• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ବିଶ୍ବ ସମୁଦାୟକୁ ଆଶ୍ବସ୍ତି। ଇସ୍ରାଏଲ ଉପରେ ଆକ୍ରମଣ ବନ୍ଦ କରିଛି ଇରାନ। କିଛି କ୍ଷେପଣାସ୍ତ୍ର ମାଡ଼ କରିବା ପରେ ତେହେରାନ ପକ୍ଷରୁ କୁହାଯାଇଛି,ଲକ୍ଷ୍ୟ ପୂରଣ ହୋଇଛି। ଏବେ ଆଉ ସାମରିକ ପଦକ୍ଷେପ ନିଆଯିବ ନାହିଁ।

Also Read

ଏନେଇ ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଇରାନର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲରେ ପଡ଼ି ନାହିଁ। ତାକୁ ଆକାଶରେ ହିଁ ଧ୍ବଂସ କରି ଦିଆଯାଇଛି। ସିରିଆର ରାଜଧାନୀ ଦାମାସକସ୍ ରେ ଥିବା ଇରାନର ଦୂତାବାସ ଉପରେ ଇସ୍ରାଏଲ ବୋମାମାଡ଼ କରିବା ପରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ। ଏହାକୁ ନେଇ ମିଳିତ ଜାତିସଂଘର ଜରୁରୀକାଳୀନ ବୈଠକ ହୋଇଛି।

ଅଧିକ ପଢ଼ନ୍ତୁ: ସରବଜିତ୍ ସିଂ ହତ୍ୟାକାରୀକୁ ହତ୍ୟା, ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ଟଳିଲା ଅଣ୍ଡର ୱାର୍ଲ୍ଡ ଡନ୍‌

ବୈଠକରେ ମହାସଚିବ ଗୁଟେରାସ କହିଛନ୍ତି, ମଧ୍ୟପ୍ରାଚ୍ୟ କିମ୍ବା ବିଶ୍ବ ଏବେ କୌଣସି ଯୁଦ୍ଧକୁ ସହ୍ୟ କରିପାରିବ ନାହିଁ। ଶାନ୍ତି ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ। ଶାନ୍ତି ଓ ସୁରକ୍ଷାକୁ ଏବେ ଅଣଦେଖା କରାଯାଇପାରିବ ନାହିଁ। ସମସ୍ତେ ସଂଯମ ରକ୍ଷା କରି ଶାନ୍ତି ରଖିବାକୁ ପଡ଼ିବ। ନ ହେଲେ ମଧ୍ୟପ୍ରାଚ୍ୟର ଲୋକେ ଯୁଦ୍ଧର ପେଶି ହେବେ। ଭାରତ ମଧ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛି। ଆଲୋଚନା ଓ କୂଟନୀତି ଜରିଆରେ ସମାଧାନ କରିବାକୁ ଉଭୟ ପକ୍ଷଙ୍କୁ ଆହ୍ୱାନ ଦେଇଛି ।