Advertisment

ଲିପଷ୍ଟିକ୍ ଲଗାଇବାରୁ ମହିଳା ମାର୍ଶଲଙ୍କୁ ସଜା; ମେୟର ଧରାଇଦେଲେ ଟ୍ରାନ୍ସଫର ଅର୍ଡର୍ !

ସରକାରୀ ଅଫିସରେ ମେୟରଙ୍କ ଅଜବ ନିୟମ। ଲିପଷ୍ଟିକ ଲଗାଇ ଆସିବାରୁ ମାର୍ଶଲଙ୍କୁ ଅନ୍ୟତ୍ର ବଦଳି କରିଦେଲେ। ଗ୍ରେଟର ଚେନ୍ନାଇ ନିଗମର ପ୍ରଥମ ମହିଳା ଅଫିସର (ମାର୍ଶଲ)ଙ୍କୁ ଲିପଷ୍ଟିକ ଲଗାଇବାରୁ ଟ୍ରାନ୍ସଫର କରାଯାଇଥିବା ଅଭିଯୋଗ ହୋଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Chennai Female Duffedar Gets Transferred After Wearing Lipstick

first-woman-duffedar-transfer

ସରକାରୀ ଅଫିସରେ ମେୟରଙ୍କ ଅଜବ ନିୟମ। ଲିପଷ୍ଟିକ ଲଗାଇ ଆସିବାରୁ ମାର୍ଶଲଙ୍କୁ ଅନ୍ୟତ୍ର ବଦଳି କରିଦେଲେ। ଗ୍ରେଟର ଚେନ୍ନାଇ ନିଗମର ପ୍ରଥମ ମହିଳା ଅଫିସର (ମାର୍ଶଲ)ଙ୍କୁ ଲିପଷ୍ଟିକ ଲଗାଇବାରୁ ଟ୍ରାନ୍ସଫର କରାଯାଇଥିବା ଅଭିଯୋଗ ହୋଇଛି। ମେୟର ତାଙ୍କୁ ଅଫିସରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ମାର୍ଶଲଏସ.ବି ମାଧବୀ।

Advertisment

ତାମିଲନାଡୁ ଗ୍ରେଟର ଚେନ୍ନାଇ ନିଗମର ପ୍ରଥମ ମହିଳା ଅଫିସର (ମାର୍ଶଲ) ଏସ.ବି ମାଧବୀଙ୍କୁ ବଦଳି କରାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାଧବୀ କେବଳ ଲିପଷ୍ଟିକ୍ ଲଗାଇ ଅଫିସ୍ ଆସିଥିଲେ। ସରକାରୀ କାର୍ଯ୍ୟ କରିବା ସମୟରେ ଲିପଷ୍ଟିକ୍ ନ ଲଗାଇବା ଆଦେଶକୁ ସେ ଅବମାନନା କରିଥିବା ତାଙ୍କୁ କୁହାଯାଇଥିଲା। ଏହାପରେ ମେୟର ତାଙ୍କୁ ଅଫିସ୍‌ରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି।

ଏସ.ବି ମାଧବୀ ମେୟର ଆର ପ୍ରିୟାଙ୍କ ବ୍ୟକ୍ତିଗତ ସହାୟକ ଶିବ ଶଙ୍କରଙ୍କୁ ଲିପଷ୍ଟିକ ନଲଗାଇବାର କାରଣ ପଚାରିବା ପରେ ତୁରନ୍ତ ତାଙ୍କୁ ଟ୍ରାନ୍ସଫର ଅର୍ଡର ଦିଆଯାଇଥିଲା। ଗତ ଅଗଷ୍ଟ ୬ ତାରିଖରେ ଏକ ମେମୋ ଦିଆଯାଇଥିଲା। ଏହାର ଉତ୍ତରରେ ସେ ଲେଖିଥିଲେ, ଆପଣ ମୋତେ ଲିପଷ୍ଟିକ୍ ଲଗାଇବାକୁ ମନା କରିଥିଲେ, ହେଲେ ମୁଁ ଲଗାଇଛି। ଯଦି ଏହା ଏକ ଅପରାଧ, ତେବେ ମୋତେ ଏହା ଲେଖଥିବା ସରକାରୀ ନିର୍ଦ୍ଦେଶନାମା ଦେଖାନ୍ତୁ।

Advertisment

ଅଧିକ ପଢ଼ନ୍ତୁ: MUDA ଦୁର୍ନୀତି: ସିଦ୍ଦରମୈୟାଙ୍କୁ ଶକ୍ତ ଝଟକା, ମାମଲା ଚାଲୁରହିବ

ମାଧବୀ କହିଥିଲେ, 'ଏହା ହେଉଛି ଗ୍ରେଟର ଚେନ୍ନାଇ କର୍ପୋରେସନ । ଏଭଳି ନିର୍ଦ୍ଦେଶ ଦେବା ମାନବାଧିକାରର ଉଲ୍ଲଂଘନ । ଆପଣଙ୍କର ମେମୋ ସେତେବେଳେ ବୈଧ ହେବ ଯଦି ମୁଁ ଡ୍ୟୁଟିରେ ଅବହେଳା କରିଥିବି, ଠିକ୍ ସମୟରେ ରିପୋର୍ଟ କରିନଥିବି ଏବଂ ଉଚ୍ଚ ପଦାଧିକାରୀଙ୍କ ଆଦେଶକୁ ଅବମାନନା କରିଥିବି। ତେବେ ମାଧବୀଙ୍କୁ ମନାଲି ଅଞ୍ଚଳକୁ ସ୍ଥାନାନ୍ତର କରାଯିବା ପରଠାରୁ ଏହି ପଦ ଖାଲି ରହିଛି। ତେବେ ମନାଲି ଅଞ୍ଚଳରେ ପୋଷ୍ଟିଂ ପାଇଥିବା ମାଧବୀ କହିଛନ୍ତି ଯେ, ଏତେ ଦୂର ମନାଲିରେ ପୋଷ୍ଟି ମୋ ପାଇଁ ଦଣ୍ଡ ଭଳି।

ଏହାର ଉତ୍ତର ଦେଇ ଡିଏମକେର ମେୟର ପ୍ରିୟା କହିଛନ୍ତି ଯେ ମାଧବୀଙ୍କ ଟ୍ରାନ୍ସଫର ଲିପଷ୍ଟିକ୍ ପାଇଁ ହୋଇନି। ଚେନ୍ନାଇର ରିପନ୍ ବିଲଡିଂରେ ମହିଳା ଦିବସ ପାଳନ କରାଯାଇଥିଲା। ଏହି ସମୟରେ, ଅଫିସର୍ ଏକ ଫ୍ୟାଶନ ସୋରେ ଭାଗ ନେଇଥିଲେ। ଏହା ତାଙ୍କୁ ଅବଗତ କରାଯାଇଥିଲା ବୋଲି ସେ କହିଛନ୍ତି। ତେବେ ଅଫିସରେ ସେ ମ୍ୟାଟ୍ ଲିପଷ୍ଟିକ୍ ପିନ୍ଧିଥିଲେ, ଯାହା ଆଦୌ ଭଲ ଲାଗୁନଥିଲା। ଯେହେତୁ ମନ୍ତ୍ରୀ ଏବଂ ଦୂତାବାସର ଅଧିକାରୀମାନେ ପ୍ରାୟତଃ କାର୍ଯ୍ୟାଳୟ ପରିଦର୍ଶନ କରନ୍ତି, ତେଣୁ ବ୍ୟକ୍ତିଗତ ସହାୟକ ତାଙ୍କୁ ଏପରି ସେଡ୍ ନଲଗାଇବାକୁ କହିଥିଲେ।

ଅଧିକ ପଢ଼ନ୍ତୁ: ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ; ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.୦

Lipstick Viral News Mayor
Advertisment
Advertisment