Advertisment

ଆଶ୍ଚର୍ଯ୍ୟ କଲା ସର୍ଭେ ରିପୋର୍ଟ; ୭୫ପ୍ରତିଶତ ଲୋକ ବନ୍ଦ କରିବେ UPI ପେମେଣ୍ଟ !

ଆଜିକାଲି ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ପ୍ରାୟ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ପାନ ଦୋକାନରୁ ଆରମ୍ଭ କରି ପରିପରିବା ଷ୍ଟଲରେ QR କୋଡ୍ ସ୍କାନର୍ ଲାଗିଥିବା ଦେଖିବାକୁ ମିଳୁଛି। UPI ବିନା ପେମେଣ୍ଟ ଦୁନିଆର କ’ଣ ହେବ ତାହା ଆପଣ କଳ୍ପନା କରି ପାରୁଛନ୍ତି କି ?

author-image
Sonali Ojha
ଅଦ୍ୟତନ ହୋଇଛି
upi

upi

ଆଜିକାଲି ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ପ୍ରାୟ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ପାନ ଦୋକାନରୁ ଆରମ୍ଭ କରି ପରିପରିବା ଷ୍ଟଲରେ QR କୋଡ୍ ସ୍କାନର୍ ଲାଗିଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ମାତ୍ର କେଇ ସେକେଣ୍ଡରେ ଆପଣ ଟଙ୍କା ପୈଠ କରିପାରିବେ। ପ୍ରତି ୧୦ଜଣଙ୍କ ମଧ୍ୟରେ ୪ଜଣଙ୍କ ଜୀବନରେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି। ଏଭଳି ପରିସ୍ଥିତିରେ, UPI ବିନା ପେମେଣ୍ଟ ଦୁନିଆର କ’ଣ ହେବ ତାହା ଆପଣ କଳ୍ପନା କରି ପାରୁଛନ୍ତି କି ?

Advertisment

ଏହା ସତ୍ତ୍ୱେ ୭୫ପ୍ରତିଶତ ଲୋକ UPI ବ୍ୟବହାର ବନ୍ଦ କରିବାକୁ ଚିନ୍ତା କରୁଛନ୍ତି। ନିକଟରେ UPI କାରବାର ଉପରେ ସରକାର ଟ୍ୟାକ୍ସ ଲଗାଇ ପାରନ୍ତି ବୋଲି ଖବର ଆସିଥିଲା। ଜିଏସଟି ପରିଷଦ ବୈଠକରେ ଏନଇ ଆଲୋଚନା ମଧ୍ୟ କରାଯାଇଥିଲା। ତେବେ ଏହି ନିଷ୍ପତ୍ତି ପରବର୍ତ୍ତୀ ବୈଠକରେ ନିଆଯିବ ବୋଲି ଜଣାପଡିଛି।

ଲୋକମାନେ UPI ବ୍ୟବହାର ବନ୍ଦ କରିବେ କି?

ଲୋକାଲ୍ ସର୍କଲ୍ସ ଦ୍ୱାରା କରାଯାଇଥିବା ଏକ ସର୍ଭେରେ UPI ବିଷୟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ସର୍ବେକ୍ଷଣ ଅନୁଯାୟୀ, ଯଦି UPI କାରବାର ଉପରେ କୌଣସି ଶୁଳ୍କ ଲାଗୁ କରାଯାଏ, ତେବେ ପ୍ରାୟ ୭୫ ପ୍ରତିଶତ ଉପଭୋକ୍ତା ଏହାର ବ୍ୟବହାର ବନ୍ଦ କରିବେ। ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ୩୮ପ୍ରତିଶତ ଲୋକ UPI ଉପରେ ଅତ୍ୟଧିକ ନିର୍ଭରଶୀଳ । ସେମାନେ UPI ମାଧ୍ୟମରେ ୫୦ପ୍ରତିଶତରୁ ଅଧିକ କାରବାରର କରନ୍ତି । ଏହାବାଦ୍ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ମାଧ୍ୟମରେ ମଧ୍ୟ ପେମେଣ୍ଟ ହେଉଛି।

Advertisment

ଏହି ସର୍ଭେରେ କେତେ ଲୋକ ଅଂଶଗ୍ରହଣ କରିଥିଲେ ?

ଲୋକାଲ୍ ସର୍କଲ୍‌ର ଏହି ସର୍ବେକ୍ଷଣରେ ତିନୋଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସର୍ଭେ ଏଜେନ୍ସି ଦାବି କରିଛି ଯେ, ୩୦୮ଟି ଜିଲ୍ଲାରୁ ମୋଟ୍ ୪୨ହଜାର ଲୋକଙ୍କ ମତକୁ ସାମିଲ୍ କରାଯାଇଛି। ତେବେ ମୋଟ୍ ଉପଭୋକ୍ତାଙ୍କ ମଧ୍ୟରୁ ମୋଟ୍ ୨୨ ପ୍ରତିଶତ ଲୋକ ଟ୍ୟାକ୍ସ ପରେ ବି ୟୁପିଆଇ ବ୍ୟବହାର କରିବାକୁ ସହମତି ପ୍ରକାଶ କରିଛନ୍ତି। ଏଥି ସହିତ ୭୫ପ୍ରତିଶତ ଲୋକ କହିଛନ୍ତି ଯେ ଯଦି ଶୁଳ୍କ ଲାଗୁ ହୁଏ, ତେବେ ସେମାନେ UPI ବ୍ୟବହାର କରିବା ବନ୍ଦ କରିଦେବେ।

UPI Payment
Advertisment
Advertisment