ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ । ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଲିଖିତ ପ୍ରଶ୍ନରେ ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଉତ୍ତର ରଖିଛନ୍ତି ।
ସୁଭଦ୍ରା ଯୋଜନା ଫର୍ମ ବାଣ୍ଟିବା ହେଲା କାଳ। ଶେଷରେ ମାଡ଼ ଖାଇଲେ ଅଙ୍ଗନବାଡ଼ି କର୍ମୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।
ବଢିଲା ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି। ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷର ସହାୟତା ରାଶି।
ବନ୍ୟା ପ୍ରଳୟ ଭିତରେ ୨୦ ଘଣ୍ଟା ଧରି ଗଛ କୋରଡ ଆଶ୍ରୟ ନେବା ପରେ ଉଦ୍ଧାର। ଭରା ନଦୀରୁ ପାଣି ସାମାନ୍ୟ କମିବା ପରେ ଉଦ୍ଧାର କଲା ଓଡ୍ରାଫ୍ ବାହିନୀ।
ଭିଲେନ୍ର ଡାଇଲଗ୍ ଶୁଣି ପ୍ରଥମେ ବୋତଲ ମାଡ଼ ହୋଇଥିଲା। ଆଉ ପରେ ସିଧା ମଞ୍ଚ ଉପରେ ଚଢ଼ି ଲୋକେ ଭିଲେନକୁ ପିଟିବାକୁ ଲାଗିଥିଲେ।
ସାଇବର ସୁରକ୍ଷା ବିନା କୌଣସି ଦେଶର ବିକାଶ ଅସମ୍ଭବ । ୫ ବର୍ଷରେ ପାଖାପାଖି ୫ ହଜାର ସାଇବର କମାଣ୍ଡୋ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସାଇବର୍ ଫ୍ରଡ୍କୁ ନେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ମୋତେ ଛାଡ଼ିଦିଅ...ମୁଁ ମରିବାକୁ ଚାହୁଁଛି । ଏମିତି କହି ଟ୍ରେନ୍ ଲାଇନ୍ ଆଗରେ ଆତ୍ମହତ୍ୟା କରିବାକୁ ଶୋଇଥିବା ଜଣେ ଝିଅକୁ ଉଦ୍ଧାର କରିଛନ୍ତି ଲୋକୋ ପାଇଲଟ୍ ।
ଝିଅର ପ୍ରେମିକକୁ ହତ୍ୟା କଲା ପ୍ରେମିକାର ବାପା । ଏଭଳି କିଛି ଜଘନ୍ୟକାଣ୍ଡ ଘଟିଛି ରାୟଗଡ଼ା କାଶୀପୁର ଥାନା ଅଡ଼ାଜୋର ଗାଁରେ ।
ମନ୍ତ୍ରୀ କହିଛନ୍ତି ସମୁଦ୍ର ପାଣିକୁ ପାନୀୟ ଉପଯୋଗୀ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯାଇ ପାରିବ।
ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, କଟକ ସାଂସଦ ଜଣେ ଅଭିଜ୍ଞ ସାଂସଦ। ହେଲେ ରେଭେନ୍ସା ନାମ ପରିବର୍ତ୍ତନର ଯଥାର୍ଥତା ଦର୍ଶାଇ ଯେଉଁ ସଂପାଦକୀୟ ଲେଖିଛନ୍ତି ତାହା ଦୁର୍ଭାଗ୍ୟଜନକ ।
ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର। ମାଲକାନଗିରିର ଜଳ ପ୍ରଳୟ ଭିତରୁ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି।
ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ଏନେଇ କୌଣସି ସରକାରୀ ପ୍ରସ୍ତାବ ନାହିଁ କି ନୂଆ ସରକାରଙ୍କ ହସ୍ତଗତ ହୋଇନାହିଁ।
ଆମେରିକାର ବର୍ଜିନିଆରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧି ଉଭୟ ବିଜେପି ଏବଂ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି ବିବାଦକୁ ଆସିଛନ୍ତି ।
ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀଙ୍କ ଭୁବନେଶ୍ବରରେ ପ୍ରତିବାଦ ।
ରୋଗ ଭଲ କରିବାକୁ ହସ୍ପିଟାଲ ଆସିଥିଲେ। ଦିନ କେଇଟାରେ ଭଲ ହୋଇ ଘରୁ ଫେରି ଥାଆନ୍ତେ। କିନ୍ତୁ ସେ କଣ ଜାଣିଥିଲେ ହସ୍ପିଟାଲରେ ବିଛା ହୋଇଥିବା କେବୁଲ ତାର ତାଙ୍କ ଜୀବନ ନେଇଯିବ।
ବଲାଙ୍ଗିରରେ ଦୁଇ ପଡ଼ୋଶୀଙ୍କ ଭିତରେ ଗଣ୍ଡଗୋଳ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ୨ ଜଣ।
ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟାର୍ଗେଟ କରାଯାଇଥିଲା। ଏହାର ଦିନେ ପରେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ।
ରାଜ୍ୟର ଦ୍ବିତୀୟ AIIMS ସମ୍ବଲପୁରରେ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜଧାନୀରେ ଘର ଭଡା ଖୋଜୁଛନ୍ତି କି, ସିଧା ମାଲିକଙ୍କୁ ଯୋଗାଯୋଗ କରନ୍ତୁ। ବ୍ରୋକର କି ଦଲାଲଙ୍କ ହାବୁଡ଼ରେ ପଡ଼ିଲେ ମଲ। କେତେବେଳେ ସେମାନେ ଅନ୍ୟ ଘରକୁ ଅନଲାଇନ୍ ରେ ବିଜ୍ଞାପନ ଦେଇ ତ କେତେବେଳେ ନିଜେ ମାଲିକ ସାଜି ଗୋଟିଏ ଘରକୁ ଏକାଧିକ ଲୋକଙ୍କୁ ଦେଖାଇ ହଜାର ହଜାର...
କେଉଁଠି ବ୍ରିଜ୍ ଉପରେ ପାଣି ଚାଲିଛି ତ କେଉଁଠି ରାସ୍ତା ଦେଖାଯାଉନି। ଏକର ଏକର ଚାଷ ଜମିରେ ଅଣ୍ଟାଏ ପାଣି। ଲଗାଣ ବର୍ଷାରେ ବେହାଲ କୋରାପୁଟ। ଜିଲ୍ଲାର କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି। ସେପଟେ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଲଘୁଚାପ। ୨୪ ଘଣ୍ଟା...