Advertisment

ପରୀକ୍ଷାରେ ତ୍ରୁଟି; ଫୁଲ୍‌ମାର୍କରୁ ଅଧିକ ନମ୍ୱର ରଖିଲେ ଛାତ୍ର, ତଦନ୍ତ ନିର୍ଦ୍ଦେଶ

ଚତୁର୍ଥ ଶ୍ରେଣୀର ଛାତ୍ର ବଂଶୀବେନ ମନୀଷଭାଇ ଦୁଇଟି ବିଷୟରେ ଫୁଲ୍‌ ମାର୍କରୁ ଯଥେଷ୍ଟ ଅଧିକ ନମ୍ୱର ରଖିଥିବା ରେଜଲ୍ଟ ବାହାରିଥିଲା। ସେ ଗୁଜରାଟୀରେ ୨୦୦ ରୁ ୨୧୧ ସ୍କୋର କରିଥିବାବେଳେ ଗଣିତ ସ୍କୋର ୨୦୦ରୁ ୨୧୨ ଲେଖାଯାଇଥିଲା

author-image
Sonali Ojha
ଅଦ୍ୟତନ ହୋଇଛି
Gujarat Student gets 212 Out of 200 in Exam

student gets 212 out of 200

ପରୀକ୍ଷା ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବାର ଏକ ବାଟ। ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସେମାନଙ୍କର ଦକ୍ଷତା ପରିପ୍ରକାଶ କରନ୍ତି। ପରୀକ୍ଷାର ଫଳାଫଳ ବାହାରିଲେ ସେହି ଅନୁଯାୟୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବଛାଯାଏ। ଏଥିପାଇଁ ଫୁଲ୍‌ ମାର୍କ ବି ଥାଏ। ତାକୁ ଆଧାର କରି ଫଳାଫଳ ବାହାରିଥାଏ। କେବେ ଆପଣ ଶୁଣିଛନ୍ତି କି ପିଲା ଫୁଲ୍‌ ମାର୍କରୁ ଅଧିକ ନମ୍ୱର ରଖି ପାସ୍‌ କରେ? ତେବେ ଏପରି କିଛି ତ୍ରୁଟି ଦେଖିବାକୁ ମିଳିଛି ଗୁଜରାଟରେ।

ଗୁଜୁରାଟର ଦାହୋଡ ଜିଲ୍ଲାରୁ ଏପରି ଘଟଣା ସାମନାକୁ ଆସିଛି। ପ୍ରାଥମିକ ବିଦ୍ୟାଳୟ ପରୀକ୍ଷାର ଫଳାଫଳ ଆସିବା ପରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ଫୁଲ୍‌ ମାର୍କରୁ ଅଧିକ ନମ୍ୱର ରଖିଥିବା ଦେଖିବାକୁ ମିଳିଛି। ଚତୁର୍ଥ ଶ୍ରେଣୀର ଛାତ୍ର ବଂଶୀବେନ ମନୀଷଭାଇ ଦୁଇଟି ବିଷୟରେ ଫୁଲ୍‌ ମାର୍କରୁ ଯଥେଷ୍ଟ ଅଧିକ ନମ୍ୱର ରଖିଥିବା ରେଜଲ୍ଟ ବାହାରିଥିଲା। ସେ ଗୁଜରାଟୀରେ ୨୦୦ ରୁ ୨୧୧ ସ୍କୋର କରିଥିବାବେଳେ ଗଣିତ ସ୍କୋର ୨୦୦ରୁ ୨୧୨ ଲେଖାଯାଇଥିଲା ।

ଦୁଇଟି ବିଷୟରେ ପାଇଥିବା ମାର୍କ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏନେଇ ଅଭିଯୋଗ କରିବା ପରେ ଫଳାଫଳ ପ୍ରକାଶ ବେଳେ ତ୍ରୁଟି ଘଟିଥିବା ଜଣାପଡିଥିଲା। ପରବର୍ତ୍ତୀ ସମୟରେ, ଗୁଜୁରାଟୀରେ ୨୦୦ ରୁ ୧୯୧ ଏବଂ ଗଣିତରେ ୨୦୦ ରୁ ୧୯୦ ମାର୍କ ଥିବା ମାର୍କସିଟ୍‌ ତାଙ୍କୁ ଦିଆଯାଇଥିଲା। ଏହାକୁ ସଂଶୋଧନ କରି ଏକ ସଂଶୋଧିତ ଫଳାଫଳ ସିଟ୍ ଦିଆଯାଇଥିଲା। ଅବଶିଷ୍ଟ ବିଷୟଗୁଡିକର ସ୍କୋର ଅପରିବର୍ତ୍ତିତ ରହିଲା।

ନୂତନ ରେଜଲ୍ଟରେ ସେ ୧୦୦୦ ରୁ ୯୩୪ ମାର୍କ ପାଇଲେ । ପ୍ରାଥମିକ ବିଦ୍ୟାଳୟ ପରୀକ୍ଷା ଫଳାଫଳରେ ଏପରି ଏକ ତ୍ରୁଟି କିପରି ହେଲା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Mark SheetMark Sheet

ତେବେ କେବଳ ଗୁଜରାଟରେ ନୁହେଁ, ଅନେକ ରାଜ୍ୟରେ ଏଭଳି ପରୀକ୍ଷାରେ ତ୍ରୁଟି ଦେଖିବାକୁ ମିଳୁଛି। କିଛିଦିନ ତଳେ ଓଡିଶାରେ ମଧ୍ୟ ଏପରି ତ୍ରୁଟି ସାମନାକୁ ଆସିଥିଲା। । CHSE ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ଅଭିଯୋଗ ଆସିଥିଲା ପରେ ଏହାକୁ ସ୍ୱୀକାର କରିଥିଲେ କର୍ତ୍ତୃପକ୍ଷ । ‘ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି’ବୋଲି କହିଥିଲେ ।

ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା । କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌ ଡେଫିସିଟ୍‌ ରହିଛି ବୋଲି କହିଥିଲେ CHSE ପରୀକ୍ଷା ନିୟନ୍ତ୍ରକ । ମୋଟ ୧୯ ନମ୍ବର ଚଏସ୍‌ ଡେଫିସିଟ ରହିଛି । ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ସେମାନେ ଗ୍ରେସ୍‌ ମାର୍କ ପାଇବେ । ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଥିଲେ। କେଉଁଠି ତ୍ରୁଟି ରହିଲା ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା ।

Advertisment
Student
Advertisment
Advertisment