/odishatv-khabar/media/post_attachments/uploadimage/library/16_9/16_9_0/Ratan_Tata_1728524469.jpg)
Ratan Tata
କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଥିଲେ ନିଜେ ରତନ ଟାଟା।
ତେବେ ଆଜି ସେ ଆଇସିୟୁରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ନିଜର ଅମାୟିକ ବ୍ୟକ୍ତିତ୍ବ, ସରଳ ଜୀବନଶୈଳୀ, ମେଳାପି ସ୍ବଭାବ ଏବଂ ବଦାନ୍ୟତା ପାଇଁ ବେଶ୍ ପରିଚିତ ଥିଲେ ରତନ ଟାଟା ।
#ରତନ_ଟାଟାଙ୍କ_ପରଲୋକ
୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । #RatanTata#Tata#OTVpic.twitter.com/ej9OxOhNra— ଓଟିଭି (@otvkhabar) October 10, 2024
#ଚାଲିଗଲେ_ଭାରତର_ରତ୍ନ
୮୬ ବର୍ଷ ବୟସରେ ଭାରତର ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ ଟାଟାଙ୍କର ପରଲୋକ। ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା ପାଇଁ କିଛିଦିନ ଧରି ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ୨୮ ଡିସେମ୍ବର ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିବା ରତନ ଟାଟା, ଭାରତରେ ଶିଳ୍ପ ବିପ୍ଳବର ଅଗ୍ରଣୀ ସାରଥୀ ଥିଲେ। #RatanTata#OTVpic.twitter.com/e4LEobc6xE
— ଓଟିଭି (@otvkhabar) October 10, 2024
୧୯୬୧ରେ ସେ ପ୍ରଥମେ ଟାଟାଷ୍ଟିଲରେ ଯୋଗ ଦେଇଥିଲେ ଏବଂ ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ବନିଥିଲେ। ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର ।
ରତନ ଟାଟାଙ୍କ ଅବଦାନ...
-୨୧ ବର୍ଷ ଟାଟା ଗ୍ରୁପ କୁ ସମ୍ଭାଳିଥିଲେ
-କ୍ଷତି ସହୁଥିବା ଟାଟାକୁ ଲାଭ ଦାୟକ ଶିଳ୍ପରେ ପରିଣତ କଲେ
-ଟାଟା ଗ୍ରୁପର ଆର୍ଥିକ ସ୍ଥିତି ୫୦ ଗୁଣା ବଢ଼ାଲେ
-୧୯୯୮ରେ ସେତେବେଳେ ଦେଶର ସବୁଠୁ ଛୋଟ ଗାଡ଼ି ଟାଟା ଇଣ୍ଡିକା ଭେଟିଦେଲେ
-୨୦୦୮ ଡ୍ରିମ୍ ପ୍ରୋଜେକ୍ଟ ଟାଟା ନାନୋ, ଲକ୍ଷେ ଟଙ୍କାରେ କାର୍
-୨୦୦୮ ରେ ଜାଗୁଆର-land rover କୁ ଅକ୍ତିଆର କଲା ଟାଟା
-୨୦୦୦ ମସିହାରେ ବିଶ୍ଵର ବଡ଼ ଚାହା କମ୍ପାନୀ tetley କୁ ଟାଟା ସହ ମିଶ୍ରଣ କଲେ। ଫଳରେ
ଟାଟା ବିଶ୍ବର ଦ୍ଵିତୀୟ ବଡ଼ ଚାହା ଉତ୍ପାଦନକାରୀ ହେଲା
-୨୦୨୨ରେ କ୍ଷତି ସହୁଥିବା ଏୟାର ଇଣ୍ଡିଆକୁ ଅକ୍ତିଆର କଲା ଟାଟା। ଫଳରେ ଏୟାର ଇଣ୍ଡିଆ ନିଜ
ପରିଚୟ ଫେରି ପାଇଲା।
-ମୁମ୍ବାଇରେ ଦେଶର ସବୁଠୁ ବଡ଼ କ୍ୟାନ୍ସର ହସ୍ପିଟାଲ
-ନିଜ ଲାଭର ୬୫ ପ୍ରତିଶତ ଦାନ କରୁଥିଲେ
#BreakingNews
ବିଶିଷ୍ଟ ଶିଳ୍ପପତି ତଥା କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟାଙ୍କର ପରଲୋକ #RatanTatapic.twitter.com/wW19kadjVj— ଓଟିଭି (@otvkhabar) October 9, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)