ଗତକାଲି ଭୁବନେଶ୍ୱର ଏୟାରପୋର୍ଟ ଛକରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଦୁଇ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୨ ଜଣ ଯୁବକ ଆହତ ହୋଇଥିଲେ ।
କିଛି ଦିନ ହେଲା ହାତୀଟି ଅସୁସ୍ଥ ହୋଇ କାଞ୍ଚନପୁର ଓ ହରିହରପୁର ଜଙ୍ଗଲରେ ବୁଲୁଥିଲା । ହାତୀ ଅସୁସ୍ଥ ଥିବା ଜାଣିପାରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ।
ନିଜର ଯନ୍ତ୍ର ଚାଳିତ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବିରତି ଦେଇ ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ଖେଳାଇ ହୋଇରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ବହୁଳ ଭାବେ ଯୋଗଦାନ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l
ଏନେଇ ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଖ୍ରୀଷ୍ଟ୍ମାସ୍ ପୂର୍ବ ସଂନ୍ଧ୍ୟା ଗାଜା ପାଇଁ ସବୁଠାରୁ ଘାତକ ଥିଲା। ଗାଜାର ଏକ ଶରଣାର୍ଥୀ କେନ୍ଦ୍ର ଉପରେ ଇସ୍ରାଏଲ୍ ସେନା ଏୟାରଷ୍ଟ୍ରାଇକ୍ କରିଥିଲା।
ସାମାନ୍ୟ କୋବି ଲାଗି ପୁଅ ନିଜ ମାଆକୁ ଗାଁ ଦାଣ୍ଡରେ ପିଟିବା ସହ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିବା ଘଟଣାକୁ ଚାରିଆଡେ ଅସନ୍ତୋଷ ଦେଖା ଯାଇଥିଲା।
ପୁରୀରେ ପ୍ରବଳ କୁହୁଡି ଯୋଗୁ ଦୂରରୁ ଦୃଶ୍ୟମାନ ହେଉନି ଶ୍ରୀମନ୍ଦିର। ଦୂରରୁ ନାଟମଣ୍ଡପ, ଜଗମୋହନ, ନୀଳଚକ୍ର ଆଦି ଦେଖାଯାଉନଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି।
ବଢ଼ୁଥିବା ଶୀତ ଲୋକଙ୍କ ଦିନଚର୍ଯ୍ୟାକୁ ବଦଳାଇ ଦେଇଛି। ସକାଳୁ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି।
୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍।
ସାଂସଦ ଭାବେ ହେଉ ଅବା ବିରୋଧୀ ଦଳ ନେତା ଅବା ଦଳ ସଭାପତି କିମ୍ବା ପ୍ରଧାନମନ୍ତ୍ରୀ...ସବୁବେଳେ ସବୁ ପରିସ୍ଥିତିରେ ଅଟଳ ରହିବା ବି ତାଙ୍କୁ ଅନ୍ୟ ନେତାଙ୍କଠୁ ଭିନ୍ନ କରିଥିଲା।
ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ସୋମବାର ଠାରୁ ରାତିରେ ସମସ୍ତ ଛକରେ ମଦ୍ୟାପାନ ଜନିତ ଗାଡ଼ି ଚାଳନାକୁ ନେଇ କଡ଼ାକଡ଼ି ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି...
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।
୨୪ରେ ଶଙ୍ଖ ଗଡ଼ ଭାଗିବାକୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସମରସଜ୍ଜା। ଉଭୟ ଦଳର ନେତା ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱକୁ ଭେଟିବା ସହ ବିଜେଡି ମୁକାବିଲା ମନ୍ତ୍ର ନେଇ ଫେରିଛନ୍ତି।
ଆହିର ସମାଜର ମହିଳାମାନେ ମହାରାସରେ ଗରବା କରିବା ସହ ରାସର ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିଜକୁ ସମର୍ପଣ କରିଥିଲେ। ଭଗବାନ ଶ୍ରୀକୃଷଙ୍କର ଗୋପିଙ୍କ ସହ ବ୍ରଜ ରାସ ସାରା ବିଶ୍ୱର ପରିଚିତ।
ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରିବ । ସବୁ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ଜିରୋ ନାଇଟ ସେଲିବ୍ରେସନ କରୁଥିବା ହୋଟେଲ ଏବଂ କ୍ଲବ ସହ ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ...
ଇସ୍ରୋ ମୁଖ୍ୟ ଆହୁରି କହିଛନ୍ତି, ଯେତେବେଳେ ଆଦିତ୍ୟ L1 ସୂର୍ଯ୍ୟଙ୍କ ନିକଟତମ L-1 ପଏଣ୍ଟରେ ପହଞ୍ଚିବ, ସେତେବେଳେ ଆମକୁ ପୁଣି ଥରେ ଇଞ୍ଜିନ ଫାୟର କରିବାକୁ ପଡ଼ିବ। ଯାହାଫଳରେ ଏହା ଯେପରି ଏହି ପଏଣ୍ଟଠାରୁ ଆଗକୁ ନ ଯାଏ ।
ଇଲେକ୍ଟ୍ରା ଷ୍ଟମ୍ପ୍ସ ଏବେ କ୍ରିକେଟ ଜଗତରେ ପରୀକ୍ଷଣ ଭାବରେ ବ୍ୟବହାର କରାଯାଉଛି। ଏହି ଇଲେକ୍ଟ୍ରା ଷ୍ଟମ୍ଫ୍ସରେ ଭିନ୍ନ ଭିନ୍ନ ରଙ୍ଗର ୫ଟି ରଙ୍ଗ ରହିଛି। ମ୍ୟାଚ୍ ସମୟରେ ଘଟୁଥିବା ବିଭିନ୍ନ ଫଳାଫଳ ପାଇଁ ଷ୍ଟମ୍ପରେ ବିଭିନ୍ନ ପ୍ରକାର ରଙ୍ଗର ଲାଇଟ ଜଳିବ।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସନୀୟତା ୮୦ ପ୍ରତିଶତ ଅଧିକ ଅଛି । ମୋଦି ତତ୍ତ୍ୱ, ମୋଦି ପ୍ରଣାଳୀ, ମୋଦି କାର୍ଯ୍ୟ ପଦ୍ଧତି ପ୍ରଭାବ ପକାଇଛି । ନିଶ୍ଚିତ ଭାବେ ୫୦ ପ୍ରତିଶତରୁ ଅଧିକ ଭୋଟ ଦେଶବାସୀ ମୋଦିଙ୍କୁ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ମସଜିଦରେ ନମାଜ ପଢୁଥିବା ବେଳେ ସଫିଙ୍କୁ ହତ୍ୟା କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ମେ ମାସରେ କାଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ଜଣେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ।
ଗତ ସୋମବାର ଅପରାହ୍ଣରେ ଜେଜେ ମା’ ହାତ ଧରି ଟ୍ୟୁସନରୁ ଫେରିବା ବେଳେ, ଦେବଗଡ଼ ଟାଉନ ଥାନାରୁ ମାତ୍ର ଶହେ ମିଟର ଦୂର ପୁଣି ଜନଗହଳି ପୂର୍ଣ୍ଣ ଷ୍ଟେଟ୍ ବ୍ୟାଙ୍କ ଛକରୁ କୁନି ଝିଅ ପିହୁକୁ ଅପହରଣ କରି ନେଇଥିଲେ ଦୁଇ ଦୁର୍ବୃତ୍ତ।
ବିସ୍ଫୋରଣରେ ୨ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା ସନ୍ଦେହ କରାଯାଉଛି।