Advertisment

କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଇ ଗୁଣ୍ଡ ହୋଇଗଲା ବସ୍‌; ଘଟଣାସ୍ଥଳରେ ୧୮ ଯାତ୍ରୀ ମୃତ

ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ କ୍ଷୀର ଟ୍ୟାଙ୍କରକୁ ପିଟିଲା ଡବଲ ଡେକୋର ବସ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
18 dead as bus crashes into tanker on Agra Lucknow Expressway

Lucknow-Agra Expressway Accident

ସକାଳୁ ସକାଳୁ ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ କ୍ଷୀର ଟ୍ୟାଙ୍କରକୁ ପିଟିଲା ଡବଲ ଡେକୋର ବସ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଆଜି ଭୋର୍‌ ୫ଟା ୩୦ରେ ଗାଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ଟି ୫୭ଯାତ୍ରୀଙ୍କୁ ନେଇ ବିହାରରୁ ଦିଲ୍ଲୀ ଯାଉଥିଲା। ହଠାତ୍‌ କ୍ଷୀର ଟ୍ୟାଙ୍କର ସହ ଧକ୍କା ହୋଇଥିଲା। ଏହାପରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏଥିରେ ଥିବା ଯାତ୍ରୀ ଏଣେତେଣେ ଛିଟିକି ପଡିଥିଲେ। ଘଟଣାସ୍ଥଳକେ ୧୮ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

ଅଧିକ ପଢ଼ନ୍ତୁ: ଦୁର୍ଘଟଣା ନେଲା ମୁଣ୍ତ; ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର

Advertisment

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ବସ୍‌ରେ ଅଧିକାଂଶ ପ୍ରବାସୀ ଶ୍ରମିକ ଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ୧୯ ଜଣଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତକଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ସ୍ପଷ୍ଟ ହୋଇଛି। ମୃତକମାନେ ହେଲେ ବିହାରର ରଜନୀଶ କୁମାର ଏବଂ ମହମ୍ମଦ ଶାମିମ ।


ଅଧିକ ପଢ଼ନ୍ତୁ: ଭୁଶୁଡିଲା ୫ମହଲା କୋଠା; ମାଟିତଳେ ଚାପି ହୋଇ ୭ମୃତ, ଫସିରହିଛନ୍ତି ଅନେକ

ଅନ୍ୟମାନଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନି। ତେବେ ଉନ୍ନାଓ ପ୍ରଶାସନ ପକ୍ଷରୁ ହେଲ୍ପଲାଇନ ନମ୍ବର (0515-2970767, 9651432703, 9454417447, 8887713617, 8081211289) ଜାରି କରାଯାଇଛି। ବସଟି ଦ୍ରୁତଗତିରେ ଯିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ପରେ ଉନ୍ନାଓ ଜିଲ୍ଲାପାଳ କହିଛନ୍ତି। ଏହି ଦୁର୍ଘଟଣାରେ ପରେ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ। ଅମରଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Bus Accident Road Mishap Road Accident
Advertisment
Advertisment