ଜାପାନକୁ ପଛରେ ପକାଇଲା ଭାରତ। ଏସିଆରେ ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭାହୋଇଛି ଭାରତ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ବି ପ୍ରବଳ ବର୍ଷିବ । ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭୁବନେଶ୍ବରରେ ଅବତରଣ କରିବା ପରେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିବେ । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ ।
ରାଜ୍ୟରେ ଭରତପୁର କାଣ୍ଡ ନେଇ ହଇଚରି ସୃଷ୍ଟି ହୋଇଛି। ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଏବେ ମାହୋଲ ଗରମ ଥିବା ବେଳେ ବିଭିନ୍ନ ସ୍ଥାନରୁ ପୋଲିସ ନାଁରେ ଆସୁଛି ସଂଗିନ ଅଭିଯୋଗ।
ସରକାରୀ ଅଫିସରେ ମେୟରଙ୍କ ଅଜବ ନିୟମ। ଲିପଷ୍ଟିକ ଲଗାଇ ଆସିବାରୁ ମାର୍ଶଲଙ୍କୁ ଅନ୍ୟତ୍ର ବଦଳି କରିଦେଲେ। ଗ୍ରେଟର ଚେନ୍ନାଇ ନିଗମର ପ୍ରଥମ ମହିଳା ଅଫିସର (ମାର୍ଶଲ)ଙ୍କୁ ଲିପଷ୍ଟିକ ଲଗାଇବାରୁ ଟ୍ରାନ୍ସଫର କରାଯାଇଥିବା ଅଭିଯୋଗ ହୋଇଛି।
ଚର୍ଚ୍ଚାରେ ଇଟାଲିଆନ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ବିଶ୍ୱର ଏକ ନମ୍ୱର ଧନୀ ଏଲନ ମସ୍କ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର୍ ଧରିଛି।
ପିଟବୁଲକୁ ଦୁନିଆର ସବୁଠାରୁ ହିଂସ୍ର କୁକୁର କୁହାଯାଏ। ତେବେ ଏହି କୁକୁର ଏବେ ସୋସିଆଲ ମିଡିଆରେ ହିରୋ ପାଲଟିଯାଇଛି। ଅହିରାଜ ପରି ବିଷାକ୍ତ ସାପ ସହ ଲଢେଇ କରି ନିଜ ମାଲିକର ପିଲାଙ୍କ ଜୀବନ ରକ୍ଷା କରିଛି।
୬୪ବର୍ଷୀୟ ଜଣେ ଆମେରିକୀୟ ମହିଳା ସୁଇଜରଲ୍ୟାଣ୍ଡରେ ଆତ୍ମହତ୍ୟା ମେସିନ୍ ବା ସୁଇସାଇଡ୍ ପଡ୍ରେ ଆତ୍ମହତ୍ୟା କରିଛନ୍ତି। ଏପରି ଯନ୍ତ୍ର ବ୍ୟବହାର କରି ଜୀବନ ହାରିବାରେ ସେ ପ୍ରଥମ ବ୍ୟକ୍ତି।
ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ବିଭୀଷିକା ପରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଆଜି ଜାମ୍ମୁ-କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଦ୍ବିତୀୟ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ୬ଟି ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ଚାଲିଛି ମତଦାନ।
ଆଜିକାଲି ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ପ୍ରାୟ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ପାନ ଦୋକାନରୁ ଆରମ୍ଭ କରି ପରିପରିବା ଷ୍ଟଲରେ QR କୋଡ୍ ସ୍କାନର୍ ଲାଗିଥିବା ଦେଖିବାକୁ ମିଳୁଛି। UPI ବିନା ପେମେଣ୍ଟ ଦୁନିଆର କ’ଣ ହେବ ତାହା ଆପଣ କଳ୍ପନା କରି ପାରୁଛନ୍ତି କି...
ଦୁଷ୍କର୍ମ ଉଦ୍ୟମ ପରେ ଛାତ୍ରୀକୁ ମାରି ପିଙ୍ଗିଦେଲେ ସ୍କୁଲ ପ୍ରିନ୍ସପାଲ୍। ଦୋଷ ଲୁଚାଇବା ପାଇଁ ପରିବାର ଲୋକଙ୍କ ସହ ମିଶି ଖୋଜାଖୋଜି ବି କଲେ। ହେଲେ ଅଭିଯୁକ୍ତ ପ୍ରିନ୍ସପାଲ୍ ସାର୍ଙ୍କୁ ଧରାଇଦେଲା ଗୁଗଲ ଟାଇମଲାଇନ୍।
ଭାରତୀୟ ସେୟାର ବଜାରରେ ନିବେଶକଙ୍କ ଆଗ୍ରହ ବୃଦ୍ଧି ଯୋଗୁ ଉଭୟ ସେନସେକ୍ସ ଓ ନିଫ୍ଟିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି।
ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଚେତିଲା ଉଚ୍ଚଶିକ୍ଷା ବିଭାଗ। ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି।
ଚାହୁଁ ଚାହୁଁ ଜଳିଗଲା ଡାଲି ବୋଝେଇ ଟ୍ରକ୍। ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅମଣାକୁଦ ଛକ ନିକଟରେ ଘଟିଛି ଅଘଟଣ।
ରୁକୁ ସୁନାଙ୍କ ନାଁରେ ମାମଲା। ଗାୟିକା ତଥା ରିଲ୍ସ କୁଇନ୍ ରୁକସାନା ବାନୋ ମୃତ୍ୟୁ ମାମଲାରେ ଭବାନୀପାଟଣା ଟାଉନ ଥାନାରେ ୫ ଜଣଙ୍କ ନାଁରେ ଏତଲା ।
ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ। ପାଣିପାଗ ବିଭାଗର ପୂର୍ବାନୁମାନ, ଆଜି ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ଲାଗିରହିବ ବର୍ଷା । ୧୫ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଲେବାନନରେ ହିଜବୁଲ୍ଲା ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ । ହିଜବୁଲ୍ଲା ହମଲାର ଦୃଢ଼ ଜବାବ ଦେଲା ଇସ୍ରାଏଲ୍ । ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ଗଲାଣି ୪୯୦ରୁ ଅଧିକ ଜୀବନ ।
ଶିଶୁଟି ୟୁକେଜିରେ ପଢେ। ଖେଳୁଥିବା ବେଳେ କେହିଜଣେ ବ୍ୟକ୍ତି ତାକୁ ପ୍ରଲୋଭିତ କରି ସାଙ୍ଗରେ ନେଇଯାଇଥିଲା। ଏଯାଏ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନି। ଅଭିଯୁକ୍ତ ଫେରାର ଥିବା ବେଳେ ତା ବିରୋଧରେ POCSO ଆକ୍ଟରେ ମାମଲା ରୁଜୁ କରାଯାଇଛି।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅନୁଯାୟୀ ଅପରାଧ ।