• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରତିବର୍ଷ ବର୍ଷା ଯୋଗୁଁ ରାଜଧାନୀରେ ଡ୍ରେନେଜ୍ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ବିଏମସି । ଜୁଲାଇ ୧୫ ସୁଦ୍ଧା ବିଏମ୍‌ସି ଅଧିନରେ ଥିବା ସମସ୍ତ ଡ୍ରେନର ମରାମତି, ସଫେଇ ଏବଂ ଡ୍ରେନ ଚତୁର୍ପାଶ୍ୱରେ ତାରବାଡ କାମ ସାରିବାକୁ ତାଗିଦ୍ କରିଛନ୍ତି ମେୟର । ନଚେତ ସଂପୃକ୍ତ ଏଜେନ୍ସି ସମେତ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ।

ଏଭଳି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ଆଜି ବିଏମ୍‌ସି କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା ଡ୍ରେନ ଡିସେର୍ଲ୍ଟିଂ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ବିଏମସି ସମେତ ଆରଏଣ୍ଡଡି, ସମସ୍ତ ଏଜେନ୍ସି, ଷ୍ଟାଣ୍ଡିଂ କମିଟି ସଦସ୍ୟ, ଟିପିସିଓଡିଏଲ, ଇଡକୋ ଅଧିକାରୀ ଉପସ୍ଥିତ ଥିଲେ।

ପଢନ୍ତୁ ଏହି ଖବର: ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

ପୂର୍ବରୁ ଜୁନ ୨୦ ତାରିଖ ସୁଦ୍ଧା ଭୁବନେଶ୍ୱରରେ ସମସ୍ତ ଡ୍ରେନ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ସମୟସୀମା ବଢାଯାଇଛି । ତେବେ ଡ୍ରେନ ସଫେଇ କାମରେ ଲାଗୁଥିବା ଲୋକଙ୍କ ଅଭାବ ପାଇଁ ସଠିକ ସମୟରେ କାମ ସରି ପାରୁନଥିବା କହିଛନ୍ତି ମେୟର । ୭୭ କିଲୋମିଟର ମେନ୍ ଡ୍ରେନ ସମେତ ୩୬୦ କିଲୋମିଟର ଆରଏଣ୍ଡଡି ଡ୍ରେନର ସମସ୍ତ କାମ ୧୫ ଜୁଲାଇ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଏମସି ।

ସେପଟେ ଭୁବନେଶ୍ୱରକୁ ଗତକାଲି ମୌସୁମୀ ଛୁଇଁବା ସହ ସାରା ରାଜ୍ୟରେ ସକ୍ରିୟ ହୋଇଛି । ମୌସୁମୀ ସକ୍ରିୟ ଯୋଗୁଁ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୨୬ରୁ ବଢ଼ିବ ବର୍ଷାର ପରିମାଣ । ଏନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ବିଜୁଳି, ଘଡଘଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୨୫ ତାରିଖ ପାଇଁ ୧୭ ଜିଲ୍ଲାକୁ ଝଡ଼ତୋଫାନ ଚେତାବନୀ ଜାରି ହୋଇଛି।

ପଢନ୍ତୁ ଏହି ଖବର: ରାଜଧାନୀରେ ମାଟି ମାଫିଆଙ୍କ ରାଜ୍, ଜଙ୍ଗଲରୁ ଉଠାଯାଉଛି ବେଆଇନ ଭାବେ ମାଟି

OTV is now on Whatsapp

Join and get latest news update delivered to you via whatsapp

Join Now