• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ । ସୁପର-୮ ମ୍ୟାଚରେ ବାଂଲାଦେଶକୁ ୫୦ ରନର ବଡ଼ ବ୍ୟବଧାନରେ ହରାଇ ଭାରତ ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପ୍ରାୟତଃ ପକ୍କା କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଯଶପ୍ରୀତ୍ ବୁମରାଙ୍କ ଘାତକ ବୋଲିଂ ଓ କୁଲଦୀପ ଯାଦବଙ୍କ ଚମତ୍କାର ସ୍ପିନ୍ ବଳରେ ଭାରତ ସହଜ ବିଜୟ ହାସଲ କରିଛି ।

ଭାରତର ୧୯୭ ରନ୍ ଟାର୍ଗେଟର ଜବାବରେ ବାଂଲାଦେଶ ୮ ୱିକେଟ୍ ହରାଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା । ବାଂଲାଦେଶ ୫୦ ରନରେ ପରାସ୍ତ ହୋଇଛି । କୁଲଦୀପ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ଓ ବୁମରା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ପୂର୍ବରୁ ଆଫଗାନିସ୍ତାନକୁ ହରାଇଥିବାରୁ ଅପରାଜିତ ଭାରତ ସେମିଫାଇନାଲ୍ ଖେଳିବା ନିଶ୍ଚିତ କରିଛି ।

ଭାରତ ଓ ଅଷ୍ଟ୍ରେଲିଆ ସୁପର୍ -୮ ଗ୍ରୁପ୍-୧ର ପଏଣ୍ଟ୍ ଟେବୁଲରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି । ସୋମବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ରହିଛି । ବାଂଲାଦେଶ କିନ୍ତୁ ୨ ମ୍ୟାଚ୍ ହାରି ସାରିଥିବାରୁ ଶେଷ ମ୍ୟାଚ୍ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ମିଳିଛି ।

ସୂଚନାଯୋଗ୍ୟ, ଆଣ୍ଟିଗାର ନର୍ଥ ସାଉଣ୍ଡସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍‌ରେ ହାର୍ଦ୍ଦିକଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ୧୯୬ ରନ୍‌ ସ୍କୋର୍ କରିଥିଲା । ଜବାବରେ ବାଲାଂଦେଶ ଉକ୍ତ ସ୍କୋର କରି ନପାରି ମ୍ୟାଚ ହାରି ଯାଇଥିଲା । ଭାରତ ତରଫରୁ ପ୍ରଥମେ ରୋହିତ ଶର୍ମା ଓ ବିରାଟ କୋହଲି ମ୍ୟାଚ୍ ଆରମ୍ଭ କରିଥିଲେ ।

ଚତୁର୍ଥ ଓଭର ପର୍ଯ୍ୟନ୍ତ ସେମାନେ ଖେଳିଥିବା ବେଳେ ଭାରତ ମଜବୁତ୍ ମୂଳଦୁଆ ପକାଇ ସାରିଥିଲା । ଅଲଗା ହୋଇଯାଇଥିଲେ ମଧ୍ୟ ସେମାନେ ୩୯ ରନ୍ ସଂଗ୍ରହ କରି ସାରିଥିଲେ । ଛକା ଓ ଚୌକା ମାରିବା ପରେ ରୋହିତ ୧୧ ବଲ୍‌ରୁ ୨୩ ରନ୍ କରି ସକିବ୍ ଅଲ୍ ହାସନ୍‌ଙ୍କ ବଲ୍‌ରେ ଜାକର ଅଲୀଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍ ହୋଇଥିଲେ ।

ନବମ ଓଭରରେ କିନ୍ତୁ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉଟ୍ କରି ତଞ୍ଜିମ ହାସନ୍ ସାକିବ୍ ଭାରତ ଶିବିରରେ ଆତଙ୍କ ଖେଳାଇଥିଲେ । ସେତେବେଳକୁ କିନ୍ତୁ ଲଗାତାର ଭାବେ ଫ୍ଲପ୍ ହୋଇଥିବା ବିରାଟ କୋହଲି ୨୪ ବଲ୍‌ରୁ ୩୭ ରନ୍ ସଂଗ୍ରହ କରି ଲୟକୁ ଫେରିସାରିଥିଲେ ।

ସୂର୍ଯ୍ୟକୁମାର ପ୍ରଥମ ବଲ୍‌କୁ ଛକା ମାରିବା ପରେ ପରବର୍ତୀ ବଲ୍‌ରେ ଆଉଟ୍ ହୋଇଥିଲେ । ପରେ ପରେ ଆସିଥିବା ଋଷଭ ପନ୍ତ୍ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୪ ବଲ୍‌ରୁ ୩୬ ରନ୍ ସଂଗ୍ରହ କରିଥିଲେ । ରିଷାଦ ହାସନଙ୍କୁ ଛକା ଓ ଚୌକା ମାରିବା ପରେ ପରେ ସେ ମଧ୍ୟ ଆଉଟ୍ ହୋଇଯାଇଥିଲେ ।

ତେବେ ଶେଷ ଭାଗରେ ଶିବମ ଦୁବେ ୨୪ ବଲ୍‌ରୁ ୩୪ ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲ୍‌ରୁ ଅପରାଜିତ ୫୦ ରନ୍ କରିବା ଫଳରେ ଭାରତ ସମ୍ମାନଜନକ ସ୍କୋର୍ କରିପାରିଥିଲା । ପରେ ବୋଲର୍‌ମାନେ ଭଲ ପ୍ରଦର୍ଶନ କରି ଭାରତକୁ ଗତକାଲିର ମ୍ୟାଚ୍ ଜିତାଇ ଦେଇଥିଲେ । ଭାରତ ଏହି ମ୍ୟାଚ୍‌କୁ ୫୦ ରନ୍‌ରେ ଜିତିନେଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now