Advertisment

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ SOP; ସାଙ୍ଗରେ ଯିବେ ସାପ ଧରାଳି ଓ ଡାକ୍ତରୀ ଟିମ୍ !

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରତ୍ନଭଣ୍ଡାର ଭିତରକୁ ମୋବାଇଲ ନେବା ମନା। ପୂରା ଗଣତି, ମଣତି ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ରତ୍ନ ଭଣ୍ଡାର ତଦାରଖ କମିଟି ସଦସ୍ୟ, ମ୍ୟାନେଜମେଣ୍ଟ ସଦସ୍ୟ, ରତ୍ନଭଣ୍ଡାର ଦାୟିତ୍ବରେ ସେବାୟତ ଇନ୍ ଚାର୍ଜ, ଜିଲ୍ଲାପାଳ, ADM ଭିତରକୁ ଯିବେ।

author-image
Sonali Ojha
ଅଦ୍ୟତନ ହୋଇଛି
SOP For Ratna Bhandar Opening

SOP

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ଆସିଲା SOP ! ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ଯେଉଁ SOP ପ୍ରସ୍ତାବ ଦେଇଛି ସେଥିରେ ପାଖାପାଖି ୨୦ଟି ସୁପାରିଶ ରହିଥିବା ସୂଚନା ମିଳିଛି। ରତ୍ନଭଣ୍ଡାରକୁ କିଭଳି ଖୋଲାଯିବ, କେଉଁ ପଦ୍ଧତି ଆପଣାଯିବ ସେସବୁ SOPରେ ରହିଛି।

Advertisment

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ- ରତ୍ନଭଣ୍ଡାର ଭିତରକୁ ମୋବାଇଲ ନେବା ମନା। ପୂରା ଗଣତି, ମଣତି ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ରତ୍ନ ଭଣ୍ଡାର ତଦାରଖ କମିଟି ସଦସ୍ୟ, ମ୍ୟାନେଜମେଣ୍ଟ ସଦସ୍ୟ, ରତ୍ନଭଣ୍ଡାର ଦାୟିତ୍ବରେ ସେବାୟତ ଇନ୍ ଚାର୍ଜ, ଜିଲ୍ଲାପାଳ, ADM ଭିତରକୁ ଯିବେ। ଏହି ଟିମରେ ଅନ୍ୟ କେଉଁ କେଉଁ ବିଶେଷଜ୍ଞ ରହିବେ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକ ଶେଷ; ୧୪ରେ ଖୋଲିବ ରତ୍ନଭଣ୍ଡାର !

Advertisment

ଶ୍ରୀମନ୍ଦିର ପ୍ରଶାସନ ଦେବାକୁ ଥିବା ଚାବିରେ ତାଲା ନ ଖୋଲିଲେ, ଏହା ଉପରେ ବିଶେଷ ଜ୍ଞାନ ଥିବା ବ୍ୟକ୍ତିଙ୍କ ସହାୟତାରେ ତାଲା ଖୋଲାଯିବ। ସମସ୍ତ ସଦସ୍ୟ ମନ୍ଦିର ଡ୍ରେସ୍ କୋଡ୍ ଅନୁସାରେ ପୋଷାକ ପିନ୍ଧିବେ। ASI କର୍ତ୍ତୃପକ୍ଷ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେବେ। ରତ୍ନ ଭଣ୍ଡାର ଭିତରକୁ ଯେଉଁ ଟିମ୍ ଯିବେ ସେମାନଙ୍କ ସହ ସାପ ଧରାଳି ଓ ଡାକ୍ତରୀ ଟିମ୍ ରହିବେ। ବ୍ୟାକ୍ ଅପ୍ ସହ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା ରହିବ ବୋଲି SOPରେ କୁହାଯାଇଥିବା ସୂଚନା ମିଳିଛି।

ତେବେ ଆସନ୍ତା ୧୪ରେ ଖୋଲିପାରେ ଶ୍ରୀମନ୍ଦିରର ଦୁର୍ଭେଦ୍ୟ ରତ୍ନଭଣ୍ଡାର । ସେହିଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିକୁ ଚାବି ଦେବେ ଓ ସେ ଚାବିରେ ନଖୋଲିଲେ ତାଲା ଭାଙ୍ଗି ଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ତେବେ ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ସବୁର ସଠିକ୍ ପଦ୍ଧତିରେ ଗଣତି ଓ ତାର ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ।

ଗତକାଲି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି- ୧୪ରେ ଭଣ୍ଡାର ଘର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ଶୀଘ୍ର ଅନୁମତି ମିଳିବ । ସେଇ ୧୪ ତାରିଖ ଦିନ ହିଁ କମିଟି ଆଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି ଉପସ୍ଥାପନ କରିବେ । ତେବେ ସେ ଚାବି କାମ କରୁ କି ନକରୁ, ରତ୍ନଭଣ୍ଡାର କିନ୍ତୁ ନିଶ୍ଚିତ ଖୋଲାଯିବ ।

ଜଷ୍ଟିସ୍ ରଥ ଆହୁରି ମଧ୍ୟ କହିଥିଲେ- ରତ୍ନଭଣ୍ଡାରରୁ ଗହଣା ଅନ୍ୟତ୍ର ରଖିବା ପାଇଁ ପରିଚାଳନା କମିଟି ମନ୍ଦିର ଭିତରେ ଅସ୍ଥାୟୀ ରତ୍ନଭଣ୍ଡାର ସ୍ଥାନ ଚିହ୍ନଟ କରିଛନ୍ତି । ସେଠି ଠାକୁରଙ୍କ ଗହଣା ସିଡ୍ୟୁଲ ଅନୁସାରେ ରଖାଯିବ । ଆଉ ଏକ ବଡ଼ ସୂଚନା ଦେଇ ଜଷ୍ଟିସ୍ ରଥ କହିଛନ୍ତି- ରତ୍ନଭଣ୍ଡାର ଖୋଲିବା ବେଳେ କିନ୍ତୁ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି । ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ, ତେଣୁ ସେଥିପାଇଁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ାଯାଇଛି ।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ବଢ଼ିଲା ଶ୍ରମିକଙ୍କ ମଜୁରୀ, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି...

SOP Ratna Bhandar Puri Srimandir
Advertisment
Advertisment