Advertisment

ବିଚ୍ ରାସ୍ତାରେ ଯୁବକର ଆତଙ୍କରାଜ: ପୋଲିସକୁ ଗୁଳି ମାରି ନିଜେ ଟଳିପଡ଼ିଲା

ଅଭିଯୁକ୍ତ ମୁକେଶ ଏକ ଅଟୋକୁ ଜୋର୍ ଜବରଦସ୍ତ ଅଟକାଇ ଏହା ଭିତରେ ବସିଥିଲା। ସେ ଡ୍ରାଇଭରକୁ ଗୁଳିମାରିବା ପାଇଁ ଧମକ ଦେବା ପରେ ସେ ସେଠାରୁ ଡେଇଁ ପଳାଇଥିଲା। ଏହା ପରେ ଅଟୋ-ରିକ୍ସା ଭିତରେ ବସି ମୁକେଶ ନିଜେ ନିଜ ମୁଣ୍ଡକୁ ଗୁଳି ଚଳାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Delhi Cop Shot Dead On Flyover

Delhi cop shot dead

ଏମିତି ବି ଆସେ ମୃତ୍ୟୁ। ଫ୍ଲାଏ ଓଭରେ ଗୁଳିବର୍ଷା କଲେ ଯୁବକ। ଆଉ ଗୁଳି ବାଜି ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଶେଷରେ ଗୁଳି ଚଳାଇଥିବା ବ୍ୟକ୍ତି ନିଜକୁ ଗୁଳିମାରି ନିଜ ଜୀବନ ଶେଷ କରିଦେଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀ ମିତ୍ ନଗର ଫ୍ଲାଏଓଭରରେ।

Advertisment

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ମୁକେଶ କୁମାର ନାମକ ଜଣେ ବ୍ୟକ୍ତି ଫ୍ଲାଏ ଓଭର ଉପରେ ଗୁଳି ବର୍ଷା କରିବାକୁ ଲାଗିଲେ। ଏହି ସମୟରେ ସେହି ବାଟ ଦେଇ ବାଇକରେ ଯାଉଥିଲେ ଏଏସଆଇ ଦିନେଶ ଶର୍ମା। ଦିନେଶ ଦିଲ୍ଲୀ ପୋଲିସର ସ୍ପେଶାଲ୍ ବ୍ରାଞ୍ଚରେ କାର୍ଯ୍ୟରତ ଥିଲେ। ଗୋଟିଏ ଗୁଳି ଯାଇ ତାଙ୍କ ଛାତିରେ ବାଜିଥିଲା। ତାଙ୍କୁ ତୁରନ୍ତ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ: ବିବାହ ସମୟରେ ଘଟିଲା ବଡ଼ ଅଘଟଣ; ମୁଣ୍ତରେ ଫୁଟିଲା ବାଣ; ଜଳିଗଲା...

ସେହିପରି ବାଇକରେ ଯାଉଥିବା ୩୦ ବର୍ଷୀୟ ଅମିତ କୁମାରଙ୍କ ଅଣ୍ଟାରେ ଗୁଳି ବାଜିଥିଲା। ଏହି ସମୟରେ ଅଭିଯୁକ୍ତ ମୁକେଶ ଏକ ଅଟୋକୁ ଜୋର୍ ଜବରଦସ୍ତ ଅଟକାଇ ଏହା ଭିତରେ ବସିଥିଲେ। ସେ ଡ୍ରାଇଭରକୁ ଗୁଳିମାରିବା ପାଇଁ ଧମକ ଦେବା ପରେ ସେ ସେଠାରୁ ଡେଇଁ ପଳାଇଥିଲା। ଏହା ପରେ ଅଟୋ-ରିକ୍ସା ଭିତରେ ବସି ମୁକେଶ ନିଜେ ନିଜ ମୁଣ୍ଡକୁ ଗୁଳି ଚଳାଇଥିଲା।

Advertisment

ପୋଲିସ ଏହି ଘଟଣା ବିଷୟରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଟୋରୁ ୭.୬୫ମିଲିମିଟର ପିସ୍ତଲ ଜବତ କରିବା ସହ ଫ୍ଲାଏ ଓଭରରୁ ଏକାଧିକ ଖୋଖା ଜବତ କରିଛି। ତେବେ ଗୁଳି ବିନିମୟର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ କରୁଛି। ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି।

Murder Murder Case
Advertisment
Advertisment