Advertisment

ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା; ଜାଣନ୍ତୁ ମିଳିବ କେତେ ଟଙ୍କା...

ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ବିଭୀଷିକା ପରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

author-image
Sonali Ojha
ଅଦ୍ୟତନ ହୋଇଛି
financial assistance for flood victims

financial assistance for flood victims

ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା ହୋଇଛି। ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ବିଭୀଷିକା ପରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତ ୧୮ତାରିଖରେ ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଏହି ଘୋଷଣା କରାଯାଇଛି । ତେବେ ଘର ଭାଙ୍ଗିଥିଲେ କିମ୍ୱା ଚାଷବାସ କ୍ଷତିଗ୍ରସ୍ତ ହୋଇଥିଲେ ବିପନ୍ନଙ୍କୁ ସହାୟତା ରାଶି ମିଳିବ।

Advertisment

ବନ୍ୟାରେ ଅନେକ ଘର ଭାଙ୍ଗିରୁଜି ଯାଇଛି। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ। ସେହିପରି ପକ୍କା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୬ ହଜାର ୫୦୦। କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୪ ହଜାର ଟଙ୍କା। ଭାଙ୍ଗି ଯାଇଥିବା କୁଡ଼ିଆ ଘର ପାଇଁ ୮ ହଜାର, ଗୁହାଳ ପାଇଁ ୩ ହଜାର ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଧୂଳିରେ ଆକ୍ତାମାକ୍ତା ଖୋର୍ଦ୍ଧା ସହର ବାସିନ୍ଦା; ବିଭିନ୍ନ ରାସ୍ତାଘାଟର ଅବସ୍ଥା ବିପର୍ଯ୍ୟସ୍ତ

Advertisment

ସମସ୍ତ ପ୍ରକାରର ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ୨୨୫୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ସହାୟତା ସର୍ବାଧିକ ୨ହେକ୍ଟର ଜମି ପାଇଁ ଦିଆଯିବ । ୨ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦, ବାସନ ପାଇଁ ୨୫୦୦ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସେହିପରି ଯଦି ଚାଷଜମିରେ ୩ ଇଞ୍ଚରୁ ଅଧିକ ବାଲିଚର ହୋଇଥାଏ ତେବେ ହେକ୍ଟର ପିଛା ୧୮ହଜାର ଟଙ୍କା ପ୍ରଦାନ କରାଯିବ।

ମାଛ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮ହଜାର ଓ ସର୍ବନିମ୍ନ ୨୨୦୦ଟଙ୍କା ସମେତ ଯଦି ଚାଷ ଜମିର ଅନେକାଂଶ ଭୂସ୍ଖଳନ ଯୋଗୁ ନଦୀର ଗତିପଥ ପରିବର୍ତ୍ତନ ପାଇଁ କ୍ଷୟ ହୋଇଥାଏ ତା’ହେଲେ ହେକ୍ଟର ପିଛା ୪୭ହଜାର ଟଙ୍କା ଓ ସର୍ବନିମ୍ନ ୫ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ମିଳିବ । ମୃତ ଗୃହପାଳିତ ପଶୁଜନ୍ତୁ ଯଥା ମଇଁଷି, ଗାଈ ପିଛା ୩୭୫୦୦ଟଙ୍କା, ଛେଳି ଓ ମେଣ୍ଢା ପିଛା ୪ହଜାର, ବଳଦ ପିଛା ୩୨ହଜାର, ବାଛୁରୀ ପିଛା ୨୦ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ସେହିପରି ମତ୍ସ୍ୟଜୀବୀଙ୍କୁ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬ହଜାର, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩ହଜାର, ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫ହଜାର, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪ହଜାର ଓ ମତ୍ସ୍ୟ ଯାଆଁଳ ଚାଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ପାଇଁ ୫ହଜାର ଓ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ କାରିଗର ପିଛା ୫ହଜାର ଟଙ୍କା ପ୍ରଦାନ କରାଯିବ ।

ଅଧିକ ପଢ଼ନ୍ତୁ: ଦୁର୍ଗନ୍ଧରେ ଫାଟିପଡୁଛି କ୍ୟାପିଟାଲ୍ ହସ୍ପିଟାଲ୍; ତୃତୀୟ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

Odisha CM Flood Assistance Flood Victims
Advertisment
Advertisment