ ହେଲା ଲୋକଙ୍କ ପାଖରୁ ଖବର ପାଇ ସାପ ଧରିବାକୁ ଯାଉଥିଲେ ।
ବିଷଧର ସାପଗୁଡ଼ିକୁ ଉଦ୍ଧାର କରି ପରେ ଜଙ୍ଗଲରେ ଛାଡ଼ି ଦେଉଥିଲେ । ହେଲେ ଆଜି ଅସାବଧାନତା କାରଣରୁ ତାଙ୍କୁ ସାପଟି କାମୁଡ଼ି ଦେଇଥିଲା । ସେ ଥାନାରେ ସାପଟିକୁ କିଛି ସମୟ ଖେଳାଇ ପ୍ଲାଷ୍ଟିକ୍ ଡବାରେ ଭର୍ତ୍ତି କରୁଥିବା ବେଳେ ଉପସ୍ଥିତ ପୁଲିସ୍ ଓ ଲୋକଙ୍କ ଆଡ଼କୁ ଚାହିଁ କଥା ହେଉଥିଲେ । ଆଉ ଏହି ଅନ୍ୟମନସ୍କତାର ସୁଯୋଗ ନେଇ ସାପଟି ଜାରୁ ବାହାରି ଯାଇଥିଲା । ସେହି ସମୟରେ ସାପଟି ବାହାରି ତାଙ୍କର ଏକ ହାତର ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା ।
ଗୌର ସାପ ଧରିବାକୁ କୌଣସି ତାଲିମ ପାଇ ନଥିବା ସତ୍ତ୍ୱେ ବନ ବିଭାଗର ନିୟମ ମୁତାବକ ପଂଜିକରଣ ପାଇଁ ସେ ଅନେକ ଥର ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ । ତଥାପି ତାଙ୍କର ପଂଜିକରଣ ହୋଇନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)