Advertisment

ଖାକିରେ ଲାଗିଲା ଦାଗ; ପୋଲିସ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା...

ରାଜ୍ୟରେ ଭରତପୁର କାଣ୍ଡ ନେଇ ହଇଚରି ସୃଷ୍ଟି ହୋଇଛି। ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଏବେ ମାହୋଲ ଗରମ ଥିବା ବେଳେ ବିଭିନ୍ନ ସ୍ଥାନରୁ ପୋଲିସ ନାଁରେ ଆସୁଛି ସଂଗିନ ଅଭିଯୋଗ।

author-image
Sonali Ojha
ଅଦ୍ୟତନ ହୋଇଛି
Blot on Khaki again

Blot on Khaki again

ରାଜ୍ୟରେ ଭରତପୁର କାଣ୍ଡ ନେଇ ହଇଚଇ ସୃଷ୍ଟି ହୋଇଛି। ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଏବେ ମାହୋଲ ଗରମ ଥିବା ବେଳେ ବିଭିନ୍ନ ସ୍ଥାନରୁ ପୋଲିସ ନାଁରେ ଆସୁଛି ସଂଗିନ ଅଭିଯୋଗ। କେଉଁଠି ପୋଲିସ ସାଧାରଣ ଲୋକଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆସୁଛି ତ ଆଉ କେଉଁଠି ମହିଳା କର୍ମଚାରୀ ଥାନାର ଅଫିସରଙ୍କ ନାଁରେ ଅଭିଯୋଗ ଆଣୁଛନ୍ତି। ତେବେ କଟକ ଓ ରାଉରକେଲାରୁ ଏଭିଳି ଦୁଇ ଦୁଇଟି ଅଭିଯୋଗ ଆସିଛି।

Advertisment

କଟକ ସଦର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସଦର ଥାନାର କାର୍ଯ୍ୟରତ OAPF କର୍ମଚାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେହିପରି ବନ୍ଧମୁଣ୍ଡା ଥାନା ଅଧିକାରୀ ଅଶୋକ ଦାସଙ୍କ ନାଁରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆସିଛି । ଥାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଗତ ୨୨ ତାରିଖ ରାତିରେ କଟକ ସଦର ଥାନା ଅଞ୍ଚଳ ଶଙ୍ଖତରାସ ଗାଁରେ ଏକ ଗଣ୍ଡଗୋଳ ହେଉଥିବା ଖବର ପାଇ ସଦର ଥାନାରୁ PCR ଗାଡି ଯାଇଥିଲା । ସେଠାରେ ପହଞ୍ଚିବା ପରେ ପଚରାଉଚରା କରିବା ସମୟରେ ଅଭିଯୋଗକାରୀ ମହିଳାଙ୍କୁ OAPF କର୍ମଚାରୀ ନିଶାଶକ୍ତ ଅବସ୍ଥାରେ ଦୁର୍ବ୍ୟବହାର କରିଥିଲେ ବୋଲି ମହିଳା ଥାନାରେ ଅଭିଯୋଗ କରିଥିଲେ। ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇ ଉକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବନ କରିବା ସହ ରିଜର୍ଭ ପୋଲିସକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ DCP ।

Advertisment

ସେହିପରି ବନ୍ଧମୁଣ୍ଡା ଥାନା ଅଧିକାରୀ ଅଶୋକ ଦାସଙ୍କ ନାଁରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆସିଛି । ଥାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ରାଉରକେଲା ଏସପି ଘଟଣାରେ ସଂପୃକ୍ତ ଥାନା ଅଧିକାରୀଙ୍କୁ ଏସପି ଅଫିସକୁ ବଦଳି କରିଛନ୍ତି। ଜଣେ ମହିଳା DSP ଘଟଣାର ତଦନ୍ତ କରୁଛନ୍ତି। ନିଜେ ରାଉରକେଲା ଏସପି ଘଟଣା ଉପରେ ନଜର ରଖିଛନ୍ତି। ଏସପି କିନ୍ତୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସହରରେ ଯେଉଁଠି ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଭଳି ଅଭିଯୋଗ ଆସୁଥିବା ବେଳେ ସେଠାରେ ଜଣେ ପୋଲିସ ଅଫିସର ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା ସମସ୍ତଙ୍କୁ ଚକିତ କରିଛି।

Police Misbehaviour
Advertisment
Advertisment