ବୟସ ସିନା ୯୬ ହେଲେ କାଳିଆ ସେବା ତାଙ୍କ ଦେହରେ ଭରି ଦେଇଛି ଯୁଆନ ଫୂର୍ତ୍ତି । ପରିଣତ ବୟସରେ ମଧ୍ୟ ଶ୍ରୀଜିଉଙ୍କ ସେବାରେ ସମର୍ପିତ ଆଶେଲିଙ୍କ ହାତକୁ ତର ନାହିଁ।
ଏହି ପ୍ରାସାଦଟି ବିଶାଖାପଟନମର ରୁଶିକୋଣ୍ଡା ପର୍ବତ ଉପରେ ପ୍ରାୟ ୧୦ ଏକର ଜମିରେ ତିଆରି କରାଯାଇଛି। ଏହି ବିଳାସପୂର୍ଣ୍ଣ ମହଲଟି ଜଗନମୋହନଙ୍କର ବୋଲି ଅଭିଯୋଗ କରିଛି ଶାସକ ଟିଡିପି ।
ଗତକାଲି ସଂଧ୍ୟାରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ ।
ଆନ୍ଦୋଳନକାରୀ ଛାତ୍ର ନକଲି ଟଙ୍କା ଉଡ଼ାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ପୋଲିସ ଅଟକ ରଖିଛି ।
ଭଦ୍ରକରେ ଜଣେ ନାବାଳକର ନାରକୀୟ କାଣ୍ଡ । ଗତକାଲି ରାଇମଣି ଗାଁ ବିଲରୁ ମା, ଝିଅଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ଆଜି ସେହି ପାଖରୁ ଅଟକ ନାବାଳକର ଆଈର ମୃତଦେହ ମିଳିଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ ମସିହାଠାରୁ ଚାଷୀଙ୍କ ପାଇଁ ଏହି ଯୋଜନା ଲାଗୁ କରାଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନଙ୍କ ନାମରେ ଅଳ୍ପ ଜମି ଅଛି ସେମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଏହି ସୁନ୍ଦର ଯୋଜନା ପ୍ରଣୟନ କରିଛନ୍ତି ।
ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୁରମା ପାଢ଼ୀ । ଏକମାତ୍ର ପ୍ରାର୍ଥୀ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି ।
ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ SMS ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ୪ ଘଣ୍ଟା ପାଇଁ ଦୋକାନ ବଜାର ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ନିଜ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ।
ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ସକାଳୁ ନିଆଁ ଲାଗିଛି । ଆପାର୍ଟମେଣ୍ଟର ୭ମ ମହଲାରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ ।
ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକ।
ପତ୍ନୀଙ୍କ ମୃତ୍ୟୁ ସହିପାରିଲେନି ଆସାମ ଗୃହ ସଚିବ । ହସ୍ପିଟାଲ ଭିତରେ ହିଁ ନିଜକୁ ଗୁଳି କରିଦେଲେ ବରିଷ୍ଠ IPS ଅଫିସର ।
ସୁରମା ପାଢ଼ୀ ବିଜେପିର ବାଚସ୍ପତି ପ୍ରାର୍ଥୀ । ସେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ବିଚାରବିମର୍ଶ ଚାଲିଛି । ବିଧାନସଭାର ୫୪ ନମ୍ୱର୍ ପ୍ରକୋଷ୍ଠରେ ଚାଲିଛି ବୈଠକ ।
ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି ।
ନୀତି ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ମଧ୍ୟ ସମ୍ପନ୍ନ ହୋଇନି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ଗତକାଲି ରାତିରେ ଶ୍ରୀଜିଉଙ୍କ ଦିଅଁ ବିବାହ ନୀତି ବିଳମ୍ବ ହୋଇଥିଲା ।
ସକାଳୁ ୟୁନିଟ-୩ ମସଜିଦ୍ କଲୋନୀରେ ପହଞ୍ଚିଥିଲେ ମନ୍ତ୍ରୀ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଡ୍ରେନ୍ ପାଖରେ ବ୍ୟାରିକେଡ୍ କାହିଁକି ହୋଇନି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି ।
ତେବେ ମଞ୍ଚରେ ଉଦବୋଧନ ବେଳେ ମୋହନ ମାଝୀ ଚାଷୀଙ୍କୁ କହିଥିଲେ ଯେ, ଆପଣମାନେ ଖୁସି ତ, ମୁଁ ବି ଖୁସି ।