Advertisment

ସାଙ୍ଗ ସହ ବିବାଦ; ଜାଳିଦେଲେ କୋଟିଏ ଟଙ୍କାର ଲମ୍ବୋର୍ଗିନି କାର୍...ଦେଖନ୍ତୁ ଭିଡିଓ

ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମାତ୍ର ସେତେବେଳକୁ କାରଟି ଜଳି ପାଉଁଶ ହୋଇଯାଇଥିଲା।ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Sonali Ojha
ଅଦ୍ୟତନ ହୋଇଛି
lamborghini Car On Fire In Hyderabad

Car On Fire In Hyderabad

କେଇଟା ଟଙ୍କା ପାଇଁ ସାଙ୍ଗ ସହ ଲାଗି ରହିଥିଲା ବିବାଦ । ଏଥିପାଇଁ ବିଚ୍ ରାସ୍ତାରେ ଜାଳିଦେଲେ କୋଟିଏ ଟଙ୍କାର ଲମ୍ବୋର୍ଗିନି କାର୍। ହାଇଦ୍ରାବାଦର ରାଜରାସ୍ତାରେ କାରଟି ଜଳି ପାଉଁଶ ହୋଇଯାଇଛି। କାର୍ ମାଲିକଙ୍କ ସହ ସେହି ବ୍ୟକ୍ତିଙ୍କର ବିବାଦ ଯୋଗୁ କୋଟିଏ ଟଙ୍କାର ଲମ୍ବୋର୍ଗିନି ଗାଲାର୍ଡୋ ସ୍ପାଇଡର କାର୍ ଜାଳିଦେଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁଯାୟୀ, ଗାଡିର ମାଲିଲ ହେଲେ ନୀରଜ। ଆର୍ଥିକ ପରିସ୍ଥିତି ଖରାପ କାରଣରୁ ସେ ଏହି କାରଟି ବିକ୍ରି କରିବା ପାଇଁ ଚାହୁଁଥିଲେ।ଏଥିପାଇଁ ସେ ଗ୍ରାହକ ଯୋଗାଡ଼ କରିବା ପାଇଁ କହିଥିଲେ।ଶନିବାର ସନ୍ଧ୍ୟାରେ ହାଇଦ୍ରାବାଦର ମାମିଦିପାଲ୍ଲି ରୋଡରେ କାର୍ ମାଲିକ ନୀରଜ ଓ ଅଭିଯୁକ୍ତ ଅହମ୍ମଦଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବାକି ଟଙ୍କା ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିବାରୁ ଅହମ୍ମଦ ତାର ସାଙ୍ଗମାନଙ୍କ ସହ ମିଶି ବିଳାସପୂର୍ଣ୍ଣ ସ୍ପୋର୍ଟସ କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।

ଅଧିକ ପଢ଼ନ୍ତୁ: ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ମିଟିଂ... ହ୍ୱାଟ୍ସଆପ୍‌ରେ ଚାଟିଂ ତାପରେ ଫିକ୍ସିଂ !

Advertisment

ପୋଲିସର ସୂଚନା ଅନୁସାରେ, ଜଣେ ପୁରୁଣା ଗାଡି ଡିଲର ତଥା କାର୍ ମାଲିକଙ୍କ ସାଙ୍ଗ ଅହମ୍ମଦ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ପୁରୁଣା କାର କିଣାବିକା କରୁଥିବା ଅହମ୍ମଦ ଏବଂ ଅନ୍ୟ କେତେ ଜଣଙ୍କର କାର୍ ମାଲିକଙ୍କ ସହ ବିବାଦ ଥିଲା। ଏହି କାରଣକୁ ନେଇ ସେମାନେ ଏହି ଦାମୀ କାର ପୋଡି ଦେଇଥିବା ଅଭିଯୋଗ ହୋଇଛି।

ତୁରନ୍ତ ସେହି ସ୍ଥାନରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମାତ୍ର ସେତେବେଳକୁ କାରଟି ଜଳି ପାଉଁଶ ହୋଇଯାଇଥିଲା।ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ହଳଦିଆ ରଙ୍ଗର ଲମ୍ବୋର୍ଗିନି କାରଟି ଜଳୁଥିବା ଦେଖିବାକୁ ମିଳିଛି। ନୀରଜଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ଅହମ୍ମଦ ବୋଲି ପୋଲିସ ଚିହ୍ନଟ କରିଛି।ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ।

ପ୍ରକାଶୟୋଗ୍ୟ, ୨୦୦୫ରେ ଭାରତୀୟ ବଜାରରେ ଲମ୍ବୋର୍ଗିନି ଗାଲାର୍ଡୋ ପ୍ରଥମ କରି ଲଞ୍ଚ ହୋଇଥିଲା। ପ୍ରାୟ ୧୦ବର୍ଷ ବିକ୍ରି ପରେ ୨୦୧୪ରେ ଏହାର ବିକ୍ରି ବନ୍ଦ କରିଦିଆଗଲା। ଏହି କାର ପ୍ରାୟ ୨କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଉଥିଲା। ଏହି କାରର LP 560-4 Coupe, Spyder, LP 560-4, India Ltd Edition LP 550-2 और LP 570-4 EdizioneTecnica ମଡେଲ ବି ମିଳୁଥିଲା, ଯାହାର ମୂଲ୍ୟ ପାଖାପାଖି ୩.୧୭କୋଟି ଥିଲା।

Fire Mishap
Advertisment
Advertisment