/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728539645.jpg)
Bomb Scare
ଏକ୍ସପ୍ରେସ୍ ଟ୍ରେନରେ ବୋମା ଆତଙ୍କ । ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସ ଟ୍ରେନରେ ବୋମା ଥିବା ନେଇ ଆତଙ୍କ ଖେଳିଛି। ଫଳରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ଏକ୍ସପ୍ରେସ ଟ୍ରେନ୍ ।
ରେଳ ଅଧିକାରୀଙ୍କୁ ସନ୍ଦିଗ୍ଧ ଆତଙ୍କବାଦୀ କିଛି ବସ୍ଫୋରକ ନେଇ ଯାଉଥିବା ଖବର ମିଳିଥିଲା । ଫଳରେ ସମସ୍ତ କୋଚରେ ଥିବା ଯାତ୍ରୀଙ୍କ ମଧ୍ୟରେ ସଙ୍ଗେ ସଙ୍ଗେ ଆତଙ୍କ ଖେଳିଯାଇଥିଲା । ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ଯାଞ୍ଚ ପରେ କିଛି ମିଳି ନଥିଲା ।
ତେବେ ସୋସିଆଲ ମିଡିଆରେ 'X'ରେ ସୂଚନା ମିଳିଥିଲା କିଛି ସନ୍ଦିଗ୍ଧ ଆତଙ୍କବାଦୀ ବିସ୍ଫୋରକ ସାମଗ୍ରୀ ସହିତ ଟ୍ରେନରେ ଯାତ୍ରା କରୁଛନ୍ତି, ଯାହା ସେମାନେ ଏୟାର ଇଣ୍ଡିଆ ଦିଲ୍ଲୀ-ଲେହ ବିମାନରେ ଲଗାଇବେ।
ଏପଟେ ରେଲୱେ ଲାଇନରେ ଛିଡ଼ି ପଡ଼ିଲା ବିଦ୍ୟୁତ୍ ତାର । କୋରାପୁଟ ବାଇଗୁଡ଼ା-କାକେରିଗୁମ୍ମା ଟ୍ରାକରେ ଛିଡ଼ିଲା ଓଭରହେଡ୍ ଇଲେକ୍ଟ୍ରିକ ତାର । ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିବାରୁ ବିଭିନ୍ନ ସ୍ଥାନରେ ଅଟକି ରହିଲା ଟ୍ରେନ୍ । ଲକ୍ଷ୍ମୀପୁରରେ ଅଟକି ରହିଛି ରାଉରକେଲା ଇଣ୍ଟରସିଟି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)