ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା। ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।
କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସକାଳ ୯ଟାରେ ତିନି ମୁହାଣି ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବେ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀ ଯାଇ ନିର୍ବାଚନ ପ୍ରଚାର କରିବେ। ଅପରାହ୍ନ ୫ଟାରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ରାଜନାଥ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ଣ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ।
ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ କର୍ମଚାରୀ । ବାତିଲ ହେଲା ବିମାନ ଉଡ଼ାଣ । କର୍ମଚାରୀଙ୍କ ଛୁଟି ପାଇଁ ପ୍ରାୟ ୮୬ଟି ବିମାନ ଉଡ଼ାଣ ଭରଣା କରିନାହିଁ ।
ଘରେ ଏମିତି ଯଦି ମୁରବୀ ଥିବେ କୋଉ ପୁଅ ଅବା ବାଟ ହୁଡ଼ିବ । ଦେଖନ୍ତୁ ଜଣେ ବାପାଙ୍କ ଅନୁଶାସନକୁ... ପୁଅର ସାର୍ଟକୁ ଧରି ବିଚ୍ ରାସ୍ତାରେ ଟାଣିଟାଣି ନେଉଛନ୍ତି । ନିଜ ଜନ୍ମକଲା ପୁଅ ଘର ଉଜାଡ଼ିବା ପୂର୍ବରୁ ସବୁ କିଛି ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି ।
ଏଭଳି ଦୃଶ୍ୟ ଆପଣ ଆଜିକାଲି ଦେଖୁଛନ୍ତି । ସବୁଠି ନାଚ ଗୀତ ଓ ସ୍ୱାଗତ ସମ୍ବର୍ଦ୍ଧନା ଚାଲିଛି । ହେଲେ ଏହା ଭିତରେ ଏକ ସୁନ୍ଦର କାହାଣୀ ଲୁଚି ରହିଛି । କଥା ହେଲା ଏ ଯୁବକ ଜଣକ BSFରେ ଚାକିରି ପାଇଛନ୍ତି । ଆଉ ୫ ମାସ...
ଆଜିକାଲି ତ ମଣିଷ ଗଛ ସବୁକୁ କାଟିବାରେ ବ୍ୟସ୍ତ। ନିଜର ନସ୍ତ୍ୟ ସ୍ୱାର୍ଥ ପାଇଁ ଆମେ ମାନେ ଜଙ୍ଗଲ ନଷ୍ଟ କରି ଚାଲିଛେ। ହେଲେ ଏଠି ଯୁବକ ଜଣକ ଗୋଟିଏ ପରେ ଗୋଟିଏ ଗଛକୁ ପ୍ରେମରେ ଆଲିଙ୍ଗନ କରି ଚାଲିଛନ୍ତି। ଜାଣନ୍ତୁ ପୂରା ଘଟଣା
ଦାଉ ସାଧିଲା ପ୍ରବଳ ଗ୍ରୀଷ୍ମପ୍ରବାହ । ଚିନ୍ତାରେ ଲିଚୁ ଚାଷୀ । ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ । ଚଳିତ ବର୍ଷ ପ୍ରବଳ ଖରା ଓ ବର୍ଷା ନହେବାରୁ ଲିଚୁ ଚାଷୀ ଚିନ୍ତାରେ ପଡ଼ିଛି ।
ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ପ୍ରତିପଦ ପ୍ରାତଃ ୦୬.୨୧ ଗତେ ୨ୟା ରାତ୍ରି ୦୪.୧୮ ଗତେ।। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର।
ଜଣେ ସ୍ଥାନୀୟ ବାସିନ୍ଦା ଏହି ଭିଡିଓ କରିଛନ୍ତି। ଯେଉଁଥିରେ ମାଛଗୁଡିକ ଆକାଶରୁ ଖସି ତଳେ ପଡୁଥିବା ଦେଖାଯାଉଛି। ଭିଡିଓ କରୁଥିବା ବ୍ୟକ୍ତି ତଳୁ ମାଛ ଉଠାଇ ଦେଖାଉଛନ୍ତି, ଯାହା ଜୀବିତ ଅଛି। ପ୍ରବଳ ବର୍ଷା ଝଡ ତୋଫାନ ହେବା ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।
ପ୍ରକୃତରେ ଅସଲି ପରୀକ୍ଷାର୍ଥୀ ହେଉଛନ୍ତି ମୟୂରଭଂଜର ଶାଶ୍ବତ ତ୍ରିପାଠୀ। ତାଙ୍କ ପାଇଁ ପରୀକ୍ଷା ଦେଉଥିଲେ କୋଲକାତାର ମେଡିକାଲ ଛାତ୍ର ଅଙ୍କିତ ରାଜ । ଏଥିପାଇଁ ଡିଲ୍ ହୋଇଥିଲା ୧୦ ଲକ୍ଷ ଟଙ୍କା।
କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧିନଗର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଅହମ୍ମଦାବାଦର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ମଧ୍ୟପ୍ରଦେଶ ବିଦିଶାରୁ ବିଜେପି ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
ମୋଦିଙ୍କ ଏହି ରୋଡ ସୋ'ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅଡ଼ିଓ ବାର୍ତ୍ତା ମାଧ୍ୟମରେ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧରେ ଚାଲିଛି ବୈଠକ ।
ତଦନ୍ତ ପରେ ଡିଏନଏ ରିପୋର୍ଟରୁ ଏହା ସ୍ପଷ୍ଟ ହେଲା ଯେ ନାବାଳିକାର ବାପା ହିଁ ପିଲାର ଜନ୍ମକଲା ବାପା। ଏହାପରେ ସେ ଦୋଷୀ ସାବ୍ୟସ୍ତ ହେଲେ । ଜେଲ୍ ଯିବା ସହ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେଲେ।
ଚତୁର୍ଥ ଶ୍ରେଣୀର ଛାତ୍ର ବଂଶୀବେନ ମନୀଷଭାଇ ଦୁଇଟି ବିଷୟରେ ଫୁଲ୍ ମାର୍କରୁ ଯଥେଷ୍ଟ ଅଧିକ ନମ୍ୱର ରଖିଥିବା ରେଜଲ୍ଟ ବାହାରିଥିଲା। ସେ ଗୁଜରାଟୀରେ ୨୦୦ ରୁ ୨୧୧ ସ୍କୋର କରିଥିବାବେଳେ ଗଣିତ ସ୍କୋର ୨୦୦ରୁ ୨୧୨ ଲେଖାଯାଇଥିଲା
କାର୍ ଭିତରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଏହାକୁ ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି ପୋଲିସ । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।
ଧୂଳି ଧୂସର ଏହି ରାସ୍ତା ଲୋକଙ୍କୁ ଏବେ ଅଣନିଶ୍ୱାସୀ କରୁଛି ...ଯା ଆସ ପାଇଁ ଏବେ ଭୟ କଲେଣି ଲୋକେ...ପ୍ରତିଦିନ ଯେମିତି ଧୂଳି ପିଇ ବଞ୍ଚୁଛନ୍ତି ସ୍ଥାନୀୟ ବାସିନ୍ଦା....ରାସ୍ତା କାମ ସରିବାର ନାଁ ଧରୁନି...ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଧିନସ୍ଥ ଦିଗଛିଆ -...
ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି। ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ । ୧୦ ବର୍ଷରେ କିଡନୀ ରୋଗରେ ଗଲାଣି ଅନେକ ଲୋକଙ୍କ ଜୀବନ।
ଧୁଧୁ ଖରାବେଳରେ ଚାଲିଛି ଜଳସେବା...କେଉଁଠି ଖୋଲା ପଡ଼ିଆରେ ମାଟି ହାଣ୍ଡିରେ ପାଣି ରଖୁଛନ୍ତି ତ ଆଉ କେଉଁଠି ଗଛ ଡାଳରେ ବାନ୍ଧୁଛନ୍ତି ଜଳପୂର୍ଣ୍ଣ ଠେକି....ଚଳିତ ବର୍ଷ ଏହି ମୁଣ୍ଡଫଟା ଖରାରେ ପଶୁ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାରେ ଲାଗିଛନ୍ତି ଉଦଳା ମେଣ୍ଢାଖାଇ ଅଞ୍ଚଳର ଯୁବକ ତୁଷାର ମହାନ୍ତି।