Advertisment

ଜାମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ; ହେଭିୱେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର୍

ଆଜି ଜାମ୍ମୁ-କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଦ୍ବିତୀୟ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ୬ଟି ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ଚାଲିଛି ମତଦାନ।

author-image
Sonali Ojha
ଅଦ୍ୟତନ ହୋଇଛି
Jammu and Kashmir Assembly elections second phase

Jammu & Kashmir Assembly Elections

ଆଜି ଜାମ୍ମୁ ଏବଂ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଦ୍ବିତୀୟ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ୬ଟି ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ଚାଲିଛି ମତଦାନ। ମଇଦାନରେ ୨୩୯ ପ୍ରାର୍ଥୀ ଥିବାବେଳେ ୨୫ ଲକ୍ଷ ୭୮ ହଜାର ଭୋଟର୍ ନିଜର ମତ ସାବ୍ୟସ୍ତ କରିବେ। ତେବେ ସକାଳ ୯ଟା ସୁଦ୍ଧା ୧୦.୨୨% ମତଦାନ ହୋଇଛି। ଏନେଇ ନିର୍ବାଚନ କମିଶନ ୱେବସାଇଟ୍‌ରେ ସୂଚନା ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ; ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.୦

୨୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର୍ ଅବଦୁଲ୍ଲା, ବିଜେପି ରାଜ୍ୟ ସଭାପତି ରବୀନ୍ଦ୍ର ରାଇନା ଏବଂ ଅପନି ପାର୍ଟି ମୁଖ୍ୟ ଅଲତଫ୍ ବୁଖାରୀ, ଜାମ୍ମୁ କାଶ୍ମୀର ପିସିସି ମୁଖ୍ୟ ତାରିଖ୍ ହମ୍ମିଦ କରା ପ୍ରମୁଖ ରହିଛନ୍ତି। ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଉପତ୍ୟକାରେ ହେଉଛି ବିଧାନସଭା ନିର୍ବାଚନ।

Advertisment

ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବାବେଳେ ଭୋଟିଂ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରଥମ ପର୍ଯ୍ୟାୟରେ ୬୧ ପ୍ରତିଶତ ଭୋଟିଂ ହୋଇଥିଲା। ମୋଟ୍ ୩ଟି ଫେଜରେ ହେଉଛି ଏହି ନିର୍ବାଚନ। ଆସନ୍ତା ଅକ୍ଟୋବର ୧ ତାରିଖରେ ଜମ୍ମୁ କାଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ରହିଛି।

ଆଉ ସେପଟେ ପୋଲିଂ ପାର୍ଟି ସବୁ ବାଧା ବିଘ୍ନକୁ ଅତିକ୍ରମ କରି ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି। ଭୋଟରଙ୍କ ଭୋଟିଂ ଅଧିକାର ସାବ୍ୟସ୍ତ କରାଇବା ସହ ଜଣେ ଗର୍ବିତ ଭୋଟର ଭାବେ ଅନୁଭବ କରାଇବା ପାଇଁ ମାଇଲ ମାଇଲ ଚାଲିବା ପାଇଁ ପ୍ରସ୍ତୁତ ବୋଲି କହିବା ସହ ଜାମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

Jammu Kashmir
Advertisment
Advertisment