• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ । ଏକ ସଙ୍ଗେ ବାହାରିଲା କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍‌ ହାର ରହିଛି ୮୦.୯୫ ପ୍ରତିଶତ । ସେହିପରି  ବିଜ୍ଞାନରେ ପାସ୍‌ ହାର ୮୬.୯୩ ପ୍ରତିଶତ ରହିଛି । ବାଣିଜ୍ୟରେ ପାସ୍‌ ହାର ୮୨.୨୭ ପ୍ରତିଶତ ରହିଛି ।

ଛାତ୍ରଛାତ୍ରୀମାନେ www.orissaresults.nic.inରେ ରେଜଲ୍ଟ ଦେଖିପାରିବେ । ବାଣିଜ୍ୟରେ ପାସ୍‌ ହାର ୮୨.୨୭ ପ୍ରତିଶତ ଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ପାସ୍‌ ହାର ୬୮.୦୨% ରହିଛି । ଏ ବର୍ଷ ମଧ୍ୟ ଛାତ୍ରଙ୍କଠାରୁ ଛାତ୍ରୀ ଆଗରେ ରହିଛନ୍ତି । କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି । ୧,୦୪,୪୪୭ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ ହୋଇଛନ୍ତି ।

କଳାରେ ପୁଅଙ୍କ ପାସ୍‌ ହାର ୭୨.୬୮ ପ୍ରତିଶତ ରହିଛି । ୧,୩୦,୭୭୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ ହୋଇଛନ୍ତି । ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତ ରହିଛି । ସେହିପରି ମୋଟ୍ ପରୀକ୍ଷା ଦେଇଥିଲେ ୨,୩୫,୨୧୮ ଜଣ । ଏମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧,୯୦,୪୨୯ ଜଣ । ସେହିପରି ଯୁକ୍ତ ଦୁଇ ବିଜ୍ଞାନରେ ବି ଝିଅଙ୍କ ବାଜିମାତ୍ ।

୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ପୁଅଙ୍କ ପାସ୍‌ ହାର ୮୬. ୨୧ ପ୍ରତିଶତ ରହିଥିବେ ବେଳେ ୫୪,୯୨୨ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୧୯୦ ପାସ୍ କରିଛନ୍ତି । ମୋଟ୍ ଉପରେ ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି । ସେହିପରି କମର୍ସରେ ମଧ୍ୟ ଝିଅମାନେ କମାଲ୍ କରିଛନ୍ତି । ବାଣିଜ୍ୟରେ ୯୪୩୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ୍ ୮୦୬୯ ଜଣ ପାସ୍ କରିଛନ୍ତି ।

ସେହିପରି ୧୬,୪୬୬ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୨୩୯ ପାସ୍ କରିଛନ୍ତି । ଝିଅଙ୍କ ପାସ୍ ହାର ୮୫.୫୫% ରହିଥିବା ବେଳେ ପୁଅଙ୍କ ପାସ୍ ହାର ୮୦.୪୦% ରହିଛି । ବିଜ୍ଞାନରେ ୧୦୦% ସଫଳତା ଅଧିକ ମିଳିଛି । କଳା ଓ ବାଣିଜ୍ୟ ତୁଳନାରେ ବିଜ୍ଞାନରେ ଅଧିକ ଶତ ପ୍ରତିଶତ ରେଜଲ୍ଟ ଆସିଛି । କଳାରେ ୨୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦% ରେଜଲ୍ଟ ହୋଇଛି । ବିଜ୍ଞାନରେ ୨୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦% ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦% ରେଜଲ୍ଟ ହୋଇଛି ।

ଗତ ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେପଟେ ଆଜି ସକାଳେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି ।

ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ %ରହିଛି । ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ । ସମସ୍ତ ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଚଳିତବର୍ଷ ରେଗୁଲାର୍‌ରେ ୫ଲକ୍ଷ ୪୧ହଜାର ୦୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୩୦ହଜାର ୧୫୩ଜଣ ପାସ୍‌ କରିଛନ୍ତି ।

ସେହିପରି SOSCରେ ୬ହଜାର ୪୫୭ଜଣ ପରୀକ୍ଷା ଦେଇଥିବା ବେଳେ ୩ହଜାର ୮୪୪ ଜଣ ପାସ୍‌ କରିଛନ୍ତି । SOSCରେ ପାସ୍‌ହାର ରହିଛି ୫୯.୮୮ % । ମଧ୍ୟମାରେ ପାସ୍‌ହାର ରହିଛି ୯୮.୧୨ % । ମଧ୍ୟମାରେ ମୋଟ୍ ୩ହଜାର ୨୫୨ଜଣ ପରୀକ୍ଷା ଦେଇଥିବା ବେଳେ ୩ହଜାର ୧୯୧ଜଣ ପାସ୍‌ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮ ପ୍ରତିଶତ ପାସ୍ ହାର ରହିଥିବା ବେଳେ ନୂଆପଡ଼ାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍ ହାର ରହିଛି ।

ସେହିଭଳି କଟକରେ ପାସ୍‌ହାର ରହିଛି ୯୭.୫୮% । ଜଗତସିଂହପୁରରେ ୯୭.୬%, ଯାଜପୁରରେ ୯୫.୯୨%, କେନ୍ଦ୍ରାପଡାରେ ୯୫.୭୭%, ରାୟଗଡାରେ ୯୬.୧୬%, ମାଲକାନଗିରିରେ ୯୫.୦୪%, କୋରାପୁଟରେ ୯୪.୮୨% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେହିଭଳି, ଅନଗୁଳରେ ୯୬.୬୩%, ଢେଙ୍କାନାଳରେ ୯୫.୧୨%, ପୁରୀରେ ୯୬.୭୬%, ନୟାଗଡ଼ରେ ୯୬.୨୩%, ବାଲେଶ୍ୱରରେ ୯୬.୧%, ଭଦ୍ରକରେ ୯୬.୭୩%, କେନ୍ଦୁଝରରେ ୯୪.୮%, ମୟୂରଭଞ୍ଜରେ ୯୫.୭% ପାସ୍‌ହାର ରହିଛି ।

ନ୍ଧମାଳରେ ୯୬.୬%, ନୂଆପଡାରେ ୯୩.୯୧% ପାସ୍‌ହାର ଥିବାବେଳେ ବରଗଡ଼ରେ ୯୬.୬୪%, ସମ୍ୱଲପୁରରେ ୯୬.୭୩, ଦେବଗଡ଼ରେ ୯୬.୭୧% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୱେବସାଇଟ www.bscodisha.ac.inରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ ।

ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ । ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ପରେ ଅର୍ଥାତ୍ ଅପରାହ୍ନ ୪ଟା ବେଳକୁ ଅନଲାଇନ ଏବଂ ହ୍ୱାଟ୍ସଆପରେ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ । ଏଥିପାଇଁ BSE/Hi ଲେଖି 77100-58192 ନମ୍ବରରେ ହ୍ୱାଟ୍ସଆପ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now