Advertisment

୧୬ IASଙ୍କୁ ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱ; କାର୍ଯ୍ୟକ୍ରମର ଅଗ୍ରଗତି ନେଇ କରିବେ ସମୀକ୍ଷା

ବରିଷ୍ଠ IAS ଅଧିକାରୀଙ୍କୁ ୧୬ ଆକାଂକ୍ଷୀ ଜିଲ୍ଲାର ଦାୟିତ୍ୱ। କେନ୍ଦୁଝର ଜିଲ୍ଲା ଦାୟିତ୍ବରେ ରହିବେ ବରିଷ୍ଠ IAS ହେମନ୍ତ ଶର୍ମା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Senior IAS Officers Appointed to Oversee 16 Aspirational Odisha Districts

IAS officers

ବରିଷ୍ଠ IAS ଅଧିକାରୀଙ୍କୁ ୧୬ ଆକାଂକ୍ଷୀ ଜିଲ୍ଲାର ଦାୟିତ୍ୱ। କେନ୍ଦୁଝର ଜିଲ୍ଲା ଦାୟିତ୍ବରେ ରହିବେ ବରିଷ୍ଠ IAS ହେମନ୍ତ ଶର୍ମା, କଳାହାଣ୍ଡି ଜିଲ୍ଲା ପାଇଁ ସୁଶୀଲ ଲୋହାନି, ମାଲକାନଗିରି ଜିଲ୍ଲା ପାଇଁ ବିଷ୍ଣୁପଦ ସେଠୀ, କୋରାପୁଟ ଜିଲ୍ଲା ପାଇଁ ଚିତ୍ରା ଅରୁମୁଗମ, ବରଗଡ଼ ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

Advertisment

ଅଧିକ ପଢ଼ନ୍ତୁ: କାର୍ଯ୍ୟକ୍ଷମ ହେଲା ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’; ରକ୍ତ ପରି ମାଗଣାରେ ମିଳିବ ଅସ୍ଥି

ସେହିପରି କନ୍ଧମାଳ ଆକାଂକ୍ଷୀ ଜିଲ୍ଲା ଦାୟିତ୍ବରେ ରହିବେ ଉଷା ପାଢ଼ୀ, ବଲାଙ୍ଗିର ଜିଲ୍ଲା ଦାୟିତ୍ବରେ ରହିବେ ଭି.ଭି.ଯାଦବ, ନୂଆପଡ଼ା ଜିଲ୍ଲା ପାଇଁ ବିଶାଲ ଦେବ, ମୟୂରଭଞ୍ଜ ପାଇଁ ସଞ୍ଜୟ ସିଂହ, ଗଜପତି ପାଇଁ ଶୁଭା ଶର୍ମା, ନବରଙ୍ଗପୁର ପାଇଁ ଭାସ୍କର ଜ୍ୟୋତି ଶର୍ମା ଏବଂ ରାୟଗଡ଼ା ଜିଲ୍ଲା ଦାୟିତ୍ବରେ ରହିବେ ଶାଳିନୀ ପଣ୍ଡିତ। 

Advertisment

ସେହିପରି ଅଶ୍ୱଥି ଏସ୍.ଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପାଇଁ ନିଯୁକ୍ତ କରାଯାଇଥିବାବେଳେ ସମ୍ବଲପୁର ଜିଲ୍ଲା ଦାୟିତ୍ବରେ ରହିବେ ଅରବିନ୍ଦ ଅଗ୍ରୱାଲ, ନୟାଗଡ଼ ଜିଲ୍ଲା ଦାୟିତ୍ବରେ ଏନ୍.ତିରୁମାଳା ନାଏକ ଏବଂ  ଢେଙ୍କାନାଳ ଜିଲ୍ଲା ଦାୟିତ୍ବରେ ରହିବେ ସୁଧାଂଶୁ ମୋହନ ସାମଲ। ଏହି ୧୬ ଜଣ ବରିଷ୍ଠ IAS ୧୬ଟି ଆକାଂକ୍ଷୀ ଜିଲ୍ଲାରେ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିବେ। 

IAS Officers IAS
Advertisment
Advertisment