• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତ କିଛିଦିନ ତଳେ ଆଇସକ୍ରିମରୁ ଆଙ୍ଗୁଠି ବାହାରିଥିବା ଖବର ତ ଆପଣମାନଙ୍କର ମନେ ଥିବ । ଆଇସକ୍ରିମଟି ଅନଲାଇନ ମଗାଯାଇଥିବା ବେଳେ ଖାଇବା ବେଳେ ସେଥିରୁ ଗୋଟେ ମଣିଷ ଆଙ୍ଗୁଠି ବାହାରିଥିଲା । ଏହାକୁ ନେଇ ବର୍ତ୍ତମାନ ହଲ୍ଲା ଜାରି ରହିଛି । ସେହିପରି ଆଜିର ଏକ ଖବର ଅନୁସାରେ ଟିପ୍ସ ପ୍ୟାକେଟ୍‌ରୁ ମୃତ ବେଙ୍ଗ ବାହାରିଛି ।

ଏପରି ଘଟଣା ଘଟିଛି ଜାମନଗରର ପୁଷ୍କରଧାମ୍ ସୋସାଇଟିରେ । ସ୍ଥାନୀୟ ବାସିନ୍ଦା ଗୋଟେ ଚିପ୍ସ ପ୍ୟାକେଟ ଖୋଲିଥିବା ବେଳେ ସେଥିରୁ ଗୋଟେ ମୃତ ବେଙ୍ଗ ଥିବା ଦେଖିବାକୁ ପାଇଥିଲେ । ପୁଷ୍କରଧାମ ସୋସାଇଟିର ୫ ନମ୍ବର ରୋଡ୍‌ରେ ରହୁଥିବା ଜସ୍ମିତ୍ ପଟେଲ ଗତକାଲି ଉକ୍ତ ପ୍ୟାକେଟ୍ କିଣିଥିଲେ ।

ଜସ୍ମିତ୍ ପ୍ୟାକେଟ୍ କିଣିବା ପରେ ଅଧା ଖାଇ ରଖି ଦେଇଥିଲେ । କିନ୍ତୁ ସେତେବେଳେ ସେଥିରେ ବେଙ୍ଗ ଥିବା କଥା ଦେଖିପାରିନଥିଲେ । ପରେ ତା’ପରଦିନ ସକାଳେ ତାଙ୍କ ଝିଅ ଚିପ୍ସ ଖାଇବା ପାଇଁ ପ୍ୟାକେଟ ଖୋଲିବା ପରେ ସେଥିରେ ବେଙ୍ଗ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ।

ବେଙ୍ଗ ଦେଖି ସେ ଭୟରେ ଚିତ୍କାର କରି ଉଠିଥିଲେ । ଏହି ଘଟଣା ପରେ ଜସ୍ମିତ୍ ତୁରନ୍ତ ଜାମନଗର ମ୍ୟୁନିସିପାଲିଟି କର୍ପୋରେସନ୍ ଫୁଡ୍ ଶାଖା ସହିତ ଯୋଗାଯୋଗ କରିଥିଲେ ଓ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ପ୍ୟାକେଟକୁ ଯାଞ୍ଚ ପାଇଁ ପଠାଯାଇଛି । ମୃତ ବେଙ୍ଗର ଉପସ୍ଥିତି ନିଶ୍ଚିତ କରିବା ପାଇଁ ଅନ୍ୟ ପ୍ୟାକେଟର ନମୂନା ମଧ୍ୟ ସଂଗ୍ରହ କରିଥିବା ଜଣା ପଡ଼ିଛି ।

ଗତ କିଛି ଦିନ ମଧ୍ୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟମାନଙ୍କରେ ମାଛି, ଝିଟିପିଟି ପଡ଼ିବା ଘଟଣା ସାମ୍ନାକୁ ଆସିଥିଲା । ଫଳରେ ହୋଟେଲ ମାଲିକଙ୍କ ଅବହେଳାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ଆଜିର ଏହି ଘଟଣାରେ ଚିପ୍ସ କମ୍ପାନୀ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ । ଏବେ ଦେଖିବାକୁ ବାକି ରହିଲା ଯେ ସ୍ଥାନୀୟ ମ୍ୟୁନିସିପାଲିଟି କର୍ପୋରେସନ ଏହା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now