Advertisment

କେମିତିକା ବାପା! ଶିଶୁକୁ ଖାଇବାକୁ ନଦେଇ ଖରାରେ ରଖି ମାରିଦେଲା...

ବ୍ଲଗର୍ ଜାଣିଶୁଣି ପିଲାଟିକୁ ସୂର୍ଯ୍ୟକିରଣରେ ରଖୁଥିଲେ ବୋଲି କୋର୍ଟରେ ପ୍ରମାଣିତ ହୋଇଛି। ଏକ ସୂତ୍ର ଅନୁଯାୟୀ, ସେ ନିଜ ପତ୍ନୀକୁ ଶିଶୁଟିକୁ ସ୍ତନ୍ୟପାନ କରାଇବାକୁ ବାରଣ କରିଥିଲେ ।ଶିଶୁଟି ଉପରେ ପରୀକ୍ଷା ନୀରିକ୍ଷା କରିବାକୁ, ତାକୁ ଖରାରେ ରଖୁଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Russian influencer

Russian influencer

କଅଁଳ ଶିଶୁକୁ ଖାଇବାକୁ ଦେଲାନି ନିର୍ଦ୍ଦୟ ବାପା। ଖାଦ୍ୟ ବଦଳରେ ଖରାରେ ଶୁଆଉ ଥିଲା। ଯାହାଫଳରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପାକୁ ୮ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଅଭିଯୁକ୍ତ ଜଣକ ଋଷର ଜଣେ ଇନଫ୍ଲୁଏନସର ହୋଇଥିବା ବେଳେ ସେ ଶାକାହାରୀ ଜୀବନଶୈଳୀ ଜୀଇବାକୁ ପସନ୍ଦ କରୁଥିଲେ। ତାଙ୍କର ବିଶ୍ୱାସ ଥିଲା ଖାଦ୍ୟ ନଦେଇ କେବଳ ସୂର୍ଯ୍ୟକିରଣ ଦେଲେ ପିଲାଟି ସୁସ୍ଥସବଳ ରହିବ।

Advertisment

ଅଭିଯୁକ୍ତ ଜଣକ ମ୍ୟାକ୍ସିମ ଲ୍ୟୁଟି । କିଛିଦିନ ପୂର୍ବେ ମ୍ୟାକ୍ସିମ ଲ୍ୟୁଟି ଓ ଅକ୍ସାନା ମିରୋନୋଭାଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା, ଯାହାର ନାଁ ଥିଲା କସମସ୍। ପିଲାଟିର ଓଜନ କମ ଥିଲା। ବାପା ମ୍ୟାକ୍ସିମ ଲ୍ୟୁଟି ପିଲାଟିର ଯତ୍ନ ନେବା ପରିବର୍ତ୍ତେ ସନ ଡାଏଟକୁ ଅନୁସରଣ କରିଥିଲେ। ଖାଦ୍ୟ ଓ ପାନୀୟ ନଦେବା ଫଳରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ମାତ୍ର ନିର୍ଦ୍ଦୟ ବାପା ତାକୁ ଖରାରା ଶୁଆଇ ଚାଲିଥିଲେ। ଫଳରେ ଶିଶୁଟିର ପ୍ରାଣବାୟୁ ଉଡିଯାଇଥିଲା। ଏନେଇ ପତ୍ନୀକୁ ଦୋଷ ଦେଇଥିଲେ ଅଭିଯୁକ୍ତ। ମାତ୍ର ତଦନ୍ତ ପରେ ସବୁ ସତ ପଦାକୁ ଆସିଥିଲା।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ମିରୋନୋଭାଙ୍କୁ ଆଠବର୍ଷର ସଶ୍ରମ କାରାଦଣ୍ଡ ମିଳିଛି। ଶିଶୁଟିର ମୃତ୍ୟୁର କାରଣ "ନିମୋନିଆ ଏବଂ ଦୁର୍ବଳତା"। ବ୍ଲଗର୍ ଜାଣିଶୁଣି ପିଲାଟିକୁ ସୂର୍ଯ୍ୟକିରଣରେ ରଖୁଥିଲେ ବୋଲି କୋର୍ଟରେ ପ୍ରମାଣିତ ହୋଇଛି। ଏକ ସୂତ୍ର ଅନୁଯାୟୀ, ସେ ନିଜ ପତ୍ନୀକୁ ଶିଶୁଟିକୁ ସ୍ତନ୍ୟପାନ କରାଇବାକୁ ବାରଣ କରିଥିଲେ । ଶିଶୁଟି ଉପରେ ପରୀକ୍ଷା ନୀରିକ୍ଷା କରିବାକୁ, ତାକୁ ଖରାରେ ରଖୁଥିଲେ। ଅନ୍ୟମାନଙ୍କୁ ଏପରି କରିବା ପାଇଁ ପରାମର୍ଶ ଦେଉଥିବା ବ୍ରିଟିଶ ଖବରକାଗଜ ମିରର୍ ରିପୋର୍ଟ କରିଛି।

Advertisment

ଅଦାଲତରେ ହାଜର ହେବା ସମୟରେ ଲ୍ୟୁଟି କହିଛନ୍ତି, "ମୁଁ ଜାଣିଥିଲି ଯେ ମୋ ପୁଅ ପ୍ରିମାଚ୍ୟୁଓର। ଏହା ସମ୍ପୂର୍ଣ୍ଣ ଅବହେଳା କାରଣରୁ ଘଟିଛି। ମାତ୍ର ମୋର ସେପରି କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ ପୁଣି ଥରେ କହିବି ଯେ ମୋ ପୁଅକୁ ଭଲ ପାଉଥିଲି, ତାର ଯତ୍ନ ନେଉଥିଲି।"ଏହି ସମୟରେ, ଅକ୍ସାନା ମିରୋନୋଭାଙ୍କ ମା’ ତାଙ୍କ ଜୀବନଶୈଳୀ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି, ମୁଁ ମୋ ଝିଅକୁ କହିଥିଲି ଯେ ମ୍ୟାକ୍ସିମ ପାଗଳ, କିନ୍ତୁ ସେ ମୋ କଥା ଶୁଣିଲା ନାହିଁ। ଅକ୍ସାନା ସେଠାରେ ଘୁଷୁରି ପରି ରହୁଥିଲା।

New Born Baby
Advertisment
Advertisment