Advertisment

ମେଲୋନିଙ୍କୁ ଡେଟ୍ କରୁଛନ୍ତି କି ମସ୍କ ! ଫଟୋ ଭାଇରାଲ୍ ପରେ କହିଲେ ଆମେ...

ଚର୍ଚ୍ଚାରେ ଇଟାଲିଆନ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ବିଶ୍ୱର ଏକ ନମ୍ୱର ଧନୀ ଏଲନ ମସ୍କ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ଜୋର୍ ଧରିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Giorgia Meloni Elon Musk Dating Photos

elon-musk-dating-italian-pm

ଚର୍ଚ୍ଚାରେ ଇଟାଲିଆନ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ବିଶ୍ୱର ଏକ ନମ୍ୱର ଧନୀ ଏଲନ ମସ୍କ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ଜୋର୍ ଧରିଛି। ନ୍ୟୁୟର୍କରେ ଅନୁଷ୍ଠିତ ଏକ ଆଓ୍ବାର୍ଡ କାର୍ଯ୍ୟକ୍ରମରେ ମସ୍କ ମେଲୋନିଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା।

Advertisment

ଲୋକମାନେ ଭାବୁଛନ୍ତି ଯେ ଏଲନ୍ ମସ୍କ ଏବଂ ମେଲୋନି ପରସ୍ପରକୁ ଡେଟ୍ କରୁଛନ୍ତି। ବାସ୍ତବରେ, ଭାଇରାଲ୍ ଫଟୋଟି ନ୍ୟୁୟର୍କରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବର । ଉତ୍ସବରେ ଏଲନ୍ ମସ୍କ ଜର୍ଜିଆ ମେଲୋନିଙ୍କୁ ଆଟଲାଣ୍ଟିକ୍ କାଉନସିଲ୍ ଗ୍ଲୋବାଲ୍ ସିଟିଜେନ୍ ପୁରସ୍କାରରେ ସମ୍ମାନିତ କରିଥିଲେ।

ଅଧିକ ପଢ଼ନ୍ତୁ: ଇଟାଲୀ PM ଙ୍କ ଫେକ୍‌ ପର୍ଣ୍ଣ ଭିଡିଓ ଭାଇରାଲ ! ୯୦ ଲକ୍ଷ ଟଙ୍କା ଦାବି କଲେ ମେଲୋନି..

Advertisment

ଏତିକିବେଳେ ମସ୍କ କହିଛନ୍ତି, ଏହିଭଳି ବ୍ୟକ୍ତିଙ୍କୁ ସମ୍ମାନ ଦେବାକୁ ଖୁସିଲାଗେ ଯିଏ ବାହାରୁ ମଧ୍ୟ ବହୁତ ସୁନ୍ଦର । ମେଲୋନିଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ସେ ଇଟାଲୀର ପ୍ରଧାନମନ୍ତ୍ରୀ ଭାବେ ଅବଶ୍ୱସନୀୟ କାମ କରିଛନ୍ତି। ତେବେ ଏହାକୁ ନେଇ ମେଲୋନି ମଧ୍ୟ ତାଙ୍କ ଅଫିସିଆଲ ଆକାଉଣ୍ଟରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ଟେସଲା ଫ୍ୟାନ କ୍ଲବ ମସ୍କ ଓ ମେଲୋନିଙ୍କ ଫଟୋ ପୋଷ୍ଟ କରି, ଦୁଇଜଣ ଡେଟ୍‌ କରୁଛନ୍ତି କି ବୋଲି ଲେଖିଥିଲା। ଏହାର ଉତ୍ତରରେ ମସ୍କ ନିଜ ଅଫିସିଆଲ ହ୍ୟାଣ୍ଡେଲରେ କହିଛନ୍ତି, ଆମେ ଡେଟିଂ କରୁନୁ।

ଏଲନ୍ ମସ୍କ ପ୍ରଥମ ଥର ପାଇଁ ଜୁନ୍ ୨୦୨୩ ରେ ରୋମରେ ଥିବା ତାଙ୍କ ସରକାରୀ ବାସଭବନରେ ଜର୍ଜିଆ ମେଲୋନିଙ୍କୁ ଭେଟିଥିଲେ। ଏହା ପରେ ମଧ୍ୟ ଦୁହେଁ ଅନେକ ଥର ଭେଟିଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ମସ୍କ ମେଲୋନିଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ସେ ମେଲୋନିଙ୍କୁ ସଚ୍ଚୋଟ ବୋଲି ବର୍ଣ୍ଣନା କରିଥିଲେ।

Elon Musk
Advertisment
Advertisment