Advertisment

ଛାଡିଗଲେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି; କିଏ ହେବେ ଉତ୍ତରାଧିକାରୀ ? ଜାଣନ୍ତୁ....

୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ରତନ ଟାଟା। ରତନ ଟାଟା ନିଜ ପଛରେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। କିଏ ହେବେ ତାଙ୍କ ଉତ୍ତରାଧିକାରୀ ?

author-image
Sujit kumar Swain
ଅଦ୍ୟତନ ହୋଇଛି
Who Will Be Successors of Ratan Tata

Ratan Tata Empire

କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଥିଲେ ନିଜେ ରତନ ଟାଟା। ତେବେ ରତନ ଟାଟାଙ୍କ ଦେହାନ୍ତକୁ ନେଇ ଚାରିଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ କିଏ ହେବେ ତାଙ୍କ ଉତ୍ତରାଧିକାରୀ ?  କିଏ ନେବେ ସବୁ ଦାୟିତ୍ବ ? ଆସନ୍ତୁ ଜାଣିବା...

Advertisment

ଅଧିକ ପଢ଼ନ୍ତୁ: ‘ସେମାନେ କହୁଛନ୍ତି ତୁମେ ଚାଲିଗଲ’; ଏମିତି କହି ଶୋକ ପ୍ରକାଶ କଲେ ରତନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ...

କିଏ ହେବେ ଉତ୍ତରାଧିକାରୀ ?

ସମସ୍ତେ ଜାଣନ୍ତି ଯେ ରତନ ଟାଟା ଅବିବାହିତ ଥିଲେ। ଏଥିପାଇଁ ତାଙ୍କର କେହି ସନ୍ତାନ ମଧ୍ୟ ନାହାନ୍ତି। ରତନ ଟାଟା ନିଜ ପଛରେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। ରତନ ଟାଟାଙ୍କ ଦେହାନ୍ତ ପରେ ଭାରତର ଅନ୍ୟତମ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ମଙ୍ଗ କିଏ ସମ୍ଭାଳିବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ‌ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ନୋଏଲ ଟାଟାଙ୍କୁ ସବୁଠୁ ଯୋଗ୍ୟ ବିବେଚନା କରାଯାଉଛି। ସେ ହେଉଛନ୍ତି ରତନଙ୍କ ସାବତ ଭାଇ। ନୋଏଲଙ୍କ ତିନି ସନ୍ତାନ୍ତଙ୍କୁ ମଧ୍ୟ ଟାଟାଙ୍କ ଉତ୍ତରାଧିକାରୀ ଭାବେ ବିଚାର କରାଯାଉଛି।

Advertisment

ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏମାନେ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଓ ଲିଆ ଟାଟା। ରତନ ଟାଟାଙ୍କ ସମ୍ପତ୍ତିର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏମାନେ ମଧ୍ୟ ସାମିଲ ଅଛନ୍ତି। ନୋଏଲ୍ ଟାଟାର ସମସ୍ତ ତିନୋଟି ପିଲା ବର୍ତ୍ତମାନ ଟାଟା ଗ୍ରୁପରେ ବିଭିନ୍ନ ଦାୟିତ୍ୱର ପରିଚାଳନା କରୁଛନ୍ତି। ୩୪ ବର୍ଷୀୟ ମାୟା ଟାଟା ଟାଟା ଅପର୍ଚ୍ୟୁନିଟି ଓ ଟାଟା ଡିଜିଟାଲରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଟାଟା ନ୍ୟୁ ଆପ୍ ଲଞ୍ଚରେ ମଧ୍ୟ ତାଙ୍କର ଢ଼େର ଅବଦାନ ଥିଲା। ସେହିପରି ୩୨ ବର୍ଷୀୟ ନେଭିଲ ଟାଟା ଟ୍ରେଣ୍ଟ୍ ଲିମିଟେଡ ପ୍ରମୁଖ ହାଇପର୍ ମାର୍କେଟ୍ ଚେନ୍ ଷ୍ଟାର୍ ବଜାରକୁ ଲିଡ୍‌ କରୁଛନ୍ତି। ଏଥି ସହିତ ୩୯ ବର୍ଷୀୟା ଲିଆ ଟାଟା ଟାଟା ଗ୍ରୁପର ହସ୍ପିଟାଲିଟି ସେକ୍ଟରକୁ ଦେଖୁଛନ୍ତି। ସେ ତାଜ ହୋଟେଲ ରିସର୍ଟ ଏବଂ ପ୍ୟାଲେସର ପରିଚାଳନା କରୁଛନ୍ତି। ସେ ଇଣ୍ଡିଆନ ହୋଟେଲ କମ୍ପାନୀର ତଦାରଖ ମଧ୍ୟ କରୁଛନ୍ତି।

ଶିଳ୍ପ ଜଗତକୁ ରତନ ଟାଟାଙ୍କ ଅବଦାନ ? 

ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି। ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ବ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ। ପ୍ରକଳ୍ପର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ପ୍ରତି ସେ ଗୁରୁତ୍ବାରୋପ କରୁଥିଲେ। ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସ୍ବୀକାର୍ଯ୍ୟ ଥିଲା । ତାଙ୍କ ଅମଳରେ ଟାଟା ମୋଟର୍ସ ବିଶ୍ବ ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନି ‘ଜାଗୁଆର୍’ ଓ ‘ଲ୍ୟାଣ୍ଡରୋଭର୍‌’କୁ ଏବଂ ‘କୋରସ୍‌’କୁ ଟାଟା ଷ୍ଟିଲ୍‌ ଅଧିଗ୍ରହଣ କରିଥିଲା। ଭାରତର ସାଧାରଣ ଜନତାଙ୍କ କାର୍‌ ସ୍ବପ୍ନ ପୂରଣ କରିବା ଲାଗି ଲକ୍ଷେ ଟଙ୍କିଆ କାର୍‌ ‘ନାନୋ’ ଆଣିଥିଲେ। 

ଯେଉଁ ସମୟରେ ପାଶ୍ଚାତ୍ୟ ଅଟୋମୋବାଇଲ୍‌ ବ୍ରାଣ୍ଡ୍‌ଗୁଡ଼ିକର ଭାରତରେ ଆଧିପତ୍ୟ ରହିଥିଲା ସେହି ସମୟରେ ‘ଇଣ୍ଡିକା’ କାର୍‌ ଆଣି ସେ ସେମାନଙ୍କ ଗଡ଼ରେ ପ୍ରବେଶ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। କେବଳ ଭାରତ ନୁହେଁ ବିଶ୍ବବ୍ୟାପୀ ସେ ଥିଲେ ଜଣେ ପରିଚିତ ଶିଳ୍ପପତି। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଉପାଧି ପ୍ରଦାନ କରିଥିଲେ।

ଅଧିକ ପଢ଼ନ୍ତୁ: ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ

୧୯୩୭ ଡିସେମ୍ବର ୨୮ ତାରିଖରେ ଏକ ପାର୍ସି ପରିବାରରେ ରତନ ଟାଟାଙ୍କ ଜନ୍ମ ହୋଇଥିଲା। ମୁମ୍ବାଇରେ ପାଠପଢ଼ା ଶେଷ କରିବା ପରେ ସେ ଶିମ୍‌ଲା ଓ ଆମେରିକାର ନ୍ୟୁୟର୍କରେ ପଢ଼ିଥିଲେ। ରତନ ଟାଟା ୧୯୬୨ରେ ଟାଟା ଗ୍ରୁପ୍‌ରେ ଯୋଗ ଦେଇଥିଲେ। ବିଭିନ୍ନ କମ୍ପାନିରେ କିଛି ଦିନ କାର୍ଯ୍ୟ କରିବା ପରେ ୧୯୭୧ରେ ସେ ନ୍ୟାସନାଲ୍‌ ରେଡିଓ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ କମ୍ପାନିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ୧୯୮୧ରେ ସେ ଟାଟା ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ହୋଇଥିଲେ।

କର୍ଣ୍ଣେଲ୍ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ଟାଟା ୧୯୬୨ରେ ଭାରତ ଫେରିବା ପୂର୍ବରୁ କିଛି ଦିନ ପାଇଁ ଆମେରିକାର ଲସ୍‌ ଏଞ୍ଜେ‌ଲ୍‌ସ୍‌ରେ ଜୋନ୍‌ସ ଆଣ୍ଡ୍ ଏମନ୍‌ସ ପାଇଁ କାମ କରିଥିଲେ। ସେ ୧୯୭୫‌ରେ ହାର୍ଭାର୍ଡ ବିଜିନେସ୍‌ ସ୍କୁଲ୍‌ରେ ମଧ୍ୟ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିଲେ। 

Ratan Tata Tata Groups
Advertisment
Advertisment