Advertisment

ମାଲିକ ଓ ଚାକିରିକୁ ଅନଲାଇନ୍‌ରେ ବିକିଲେ କର୍ମଚାରୀ ! ଜାଣନ୍ତୁ କାହିଁକି...

ୱେବସାଇଟରେ ‘ବିରକ୍ତିକର ବସ୍’, ‘ଅଦରକାରୀ ଚାକିରି’ ଏବଂ ‘ଘୃଣ୍ୟ ସହକର୍ମୀ’ ତାଲିକାଭୁକ୍ତ ହୋଇଛନ୍ତି। ଏଥିପାଇଁ ୪ ରୁ ୯ଲକ୍ଷ ଟଙ୍କା ରଖାଯାଇଛି। ଜଣେ ୟୁଜର କହିଛନ୍ତି ଯେ ସେ ତାଙ୍କ ଚାକିରୀକୁ ୯୦ହଜାର ଟଙ୍କାରେ ବିକ୍ରି କରୁଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Selling Bosses And Colleagues Online

Selling Bosses And Colleagues Online

ଆଜିକାଲି ସମସ୍ତେ ଭଲ ଚାକିରି ଖଣ୍ଡିଏ ଖୋଜୁଛନ୍ତି। ସମସ୍ତେ ଏପରି ଏକ କମ୍ପାନୀରେ କାମ କରିବାକୁ ଚାହାନ୍ତି ଯେଉଁଠି ଭଲ ଦରମା ସହ ସମସ୍ତ ପ୍ରକାରର ସୁବିଧା ମିଳୁଥିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବସ୍ ଭଲ ହୋଇଥିବ। କାରଣ ଯଦି ବସ୍ ଭଲ ହୋଇନଥିବେ ତେବେ ଅଫିସ୍ ପରିବେଶ ଖରାପ ହେବା ସହ ସେଠାରେ କର୍ମଚାରୀଙ୍କ ପାଇଁ କାମ କରିବା କଷ୍ଟକର ହୋଇଯିବ। ବିଭିନ୍ନ ସମୟରେ ବସ୍‌ ଓ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥାଏ। ହେଲେ ଏବେ ଚୀନ୍‌ରେ ଏପରି ଏକ ଟ୍ରେଣ୍ଡ ଚାଲିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ବାସ୍ତବରେ, ଚୀନ୍‌ରେ ଏବେ କାମ ଚାପକୁ ହ୍ରାସ କରିବା ପାଇଁ ଅନନ୍ୟ ପଦ୍ଧତି ଅବଲମ୍ବନ କରାଯାଉଛି । କର୍ମଚାରୀମାନେ ସେମାନଙ୍କ କମ୍ପାନୀର ବସ୍‌ ଏବଂ ସହକର୍ମୀମାନଙ୍କୁ ଅନଲାଇନ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି କରୁଛନ୍ତି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଲୋକମାନେ ଜିଆନୁ ନାମକ ଏକ ଇ-କମର୍ସ ପ୍ଲାଟଫର୍ମରେ ନିଜର ଚାକିରି ଏବଂ ବସ୍‌ଙ୍କୁ ବିକ୍ରି କରୁଛନ୍ତି । ଏହି ପ୍ଲାଟଫର୍ମ ଚୀନ୍‌ର ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆଲିବାବାଙ୍କର। ଯେଉଁଠାରେ ସେକେଣ୍ଡହ୍ୟାଣ୍ଡ ଜିନିଷର କିଣାବିକା ହୁଏ। ଚୀନର ଲୋକମାନେ ଏହା କରୁଛନ୍ତି ଯାହା ଦ୍ୱାରା ସେମାନଙ୍କର କାର୍ଯ୍ୟଭାରକୁ ହ୍ରାସ କରିପାରିବେ ଏବଂ ନିଜକୁ ଚାପମୁକ୍ତ କରିପାରିବେ। ୱେବସାଇଟରେ ‘ବିରକ୍ତିକର ବସ୍’, ‘ଅଦରକାରୀ ଚାକିରି’ ଏବଂ ‘ଘୃଣ୍ୟ ସହକର୍ମୀ’ ତାଲିକାଭୁକ୍ତ ହୋଇଛନ୍ତି। ଏଥିପାଇଁ ୪ ରୁ ୯ଲକ୍ଷ ଟଙ୍କା ରଖାଯାଇଛି।

ଜଣେ ୟୁଜର କହିଛନ୍ତି ଯେ ସେ ତାଙ୍କ ଚାକିରୀକୁ ୯୦ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ସେ କହିଛନ୍ତି ଯେ ଏହି ଚାକିରିରେ ସେ ପ୍ରତି ମାସରେ ୩୦ ହଜାର ଟଙ୍କା ପାଆନ୍ତି ଏବଂ ଯିଏ ଏହି ଚାକିରି କିଣିବେ ସେ ତିନିମାସ ମଧ୍ୟରେ ବିନିଯୋଗ କରିଥିବା ଟଙ୍କା ଫେରସ୍ତ ପାଇପାରିବେ। ସେ ଇ-କମର୍ସ ପ୍ଲାଟଫର୍ମରେ ନିଜର ଚାକିରି ବିକିବାକୁ ଚାହୁଁଛନ୍ତି କାରଣ ସେ ସକାଳୁ ଉଠିବାକୁ ଚାହୁଁନାହାଁନ୍ତି। ସେହିଭଳି ଅନ୍ୟ ଜଣେ ୟୁଜର ତାଙ୍କ ସହକର୍ମୀଙ୍କୁ ଜିଆନୁରେ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଲିଷ୍ଟେଡ୍ କରିଛନ୍ତି। ଚାକିରି ଦ୍ୱାରା ସୃଷ୍ଟି ହୋଇଥିବା ଚାପରୁ ମୁକ୍ତି ପାଇଁ ଏହି ଅନନ୍ୟ ଏବଂ ମଜାଳିଆ ଉପାୟ ଚୀନରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ ଏଯାଏ କେହି ବି ଚାକିରି କି ମାଲିକଙ୍କୁ ଟଙ୍କା ଦେଇ କିଣିନାହାନ୍ତି। ତେବେ ଏହାକୁ ଏକ ମଜାଳିଆ ଢଙ୍ଗରେ ଗ୍ରହଣ କରିଛନ୍ତି ଲୋକେ। ଏପରି କରିବା ଦ୍ୱାରା ସଂପୃକ୍ତ ମାଲିକ ଓ ସହକର୍ମୀ ସୁଧୁରି ଯିବେ ବୋଲି ଆଶା କରାଯାଉଛି।

Advertisment
Online Shopping Job Search
Advertisment
Advertisment