• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋଣାର୍କ ବାଲୁଖଣ୍ଡ ଅଭୟାରଣରେ ଛଡାଗଲା ୧୦ କୃଷ୍ଣସାର ମୃଗ । ବିରଳ କୃଷ୍ଣସାର ମୃଗ ବା ବ୍ଲାକ ବକ ହରିଣ ପ୍ରକଳ୍ପର ପୁନଃ ସମ୍ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଏକ ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ନନ୍ଦନକାନନରୁ ଅଣାଯାଇଥିବା ୧୦ଟି ବିରଳ କୃଷ୍ଣସାର ମୃଗଙ୍କୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯାଇଛି ।

ଏମାନଙ୍କ ମଧ୍ୟରେ ୬ଟି ମାଇ କୃଷ୍ଣସାର ମୃଗ ଅଛନ୍ତି । 30 ହେକ୍ଟର ଜଙ୍ଗଲ ଜମିରେ ନିର୍ମାଣ କରାଯାଇଥିବା ଏନକ୍ଲୋଜର ମଧ୍ୟରେ ସ୍ୱତନ୍ତ୍ର ସଂଗରୋଧରେ ଛଡାଯାଇଛି । ସଂଗରୋଧରେ ଏକ ମାସ ରହିବା ପରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ । ସଂଗରୋଧ ସମୟରେ ଏକ ସ୍ୱତନ୍ତ୍ର ଟିମ ଏହି ମୃଗ ମାନଙ୍କ ଉପରେ ନଜର ରଖିବେ ।

ଏହି ଯୋଜନା ସଫଳ ହେଲେ କୃଷ୍ଣସାର ମୃଗଙ୍କ ବଂଶବୃଦ୍ଧି ନିମନ୍ତେ ପରବର୍ତ୍ତୀ ସମୟରେ ଅଧିକ ସଂଖ୍ୟାରେ ଏହି ପ୍ରଜାତିର ମୃଗ ବାଲୁଖଣ୍ଡ ଅଭୟାରଣ୍ୟରେ ଛଡ଼ାଯିବ । ସେପଟେ ଆଜି ନନ୍ଦନକାନନ ବୁଲିଛନ୍ତି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନେକ ଅଞ୍ଚଳ ବୁଲିବା ସହ ବିଭାଗୀୟ ଅଧିକାରୀ ଓ PCCF ସୁଶାନ୍ତ ନନ୍ଦଙ୍କ ସହ ଅଧିକ ଆଲୋଚନା କରିଥିଲେ । ଆଗାମୀ ଦିନରେ ଯେଉଁ ସବୁ ଅସୁବିଧା ରହିଛି ତାକୁ କିଭଳି ତୁରନ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ସହ ଉଦ୍ୟାନକୁ ଲାଗି ଅନେକ ଗାଁ ରହିଛି ସେମାନଙ୍କ ସହ ଅନେକ ସମୟରେ କିଛି ନା କିଛି ଅସୁବିଧା ଲାଗି ରହିଥାଏ । ବନ ବିଭାଗ ସହ ଆଗାମୀ ଦିନ ଏହାର ସମାଧାନ ଉପରେ ଆମେ ଗୁରୁତ୍ୱ ଦେବୁ ବୋଲି କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now