Advertisment

ତାତିରେ ଲାଗୁନି ବ୍ରେକ୍; ହିଟୱେଭ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି।

author-image
Sonali Ojha
heat-wave-will-come-back-from-today

heat-wave-will-come-back-from-today

ପୁଣି କଲବଲ କରିବ ତାତି। ରାଜ୍ୟକୁ ପୁଣି ଧିରେ ଧିରେ ଫେରୁଛି ଗରମ। ଆଜିଠାରୁ ୫ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ଆଜି ଓ ଆସନ୍ତାକାଲି ବୌଦ୍ଧ, ଅନଗୁଳ, ନୟାଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ଜଳବାୟୁ ରହିବ।

Advertisment

ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ।

୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି। କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

Heat Wave
Advertisment
Advertisment