ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ବାଗେଡିଆ ଅଞ୍ଚଳ ସମ୍ବଲପୁର ଲୋକସଭା ଆସନ ଅଧିନରେ ଆସୁଥିବାରୁ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ତାଙ୍କର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି।
ଆର୍ଜେଣ୍ଟିନା ରାଷ୍ଟ୍ରପତି ମିଲେଇଙ୍କ ଗାର୍ଲଫ୍ରେଣ୍ଡ ଫାତିମା ଜଣେ ହାସ୍ୟ ଅଭିନେତା ଏବଂ ସେ ବହୁତ ପ୍ରସିଦ୍ଧ। ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ବର୍ତ୍ତମାନ ରାଷ୍ଟ୍ରପତି ମିଲେଇଙ୍କ ସହ ସମ୍ପର୍କରେ ଅଛନ୍ତି। ଉଭୟଙ୍କ ପ୍ରେମ କାହାଣୀ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା।
ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ଦୀର୍ଘ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ ।
ଏପ୍ରିଲ୍ ବେଳକୁ ସାଧାରଣ ନିର୍ବାଚନ । କ’ଣ ରହିବ ରହିବ ରାଜନୈତିକ ସମୀକରଣ ? ଚବିଶ ଚ୍ୟାଲେଞ୍ଜକୁ ନେଇ ୩ ଦଳର ଅଙ୍କକଷା। ନୂଆବର୍ଷ ଆରମ୍ଭରୁ ଷ୍ଟ୍ରାଟେଜି କରାଯାଇ ଆରମ୍ଭ ହେବ ନିର୍ବାଚନ ପ୍ରଚାର।
ନୂଆବର୍ଷ ଭିଡ଼କୁ ଦେଖି ଗତକାଲି ରାତି ୧୨ଟା ୪୦ରେ ଦ୍ୱାର ଫିଟା ପରେ ଗୋଟାଏ ୪୦ରୁ ଆରମ୍ଭ ହୋଇଥିଲା ଦର୍ଶନ ବ୍ୟବସ୍ଥା। ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଭକ୍ତଙ୍କ ଭିଡ଼ ଲାଗିଥିଲା।
୨୦୨୩ କମିଶନରେଟ ପୋଲିସ ପାଇଁ ଥିଲା ଏକ ପ୍ରକାର ବିଫଳତାର ବର୍ଷ । ଅକ୍ଟୋବର ମାସରୁ ବର୍ଷ ଶେଷ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରା ହୁଅନ୍ତୁ ଅବା ଏଟିଏମ ଲୁଟେରା । ସବୁ ମାମଲାରେ ପୋଲିସ ଫେଲ ମାରିଥିଲା ।
ବାସ୍ତବରେ ପୃଥିବୀରେ ୧୨ ଘଣ୍ଟା ଦିନ ଓ ୧୨ ଘଣ୍ଟା ରାତି ହୋଇଥାଏ। କିନ୍ତୁ ମହାକାଶରେ ଏହାର ବିପରୀତ ଅର୍ଥାତ ୪୫ ମିନିଟ୍ ଦିନ ଓ ୪୫ ମିନିଟ୍ ରାତି ହୋଇଥାଏ।
ଖେଳୁଥିବା ସମୟରେ ଶିଶୁଟି ବୋରୱେଲରେ ଖସିପଡ଼ିଛି। ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଭିତ୍ତିରେ ପ୍ରୟାସ କରାଯାଉଛି ।
୪ ହଜାର ବ୍ୟକ୍ତି ଗୋଟିଏ ସାଙ୍ଗରେ ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଛନ୍ତି ।
ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍ର କୌଣସି କ୍ଷତି ହେଉନଥିଲା।
ଏହି ଠକମାନେ କହିଥିଲେ, ଯଦି ସେମାନେ ମହିଳାମାନଙ୍କୁ ଗର୍ଭବତୀ କରନ୍ତି ତେବେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ। କିନ୍ତୁ ଯଦି ସେମାନେ ଗର୍ଭବତୀ ନ କରିପାରନ୍ତି ତେବେ ସେମାନଙ୍କୁ ସାନ୍ତ୍ୱନା ମୂଳକ ଭାବରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ଆସନ୍ତା ୪ ବର୍ଷ ଭିତରେ ଏହି ମେଟ୍ରୋ ପ୍ରକଳ୍ପ କାମ ସରିବ ଓ ଆଗାମୀ ଦିନରେ ଖୋର୍ଦ୍ଧା, ପୁରୀକୁ ସଂପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଭୂକମ୍ପ ପରେ ଜାପାନ ସହରକୁ ପ୍ରାୟ ୧.୨ ମିଟରର ଉଚ୍ଚ ସମୁଦ୍ର ଜୁଆର ମାଡ଼ି ଆସିଛି।
ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରିଛି।
ଦାମ ରାଉତଙ୍କ ଉପରୁ ବହିଷ୍କାର ହଟାଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ ।
ଓଡ଼ିଶା ଦେଇ ଗଡ଼ିଲା 'ଅମୃତ ଭାରତ'। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କରିବା ପରେ, ଓଡ଼ିଶା ଦେଇ ଚାଲିଛି ମାଲଦା ଟାଉନ୍-ବେଙ୍ଗଲୁରୁ ଅମୃତ ଭାରତ ଟ୍ରେନ୍।
ବଦଳିଯିବ ବ୍ୟବସ୍ଥା, ବଦଳିଯିବ ନିୟମ। ଶ୍ରୀମନ୍ଦିରରୁ ଲିଙ୍ଗରାଜ ମନ୍ଦିର ସବୁଠି ନୂଆବର୍ଷରୁ ଲାଗୁ ହେଉଛି ନୂଆ କଟକଣା। ଶ୍ରୀମନ୍ଦିରରେ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ ସାଙ୍ଗକୁ କାଲିଠୁ ବ୍ୟାନ ହେବ ପାନଗୁଟଖା।
ଶିମିଳିପାଳର ସୁରକ୍ଷା ଲାଗି ନିକଟରେ ୧୪ଟି କଷ୍ଟମାଇଜଡ୍ ଭେଇକିଲ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ହେଲେ ଶିମିଳିପାଳ ଅଭୟାରଣ୍ୟରେ ଅଧା କର୍ମଚାରୀ ପଦବୀ ଫାଙ୍କା ଥିବା ଏସବୁ ଗାଡ଼ିରେ କିଏ ଓ କେମିତି ସୁରକ୍ଷା ଯୋଗାଇବ ତା’କୁ ନେଇ ଉଠିଛି ପ୍ରଶ୍ନ।
ଭୁବନେଶ୍ୱରରେ ଚାଲିଥିବା ରାଜ୍ୟ ପଦାଧିକାରୀ ବୈଠକରେ ୨୪ ସାଧାରଣ ନିର୍ବାଚନ ଲାଗି ଦଳ ଏଭଳି ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହୋଇଛି।
ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ନେଇ ତେଜିଛି ରାଜନୀତି। ଭକ୍ତଙ୍କ ଭାବାବେଗକୁ କୁଠାରଘାତ ସହ ଜଗନ୍ନାଥ ସଂସ୍କୃତିର ଅବକ୍ଷୟ ହେଉଥିବା ବେଳେ ଏବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କଥା କାହିଁକି ମନେ ପଡ଼ିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି।