• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଇପିଏଲ ସିଜିନ୍‌ ୧୭ ପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରଖିଛି ବିସିସିଆଇ। ଆଇପିଏଲର ନୂଆ ସିଜିନ୍‌ ପାଇଁ ଖେଳାଳି ନିଲାମ ଶେଷ ହୋଇଛି। କିନ୍ତୁ ନୂଆ ସିଜିନ୍‌ କେବେ ଆରମ୍ଭ ହେବ ସେନେଇ ଏପର୍ଯ୍ୟନ୍ତ ଘୋଷଣା ହୋଇନି। ଯଦିଓ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନି କିନ୍ତୁ ମିଳିଥିବା ସୂଚନା ଅନୁସାରେ ୨୨ ମାର୍ଚ୍ଚରୁ ଆରମ୍ଭ ହୋଇପାରେ ଆଇପିଏଲ ସିଜିନ୍‌ ୧୭। ତେବେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଇପିଏଲର ସମ୍ପୂର୍ଣ୍ଣ ସୂଚୀ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି।

କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ତମ ସିଜିନ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ। ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ମେ’ ୨୬ରେ ଖେଳାଯିବ। ରିପୋର୍ଟ ଅନୁସାରେ ମହିଳା ପ୍ରିମିୟର ଲିଗ୍‌ ଶେଷ ହେବାର ୫ ଦିନ ପରେ ଆଇପିଏଲ ୨୦୨୪ ଆରମ୍ଭ ହେବ। ତେବେ ଲୋକସଭା ନିର୍ବାଚନ ତାରିଖ ପରେ ଆଇପିଏଲ୍ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଖବର ଅନୁଯାୟୀ, ଆଇପିଏଲ୍ ୨୦୨୪ର ସମସ୍ତ ମ୍ୟାଚ୍ କେବଳ ଭାରତରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ ୨୦୨୪

୨୨ ଫେବ୍ରୁଆରୀ ଖେଳାଯିବ WPL !

ମହିଳା ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସିଜିନ୍‌ ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇପାରେ। ରିପୋର୍ଟ ଅନୁସାରେ WPLର ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୧୭ରେ ଖେଳାଯିବ। WPL ପ୍ରଥମ ସିଜିନ୍‌ରେ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ପରାସ୍ତ କରି ପ୍ରଥମ ଟାଇଟଲ୍‌ ନିଜ ନାମରେ କରିଥିଲା।

ବିସିସିଆଇ ଚଳିତ ବର୍ଷ ଆଇପିଏଲକୁ ଲୋକସଭା ନିର୍ବାଚନ ମଧ୍ୟରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଏପରି ହେଲେ ଲୋକସଭା ନିର୍ବାଚନ ବର୍ଷରେ ଚତୁର୍ଥ ଥର ପାଇଁ ଆଇପିଏଲ ଟୁର୍ନାମେଣ୍ଟ ଖେଳାଯିବ। ପୂର୍ବରୁ ତିନିଥର- ୨୦୦୯, ୨୦୧୪ ଏବଂ ୨୦୧୯ରେ ଖେଳା ଯାଇଥିଲା। ୨୦୦୯ ଏବଂ ୨୦୧୪ରେ ଟୁର୍ନାମେଣ୍ଟ ବିଦେଶରେ ଆୟୋଜିତ ହୋଇଥିଲା। ତେବେ ଚଳିତ ବର୍ଷ ମଧ୍ୟ ଭାରତରେ ଆଇପିଏଲ ଅନୁଷ୍ଠିତ ହେବ।