Advertisment

୨୦୩୨ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବ AI...ହ୍ୱାଇଟହାଉସରେ କରିବ ରାଜ୍ !

ମସ୍କ କହିଛନ୍ତି: "ଆପଣ ଭାବୁଥିବେ ୨୦୩୨ ରେ ହ୍ୱାଇଟ୍ ହାଉସ କାହାର ହେବ? କେଉଁ ପ୍ରକାରର ଏଆଇ? ଗତ ବର୍ଷ ନିର୍ବାଚନରେ ​​ଏଆଇର ପ୍ରଭାବ ପରିପ୍ରେକ୍ଷୀରେ ମସ୍କ କହିଥିଲେ ଯେ ଏଆଇ ଯଥେଷ୍ଟ ସ୍ମାର୍ଟ, ତେବେ ଏହା ଗଣତନ୍ତ୍ରକୁ ବୁଝିବାରେ ସକ୍ଷମ ହେଲେ ନିର୍ବାଚନ ଲଢିପାରେ।

author-image
Sonali Ojha
ଅଦ୍ୟତନ ହୋଇଛି
AI Candidate To Run For US President

AI Candidate To Run For US President

ଏଆଇକୁ ନେଇ ଏବେ ଅନେକ ନୂଆ ନୂଆ ଖବର ସାମନାକୁ ଆସୁଛି। ଏଆଇ ଅବିକଳ ମଣିଷ ଶିଶୁ ପରି ଏଆଇ ଶିଶୁ ପ୍ରସ୍ତୁତ କରି କମାଲ୍ କରିଛି। କେବେଳ ସେତିକି ନୁହେଁ, ଏଆଇ ଆଙ୍କର, ଇଂଜିନିୟର ଓ ଅନେକ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରୁଥିବା ଏଆଇ ନିର୍ମାଣ କରାଯାଇଛି। ଏହା ଉପରେ ଅଧିକ ଗବେଷଣା ମଧ୍ୟ ଚାଲିଛି। ତେବେ ଆପଣ ଜାଣନ୍ତି କି ଏଆଇ ଏଣିକି ନିର୍ବାଚନ ଲଢିବ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଏଲନ ମସ୍କ

Advertisment

ଚଳିତବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​କିଏ ଜିତିବ ସେନେଇ ମସ୍କଙ୍କୁ ପ୍ରଶ୍ନ କରିଥିଲା ଗଣମାଧ୍ୟମ । ସାମ୍ବାଦିକମାନେ ପଚାରିଥିଲେ: “୨୦୨୪ରେ ହ୍ୱାଇଟ୍ ହାଉସ କିଏ ଜିତିବ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମସ୍କ ହସିବା ସହ ଏହାର ଖୁଲାସା କରିଥିଲେ। ଏବେ ଏଆଇ ଅନେକ କ୍ଷେତ୍ରରେ କାର୍ଯ୍ୟ କରୁଛି। ତେବେ ଆଗାମୀ ୨୦୩୨ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ଏଆଇ।

ଅଧିକ ପଢ଼ନ୍ତୁ: ମସ୍କଙ୍କ ବଡ଼ ବୟାନ: ୨୦୨୬ ସୁଦ୍ଧା ମଣିଷଠୁ ଅଧିକ ବୁଦ୍ଧିମାନ ହେବ AI

Advertisment

ମସ୍କ କହିଛନ୍ତି: "ଆପଣ ଭାବୁଥିବେ ୨୦୩୨ ରେ ହ୍ୱାଇଟ୍ ହାଉସ କାହାର ହେବ? କେଉଁ ପ୍ରକାରର ଏଆଇ? ଗତ ବର୍ଷ ନିର୍ବାଚନରେ ​​ଏଆଇର ପ୍ରଭାବ ପରିପ୍ରେକ୍ଷୀରେ ମସ୍କ କହିଥିଲେ ଯେ ଏଆଇ ଯଥେଷ୍ଟ ସ୍ମାର୍ଟ, ତେବେ ଏହା ଗଣତନ୍ତ୍ରକୁ ବୁଝିବାରେ ସକ୍ଷମ ହେଲେ ନିର୍ବାଚନ ଲଢିପାରେ। ୨୦୨୬ ମସିହା ସୁଦ୍ଧା ମଣିଷ ଅପେକ୍ଷା AI ଅଧିକ ଚାଲାକ୍ ହୋଇପାରେ ।

ନିକଟରେ ଏକ ସାକ୍ଷାତକାରରେ ଏଲନ ମସ୍କ କହିଛନ୍ତି କି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଗାମୀ ବର୍ଷ କିମ୍ବା ୨୦୨୬ ଶେଷ ସୁଦ୍ଧା ବିଶ୍ବର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ । ସେ ନିଜ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ ଏକ୍ସଏଆଇ ଜରିଆରେ ଚାଟବୋଟ ଗ୍ରୋକକୁ ପ୍ରଶିକ୍ଷିତ କରିବାରେ ଆସୁଥିବା ଚାଲେଞ୍ଜ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ମସ୍କ ଆହୁରି କହିଛନ୍ତି ଯେ, ଆଡଭାନ୍ସ ଚିପର ଅଭାବ ଯୋଗୁଁ ଗ୍ରୋକର ଭର୍ସନ-୨ ମଡେଲର ଟ୍ରେନିଂରେ ସମସ୍ୟାର ସାମ୍ନା କରିବାକୁ ପଡିଛି ।

ଅଧିକ ପଢ଼ନ୍ତୁ: ମସ୍କଙ୍କ ‘ନ୍ୟୁରାଲିଙ୍କ୍‌’ କମ୍ପାନୀର ବଡ଼ ଉପଲବ୍ଧି, ପ୍ରଥମ ଥର ମାନବ ମସ୍ତିଷ୍କରେ ଲଗାଇଲା ‘ଚିପ୍‌’

ମସ୍କ ପୂର୍ବରୁ ମଧ୍ୟ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସଂସ୍ଥା ସହିତ ଜଡିତ ରହିଛନ୍ତି । ଡିସେମ୍ବର ୨୦୧୫ରେ ମସ୍କ ନିଜ ଏଆଇ ସ୍ଥାପନ କରିଥିଲେ । ଚାଟଜିପିଟିକୁ ପ୍ରସ୍ତୁତ କରିଥିବା କମ୍ପାନୀ ହେଉଛି ମସ୍କଙ୍କ ଓପନ ଏଆଇ । ତେବେ ପରେ କିଛି ସମସ୍ୟା ଯୋଗୁଁ ସେ ୨୦୧୮ରେ ଏହାକୁ ଛାଡି ଦେଇଥିଲେ । ବର୍ତ୍ତମାନ ଏଲନ ମସ୍କଙ୍କ କମ୍ପାନୀ ତାଲିକାରେ ୫ ବଡ କମ୍ପାନୀ ଯଥା ଟେସଲା ମୋଟର୍ସ, ସ୍ପେଶଏକ୍ସ, ନ୍ୟୁରାଲିଙ୍କ୍, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ଏବଂ ଦ ବୋରିଂ କମ୍ପାନୀ ସାମିଲ ରହିଛି ।

Elon Musk Artificial Intelligence AI
Advertisment
Advertisment