Advertisment

ବିଜେପି ଫୋକସ୍‌ରେ ଓଡ଼ିଶା; ଆସୁଛନ୍ତି ରାଜନାଥ-ଭୂପେନ୍ଦ୍ର

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀ ଯାଇ ନିର୍ବାଚନ ପ୍ରଚାର କରିବେ। ଅପରାହ୍ନ ୫ଟାରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ରାଜନାଥ।

author-image
Sonali Ojha
ଅଦ୍ୟତନ ହୋଇଛି
Rajnath Singh, Bhupendra to Odisha Visit

Rajnath-Bhupendra

ଭାରତୀୟ ଜନତା ପାର୍ଟିର ଫୋକସ୍ ଓଡ଼ିଶା । ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଘେରିବାକୁ ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ୱଙ୍କ ବିସ୍ତୃତ ରୋଡ୍ ମ୍ୟାପ୍। ୨୪ ମହାସମରରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ଓଡ଼ିଶା ଆସୁଛନ୍ତି ଜଣକ ପରେ ଜଣେ ପଦ୍ମ ଦଳର ତୁଙ୍ଗ ନେତା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଦ୍ ଆଜି ଓଡ଼ିଶା ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ।

Advertisment

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀ ଯାଇ ନିର୍ବାଚନ ପ୍ରଚାର କରିବେ। ଅପରାହ୍ନ ୫ଟାରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ରାଜନାଥ। ସେହିପରି କଳାହାଣ୍ଡି ଯିବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଦିନ ୧୧ଟାରେ ଧର୍ମଗଡ଼ କଲେଜ ପଡିଆ ଏବଂ ଅପରାହ୍ନ ସାଢେ ୩ଟାରେ ଜୟପାଟଣାଠାରେ ନିର୍ବାଚନ ପ୍ରଚାର କରିବେ ଭୂପେନ୍ଦ୍ର ଯାଦବ।

ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି ? ଜାଣନ୍ତୁ କେବେ ଦେବେ ଭୋଟ୍...

Advertisment

ଚଳିତ ନିର୍ବାଚନରେ ପ୍ରଚାର ପାଇଁ ଓଡ଼ିଶାକୁ ବିଜେପିର ତୁଙ୍ଗ ନେତାଙ୍କ ଘନ ଘନ ଗସ୍ତ କାର୍ଯ୍ୟକ୍ରମ, ରାଜ୍ୟ ରାଜନୈତିକ ମାହୋଲକୁ ଅଧିକ ସରଗରମ କରିଛି। ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା।

ପ୍ରଧାନମନ୍ତ୍ରୀ ଆଜି ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପି ପାର୍ଟି ଅଫିସ ଠାରୁ ବାଣୀବିହାର ଯାଏଁ ରୋଡ ଶୋ କରି ପ୍ରଚାର କରିବେ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୋଲିସ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ SPG କମାଣ୍ଡୋ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପୁରା ରୋଡ୍ କଡରେ ଥିବା ପବ୍ଲିକ, ମିଡିଆ ଷ୍ଟେଜ୍, କନେକ୍ଟିଂ ରୋଡ୍, ଟ୍ରାଫିକ୍, ରାସ୍ତାର ଉଭୟ ପାଖରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ଟିକନିକ ଯାଞ୍ଚ କରିଛନ୍ତି SPG।

ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ଣ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡ଼ି ରାସ୍ତାକୁ ଛଡ଼ାଯିବ ନାହିଁ। ରୋଡ୍ ଶୋ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ୍ କରାଯିବ। ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ବାର୍ଡ ମୁତୟନ ରହିବେ। ୫ ଜଣ ଡିସିପି, ୧୦ ଜଣ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି, ୫୫ ପ୍ଲାଟୁନ ଫୋର୍ସ ସହ ୩ ଆଣ୍ଟି ଟେରର ଫୋର୍ସ ବି ମୁତୟନ ରହିବେ।

ଅଧିକ ପଢ଼ନ୍ତୁ: ଆଜି ନାମାଙ୍କନ ଭରିବେ ବୈଜୟନ୍ତ ପଣ୍ଡା; କେନ୍ଦ୍ର ଓ ରାଜ୍ୟର ପ୍ରମୁଖ ନେତା ହେବେ ସାମିଲ

BJP Rajnath Singh Odisha Politics General Election 2024
Advertisment
Advertisment