Advertisment

ରିଲ୍‌ ନୁହେଁ ରିୟଲ୍‌ରେ ଜାନି ଦୁସମନ୍‌; ଖୋଜିଖୋଜି ପ୍ରତି ଶନିବାର କାମୁଡୁଛି ସାପ

ଜୁନ୍‌ ୨ରୁ ଜୁଲାଇ ୬ମଧ୍ୟରେ ବିକାଶଙ୍କୁ ୬ଥର ସାପ କାମୁଡିସାରିଛି। ଜୁନ୍‌ ୨ରେ ପ୍ରଥମେ ସେ ନିଦରୁ ଉଠିବା ପରେ ସାପ କାମୁଡାର ଶିକାର ହୋଇଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ୧୦ଜୁନ୍‌ରେ ଆଉଥରେ ସାପ କାମୁଡିଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
man bitten by snakes 6 times

man bitten by snakes 6 times

ସାପକୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି। ଅନେକ ଚଳଚ୍ଚିତ୍ରରେ ସାପ ପ୍ରତିଶୋଧ ନେଉଥିବା ଦେଖିବାକୁ ମିଳେ। ଶତ୍ରୁ ପାତାଳରେ ଲୁଚିଲେ ସୁଦ୍ଧା ସାପ ତାକୁ ଖୋଜି ଖୋଜି ଦଂଶନ କରେ। ତେବେ ରିୟଲରେ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ୨୪ବର୍ଷୀୟ ଯୁବକକୁ ବିଷାକ୍ତ ସାପ ଗୋଟିଏ ମାସ ମଧ୍ୟରେ ୬ଥର ଦଂଶନ କରିଛି। ଘର ଛାଡି ସଂପର୍କୀୟଙ୍କ ଘରେ ରହିଥିଲେ ସୁଦ୍ଧା ସାପ ତାଙ୍କୁ ଖୋଜିଖୋଜି କାମୁଡିଛି।

Advertisment

ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାର ସୋରା ଗାଁରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ୨୪ବର୍ଷୀୟ ବିକାଶ ଦୁବେଙ୍କୁ ଗୋଟିଏ ମାସରେ ୬ଥର ସାପ ଦଂଶନ କରିଛି। ପ୍ରତିଥର ସାପ କାମୁଡିବା ସେ ପରେ ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। ସୁସ୍ଥହୋଇ ଫେରିବା ପରେ ପୁଣି ସାପ କାମୁଡାର ଶିକାର ହୋଇଛନ୍ତି।

ଜୁନ୍‌ ୨ରୁ ଜୁଲାଇ ୬ମଧ୍ୟରେ ବିକାଶଙ୍କୁ ୬ଥର ସାପ କାମୁଡିସାରିଛି। ଜୁନ୍‌ ୨ରେ ପ୍ରଥମେ ସେ ନିଦରୁ ଉଠିବା ପରେ ସାପ କାମୁଡାର ଶିକାର ହୋଇଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ୧୦ଜୁନ୍‌ରେ ଆଉଥରେ ସାପ କାମୁଡିଥିଲା। ଏଥର ବି ସେ ସୁସ୍ଥ ହୋଇ ଘରକୁ ଫେରିଲେ। ଏହାର ସପ୍ତାହେ ପରେ ଅର୍ଥାତ୍‌ ଜୁନ୍‌ ୧୭ରେ ତୃତୀୟଥର ପାଇଁ ସାପ କାମୁଡିବା ପରେ ଘରଲୋକ ଭୟଭୀୟ ହୋଇଗଲେ। ସେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇ ଫେରିବା ପରେ ଆଉ ୫ଦିନ ପରେ ପୁଣି ସାପ କାମୁଡାର ଶିକାର ହେଲେ।

Advertisment

ପରିବାର ଲୋକ କିଛି ଉପାୟ ନପାଇ ତାଙ୍କୁ ଘରଛାଡି ବାହାରେ ରହିବାକୁ ପରାମର୍ଶ ଦେଲେ। ବିକାଶ ରାଧାନଗରରେ ଥିବା ମାଉସୀ ଘରକୁ ଚାଲିଗଲେ, କିନ୍ତୁ ସେଠାରେ ବି ସାପ ତାଙ୍କ ପିଛା ଛାଡିଲା ନାହିଁ। ସେଠାରେ ପଞ୍ଚମ ଥର ପାଇଁ କାମୁଡିଲା। ସେଠାରେ ମଧ୍ୟ ଅସୁରକ୍ଷିତ ମନେକରି ସେ ଘରକୁ ଫେରିଆସିଲେ। ହେଲେ ଜୁଲାଇ ୬ରେ ଷଷ୍ଠଥର ସାପ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଆରମ୍ଭ କଲା। ପରେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଓ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏହି ଘଟଣା ପରେ ବିକାଶ ଦୁବେ ଉଲ୍ଲେଖ କରିଛନ୍ତି ଯେ ସାପ ପ୍ରତି ଶନିବାର ଅଥବା ରବିବାର ଦିନ ତାଙ୍କୁ ସାପ ଦଂଶନ କରୁଛି। ଏହାପୂର୍ବରୁ ସେ ସାପ କାମୁଡିବା ନେଇ ପୂର୍ବାଭାସ ପାଉଥିଲେ।

ବିଶ୍ ସ୍ୱାସ୍ଥ୍ୟ ସଂଗଠନ (WHO) ର ତଥ୍ୟ ଅନୁଯାୟୀ, ବିଶ୍ୱରେ ସାପ କାମୁଡ଼ା କେସ୍‌ ପ୍ରାୟ ୫.୫ ନିୟୁତ । ବାର୍ଷିକ ପ୍ରାୟ ୧.୮ ରୁ ୨.୭ ନିୟୁତ ସାପକାମୁଡାର ଶିକାର ହୁଅନ୍ତି। ପ୍ରାୟ ୮ହଜାରରୁ ୧.୩୦ଲକ୍ଷ ଲୋକଙ୍କ ମୃତ୍ୟୁ ବି ଘଟୁଛି। ଏଥିସହ ପ୍ରାୟ ଏହାର ୩ଗୁଣ ଲୋକ ଶାରିରୀକ ଅକ୍ଷମ ହୋଇଯାଉଛନ୍ତି।

Snake Bite
Advertisment
Advertisment